କଥା କଥାରେ କାନ୍ଦୁଥିବା ଝିଅମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ ! ତାଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ ଯାହା ଅନ୍ୟଙ୍କୁ ଦେଇଥାଏ ଆନନ୍ଦ ….

ପ୍ରାୟତଃ ଆପଣ ମାନେ କିଛି ମହିଳାଙ୍କୁ ଦେଖିଥିବେ କି ଯେଉଁମାନେ ଟିକେ ଟିକେ କଥାରେ ଦୁଃଖି ହେଇଯାଆନ୍ତି ଏବଂ ମଧ୍ୟ ଟିକେ ଟିକେ କଥାରେ ମଧ୍ୟ କାନ୍ଦି ଥାଆନ୍ତି ।କିନ୍ତୁ ବହୁତ ଲୋକ ତାଙ୍କର ଏହି ଅଭ୍ୟାସ ଯୋଗୁଁ ତାଙ୍କୁ ବହୁତ ଦୁର୍ବଳ ଭାବି ଥାନ୍ତି ଏବଂତାଙ୍କର ପରିହାସ ବି କରିବାକୁ ଲାଗିଯାଆନ୍ତି ।କେବଳ ଏତିକି ନୁହେଁ ବେଳେ ବେଳେ ମଧ୍ୟ ହସିବାକୁ ଲାଗିଯାଆନ୍ତି ।କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏହି ମହିଳାମାନଙ୍କ ବିଶେଷତ୍ୱ ବିଷୟରେ କହିବାକୁ ଯାଉଛୁ ଏବଂ ଏହା ଜାଣିବା ପରେ ଆପଣମାନେ ଆଉ ତାଙ୍କ ଉପରେ ହସିବେ ନାହିଁ ଏବଂ ତାଙ୍କୁ ସମ୍ମାନ କରିବେ ।

ତେବେ ଆସନ୍ତୁ ଜାଣିବା କିପରି ହେଇଥାନ୍ତି କଥା କଥାରେ କାନ୍ଦୁଥିବା ମହିଳାମାନେ -ଯେଉଁ ମହିଳାମାନେ ଛୋଟିଆ ଛୋଟିଆ କଥାରେ କାନ୍ଦି ଥାଆନ୍ତି ସେମାନଙ୍କ ହୃଦୟ ଭଲ ହୋଇଥାଏ ।ଏମାନେ କାହାର ଦୁଃଖ ଦେଖିପାରନ୍ତି ନାହିଁ ଏବଂସେମାନେ ନିଜର ଭାବନାକୁ ଆୟତ ରେ ରଖିପାରନ୍ତି ନାହିଁ ଏବଂ ସେମାନେ କାନ୍ଦିବାକୁ ଲାଗି ଥାଆନ୍ତି ।ଏପରି ମହିଳା ଯାହାକୁ ବି ଭଲପାଇଥାଆନ୍ତି ହୃଦୟରୁ ଭଲ ପାଇଥାନ୍ତି ଏବଂ ତାଙ୍କ ବିନା ରହିପାରନ୍ତି ନାହିଁ ।

କଥା କଥାରେ କାନ୍ଦୁ ଥିବା ମହିଳାମାନେ ଅନ୍ୟର ଭାବନାକୁ ବୁଝିଥାନ୍ତି ।ଅନ୍ୟ ଅର୍ଥରେ କହିବାକୁ ଗଲେ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ।ଏପରି ସ୍ତ୍ରୀମାନେ ଭୁଲ୍ ରେ ବି କାହାର ମନରେ କଷ୍ଟ ଦେଇ ନ ଥାନ୍ତି ଏବଂ କାହାର କ୍ଷତି କରିବା ବିଷୟରେ ଭୁଲ୍ ରେ ବି ଚିନ୍ତା କରନ୍ତି ନାହିଁ । କାହାର ଲାଭ ଉଠାଇବା ବା କାହାର ବ୍ୟବହାର କରିବା ଏମାନଙ୍କୁ ଜଣା ନ ଥାଏ ।ଏମାନେ ଆଗୁଆ କାହା ଠାରୁ ସାହାଯ୍ୟ ବି ମାଗିପାରନ୍ତି ନାହିଁ ।

 

ସେଥିପାଇଁ ଏମାନଙ୍କୁ ଏକୁଟିଆପଣର ଅନୁଭବ ହୋଇଥାଏ ଏବଂ ଦୁଃଖରେ ଆଖିରୁ ଲୁହ ଝରିପଡେ ।ଯେଉଁ ସ୍ତ୍ରୀ ମାନଙ୍କୁ କଥା କଥାରେ କାନ୍ଦ ଆସିଥାଏ ସେମାନେ ଭିତରରୁ ମଜବୁତ ହେଇଥାନ୍ତି ।କାହିଁକି ନା ଏମାନଙ୍କୁ କିଛି ବି କଥାରେ ଫରକ୍ ପଡେନି କି ଏମାନଙ୍କ କାନ୍ଦିବା ଦ୍ୱାରା ଲୋକମାନେ କ ଣ ଚିନ୍ତା କରିବେ ।ଯଦି ଏମାନଙ୍କୁ କେହି ଖରାପ କଥା କହିଦିଏ ତେବେ ଏମାନେ ଆଖିରୁ ଲୁହ ଝରାଇ ଅନ୍ତରର ଭାବନାକୁ ପ୍ରକାଶ କରିଥାନ୍ତି ।

ଅନ୍ୟ ସ୍ତ୍ରୀ ପରି କଥାକୁ ମନରେ ଦବାଇ ରଖି ପଛରେ କରିବା , ଏପରି ଚିନ୍ତା ଧାରା ଏମାନଙ୍କ ନ ଥାଏ ।ଯଦି ଭୁଲ୍ କଥା ଅଟେ ତେବେ ଆପଣଙ୍କ ସାମ୍ନାରେ ହିଁ କହିଦେଇ ଥାନ୍ତି ।ଏମାନଙ୍କ ମନରେ କାହା ପ୍ରତି ଖରାପ ଭାବନା ରହି ନ ଥାଏ ।ଏତି ସହିତ ଏମାନେ ବି କାହା ସହିତ ଶତୃତା ରଖିବାକୁ ଚାହାଁନ୍ତି ନାହିଁ ।

ବହୁତ ପୁରୁଷଙ୍କୁ ନିଜର କାନ୍ଦୁଛଥିବା ପତ୍ନୀ ଉପରେ କ୍ରୋଧ ଆସିଥାଏ କିନ୍ତୁ ଲେ ତାଙ୍କ ମନ କଥା ଜାଣନ୍ତି ନାହିଁ ଏବଂ କ୍ରୋଧର ଆବେଶରେ ନିଜ ବିଷୟରେ ହିଁ ଚିନ୍ତା କରିଥାନ୍ତି ।ଯଦି ଆପଣଙ୍କ ପତ୍ନୀ ଆପଣଙ୍କ କଥାରେ ଭାବୁକ ହୋଇଯାଉଛନ୍ତି ତ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଏବଂ ଆପଣଙ୍କୁ ଏପରି ପତ୍ନୀ ମିଳିଛନ୍ତି ଯେ ଆପଣଙ୍କୁ କେବେ ବି ଧୋକା ମିଳିବ ନାହିଁ । ତ ଏପରି ମହିଳାଙ୍କର ଆଉ ଏକ ବିଶେଷ ଗୁଣ ରହିଛି ତାହା ହେଲା ବିପଦ ସମୟରେ ସେମାନେ କେବେବି ଆପଣଙ୍କ ହାତ ଛାଡିବେ ନାହିଁ ।

କଠିନ ରୁ କଠିନ ପରିସ୍ଥିତିରେ ସେ ଆପଣଙ୍କ ସହିତ ଛିଡା ହୋି ରହିବେ ଏବଂ ଆପଣଙ୍କ ଧୌର୍ଯ୍ୟ ବଢାଇବାର କାର୍ଯ୍ୟ କରିବେ ।ଏପରି ମହିଳା ମାନେ ଯାହାକୁ ବି ଜୀବନ ସାଥୀ କରିଥାନ୍ତି ତ କେବଳ ମନ ଦ୍ୱାରା ହିଁ ପ୍ରଭାବିତ ହୋଇଥାନ୍ତି ।ଏମାନଙ୍କୁ ଭଲ ଏବଂ ମନ୍ଦ ମଧ୍ୟରେ ପ୍ରଭେଦ ଭଲ ଭାବରେ ଜଣାଥାଏ ।କିନ୍ତୁ ଯେବେବି ଏମାନଙ୍କ ସାଥିରେ କିଛି ଖରାପ ହୋଇଥାଏ ତେବେ ତାକୁ ସହ୍ୟ କରିପାରନ୍ତି ନାହିଁ ଏବଂ କାନ୍ଦିବାକୁ ଲାଗିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।