କାର୍ତ୍ତିକ ପୂର୍ଣ୍ଣିମା (19 November) ରାତିରେ ଝାଡୁରେ କଲେ ଏହି ଉପାୟ,ଧନର ବର୍ଷା ହେବ | Kartikapurnima 2021

ଶାସ୍ତ୍ର ଅନୁସାରେ ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ଧର୍ମମାସ ହୋଇଥାଏ । ଧାର୍ମିକଶାସ୍ତ୍ର ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାକୁ ବହୁତ ଖାସ୍ ମାନା ଯାଇଥାଏ । କାରଣ ଏହି ମାସରେ ପଡିବାକୁ ଥିବା କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀପୂର୍ଣ୍ଣିମା ଏବଂ ଗଙ୍ଗାସ୍ନାନ ନାମରେ ଜାଣିଥାନ୍ତି । ହିନ୍ଦୁଧର୍ମରେ ପୂର୍ଣ୍ଣିମାର ବିଶେଷ ମହତ୍ବ ରହିଥାଏ । କାରଣ ପୁରାଣ ମାନ୍ୟତା ଅନୁସାରେ ସ୍ନାନ,ଦାନ, ବ୍ରତ, ତପ ଏବଂ ମୋକ୍ଷର ପୂର୍ଣ୍ଣିମା ବୋଲି କୁହାଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଯଦି ଆପଣ ପବିତ୍ର ନଦୀ ପୁଷ୍କରୀଣିରେ ପ୍ରଭାତରେ ସ୍ନାନ ସାରି ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରନ୍ତି ତେବେ ତାହା ସବୁୂଠାରୁ ଅଧିକ ଉତ୍ତମ ଫଳଦାୟୀ ବୋଲି ମାନା ଯାଇଥାଏ ।

ଏହି ଦିନ ଦାନ କରିବାର ବିଶେଷ ମହତ୍ବ ରହିଛି କାରଣ ଏହି ଦିନ ଦିଆଯାଇଥିବା ଦାନ କେବେ ବି ବ୍ୟର୍ଥ ଯାଏ ନାହିଁ ଏବଂ ଏହାଦ୍ବାରା କେତେ ଗୁଡିଏ ପାପର ନାଶ ହୋଇଥାଏ ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ପୂର୍ଣ୍ଣିମାର ବହୁ ଦୁର୍ଲଭ ଏବଂ ଶୁଭସଂଯୋଗ ରହିଥାଏ କାରଣ ଏହି ଦିନ କୃତିକା ନକ୍ଷତ୍ର ବନୁଛି । ଭଗବାନ ଭୋଳାନାଥ ତ୍ରିପୁରା ନାମକ ଅସୁରକୁ ସଂହାର କରିଥିଲେ । ସେଥିପାଇଁ ଏହି କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରା ପୂର୍ଣ୍ଣିମା ବୋଲି କୁହାଯାଏଥାଏ । ଏହି ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ପୂଜା କରନ୍ତୁ ଏବଂ ମାଁଲକ୍ଷ୍ମୀଙ୍କୁ ମଧ୍ୟ ଭୋଗ ଲଗାନ୍ତୁ ।

ପୂର୍ଣ୍ଣିମା ତିଥିର୍ ଚନ୍ଦ୍ରମାର ବିଶେଷ ମହତ୍ବ ରହିଥାଏ ଯେବେ ଚନ୍ଦ୍ରମା ଉଦୟ ହୁଅନ୍ତି ତାଙ୍କୁ ପୂଜା କରନ୍ତୁ ଏବଂ ଅର୍ଘ୍ୟ ଦିଅନ୍ତୁ । ଏହାଦ୍ବାରା ପାପରୁ ମୁକ୍ତି ମିଳିଥାଏ । ଏହାଛଡା ଏହି ଦିନ ଘରର ଆଖପାଖରେ ଥିବା ଗୋରୁଗାଈଙ୍କୁ କିଛି ଖାଇବାକୁ ନିହାତି ଦିଅନ୍ତୁ । ଏହିପରି କଲେ ଆପଣଙ୍କୁ କେତେ ଗୁଡିଏ ଦୋଷରୁ ମୁକ୍ତି ମିଳିଥାଏ ।

ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ପୂର୍ଣ୍ଣିମା ରାତିରେ ଝାଡୁର ସହିତ ଏହି ଗୋଟିଏ ଉପାୟ କରି ନିଅନ୍ତି ତାହେଲେ ଜୀବନର ଦରିଦ୍ରତା, ସମସ୍ୟା ଦୂର ହୋଇଯିବ ଏବଂ ଜୀବନରେ ଖୁସି ଆସିଥାଏ । ତେବେ ଚାଲନ୍ତୁ ଜାଣିବା ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଜୀବନରେ ଖୁସି ଆଣିବା ପାଇଁ ପୂର୍ଣ୍ଣିମା ରାତିରେ ଝାଡୁ ସହିତ କେଉଁ ଉପାୟ କରିବା ଦରକାର,

ମାନା ଯାଏ ଧନର ଦେବୀ ମାଁ ଲକ୍ଷ୍ମୀ ଝାଡୁରେ ରହିଥାନ୍ତି । ଯଦି ଝାଡୁର ପ୍ରଯୋଗ ପୂର୍ଣ୍ଣିମା ତିଥିରେ କରାଯାଏ ତ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ତେବେ ପୂର୍ଣ୍ଣିମା ଦିନ ସକାଳୁ ପାଖରେ ଥିବା କୋଣସି ମନ୍ଦିରକୁ ଯାଇ ଗୋଟିଏ ନୂଆ ଝାଡୁରେ ମନ୍ଦିର ସଫାସୁତୁରା କରନ୍ତୁ ଏବଂ ସେହି ଝାଡୁକୁ ସେଠାରେ ଛାଡି ଆସନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ ।

ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହି ଝାଡୁର ପ୍ରୟୋଗ ଆପଣ ପୂର୍ଣ୍ଣିମା ଦିନ ସକାଳୁ ହିଁ କରନ୍ତୁ , ଯେମେ୍ତି କେହି ଆପଣଙ୍କୁ ଦେଖିବେ ନାହିଁ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।