କେବଳ 7 ରାତି ଲଗାତାର ଖାଆନ୍ତୁ 2 ଟି କାଜୁ , ତାପରେ ଯାହା ହେବ ଆପଣ ବିଶ୍ବାସ ବି କରିପାରିବେ ନାହିଁ ।
ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, କିନ୍ତୁ ଆମ ସ୍ବାସ୍ଥ୍ୟ ପାଇଁ ଯାହା ଉଚିତ୍ ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ । ବିଭିନ୍ନ ପ୍ରକାରର ରୋଗରୁ ଲଢିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରକାରର ରୋଗରେ ଶିଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ ।କିନ୍ତୁ ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ନାହିଁ ତେବେ ଭୋକ ନଲାଗିବା, ପେଟ ଭାରି ଲାଗିବା, ଛାତିରେ ଜୋଳାପୋଡା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ ।
ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ ।ଆମେ ଆଜି ଆପଣଙ୍କୁ ଏମିତି ଏକ ଔଷଧୀୟ ବୃକ୍ଷର ଫଳ ବିଷୟରେ ଜଣେଇବୁ ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ତଥା ବହୁତ ବଡ଼ ବଡ଼ ରୋଗର ପ୍ରତିକାରକ ମଧ୍ୟ ଅଟେ ।
ଆମ ଶରୀର ପାଇଂ ଭିଟାମିନ, କ୍ୟାଲସିୟମ, ଫସଫରସ୍ , ଆଇରନ୍ ଏବଂ ଧାତୁସାର ମଧ୍ୟ ଆବଶ୍ୟକ ହୋଇଥାଏ । ଏହିସବୁ ଉପାଦନ କେବଳ କାଜୁରେ ହିଁ ଭରପୁର ମାତ୍ରାରେ ରହିଥାଏ । କାଜୁରେ ସମସ୍ତ ପ୍ରକାର ଉପାଦାନ ରହିଥାଏ । ଯଦି ଜଣେ ବ୍ୟକ୍ତି କାଜୁ ପ୍ରତିଦିନ 2-3ଟି ଖାଆନ୍ତି ତେବେ ଆନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଚାଲନ୍ତୁ ଜାଣିବା କାଜୁ ଖାଇବା ଦ୍ବାରା ଆମର କଣ ସବୁ ଉପକାର ହୋଇଥାଏ ।
* ଆପଣ ପ୍ରତିଦିନ ରାତରେ 2 ଟି କାଜୁ ସେବନ କରିଲେ ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । କାଜୁ ଖାଇବା ଦ୍ବାରା ଶାରୀରିକ କ୍ଳାନ୍ତି ଏବଂ ମାନସିକ ଅବସାଦ ମଧ୍ୟ ଦୂର କରିଥାଏ । ତେଣୁ ପ୍ରତିଦିନ ରାତିରେ ଆପଣ ଦୁଇଟି କାଜୁ ଖାଇବା ପାଇଁ ନିଶ୍ଚୟ ଚେଷ୍ଟା କରନ୍ତୁ ।
* କାଜୁ ସେବନ କରିବା ଦ୍ବାରା ହୃଦଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହା ହୃଦୟକୁ ସୁସ୍ଥ ରଖିବା ସହିତ ହୃଦୟ ପାଇଁ ଆବଶ୍ୟକୀୟ ସୁସ୍ଥ ପରିବେଶ ପ୍ରଦାନ କରିଥାଏ । ଆପଣ ଯଦି କୌଣସି ପ୍ରକାର ହୃଦଜନିତ ରୋଗରେ ପିଡିତ ଅଛନ୍ତି ତେବେ ପ୍ରତିଦିନ ନିହାତି ଭାବରେ 2-3ଟି କାଜୁ ଖାଇବାକୁ ଚେଷ୍ଟା କରନ୍ତୁ ।
* କାଜୁ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ଦେଖାଯିବା ସହିତ ଶାରିରୀକ ରକ୍ତଚାପ ମଧ୍ୟ ଠିକ୍ ରହିବ । ଶରୀରରେ ପାଚନ କ୍ରିୟା ଠିକ୍ ଭାବରେ ପରିଚାଳିତ ହେବ । ପ୍ରତିଦିନ 2ଟି କାଜୁ ଖାଇବା ଦ୍ବାରା ଶରୀର ଚିକ୍କଣ ଦେଖାଯିବା ସହିତ ବ୍ରେନ ସାର୍ପ ହୋଇଥାଏ ।
ତେଣୁ ପ୍ରତିଦିନ ଆପଣ 2-3 ଟି କାଜୁ ନିଶ୍ଚୟ ଖାଇବା ପାଇଂ ଚେଷ୍ଟା କରନ୍ତୁ ଏହାଦ୍ବାରା ଆପଣଙ୍କୁ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।