ବିରାଟ କୋହିଲି ଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ…pak କ୍ରିକେଟ୍ ପ୍ରେମି କହିଲେ ଦରକାର ନାହିଁ କାଶ୍ମୀର ଆମକୁ Virat Kohli ଦିଅ…
ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି କ୍ରିକେଟ୍ ମ୍ୟାଚ୍ ବିଷୟରେ କିଛି ଘଟଣା। ଆଉ ବର୍ତ୍ତମାନ ଯେଉଁଠି ଦେଖିବା ପାଇଁ ମିଳିଛି କି ଭାରତ ଟି ୨୦ ବିଶ୍ବକପ ପାଇଁ ସେମି ଫାଇନାଲ ରେ ପହଞ୍ଚି ଯାଇଛି। ତେବେ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ଘଟଣା କୁ ନେଇ ଭାଇରାଲ ହେବାରେ ଲାଗିଛି। ଯାହାଦ୍ୱାରା କି ଏହିସବୁ ଖବର ବା ଘଟଣା ଗୁଡ଼ିକୁ ଲୋକମାନେ
ଯେ କୌଣସି ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ତେବେ ଏହି କ୍ରିକେଟ କୁ ନେଇ ଏକ ଫୋଟୋ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଆମେ ଆଜି ସେହି ଫଟୋ ସମ୍ପର୍କରେ କହିବୁ ଯାହାକୁ ଆପଣ ମାନେ ଜାଣିଲେ ସତରେ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ଚଳିତ ବର୍ଷ ଟି ୨୦ ବିଶ୍ୱକପ ମ୍ୟାଚ୍ ଚାଲିଛି। ଆଉ ପ୍ରଥମ ମ୍ୟାଚ୍ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିଲା ,ଯାହାକି ଭାରତ ପାକିସ୍ଥାନ କୁ ହରାଇଥିଲା। ଆଉ ଦ୍ୱିତୀୟ ଓ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ବିଜୟ ହାସଲ କରି ସେମି ଫାଇନାଲ ରେ ପହଞ୍ଚି ପାରିଛି। ଆଉ ଏହିସବୁକୁ ନେଇ ବର୍ତ୍ତମାନ ଭାଇରାଲ ହେଉଥିବା ଫୋଟ ରେ ଲେଖା ହୋଇଥିଲା କି କାଶ୍ମୀର ନିଅ କୋହଲୀ ଦିଅ।b
ଆଉ ଫୋଟ ରେ ଦେଖିବା ପାଇଁ ମିଳିଛି କିଛି ଲୋକ ଏହି ପୋଷ୍ଟର କୁ ନେଇ ଠିଆ ହୋଇଛନ୍ତି। ସେହି ପୋଷ୍ଟରରେ ଲେଖା ହେଇଛି କାଶ୍ମୀର ପଛେ ନେଇ ଯାଅ ଆମକୁ ବିରାଟ କୋହଲି ଦେଇ ଦିଅ । ଆଉ ସବୁଠାରୁ ବଡ କଥା ହେଉଛି ଏହି ପୋଷ୍ଟରର ପଛ ପଟେ ପାକିସ୍ତାନର ବଡ ପତାକା ରହିଛି ।
ତେବେ ଚଳିତ ବର୍ଷ ଟି 20 ବିଶ୍ଵ କପରେ ପାକିସ୍ତାନକୁ ଭାରତ ପ୍ରଥମ ମ୍ୟାଚରେ ପରାସ୍ତ କରିବା ପରେ ଏହି ପୋଷ୍ଟରଟି ଖୁବ ଭାଇରାଲ ହେଉଥିଲା ।ହେଲେ ଯେତେବେଳେ ଏହି ପୋଷ୍ଟରର ସତ୍ୟାସତ୍ୟ ବିଷୟରେ ଜଣା ପଡିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ହଁ ଆଜ୍ଞା ଏହି ଫଟୋଟି ଫେକ ଅଟେ । ଏହାକୁ କେହି ଜଣେ ଏଡିଟ କରି ଭାଇରାଲ କରିଥିଲା । ତେବେ ଅର୍ଜିନାଲ ଫଟୋ ଉପରେ ନଜର ପକାଇଲେ ଆପଣ ଜାଣି ପାରିବେ ।
ଯେଉଁଠି ଲେଖା ଯାଇଛି ୱି ୱାଣ୍ଟ ଆଜାଦି ଅର୍ଥାତ ଆମେ ସ୍ଵାଧୀନତା ଚାହୁଁଛୁ ।ବାସ୍ତବରେ ଏହା ହିଁ ଲେଖା ଯାଇଥିଲା ହେଲେ ଏହାକୁ ଏଡିଟ କରି କେହି ଜଣେ କାଶ୍ମୀର ନିଅ ବିରାଟ କୋହଲି ଦିଅ ବୋଲି ଲେଖି ଦେଇଥିଲା । ଏହି ଫଟୋଟି ଭାଇରାଲ ହେବା ପରେ ଏହି ଫଟୋକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା ।