Intresting GK Question – କାନ୍ଥରେ ଥାଏ ସେ ଛାତରେ ଥାଏ,ପୋକ ମାଛି ସବୁ ଗୋଡ଼ାଇ ଖାଏ,ଶୋଷ ଲାଗିଲେ ପିଅଇ ପାଣି l ମାଟି ଛୁଇଁ ସେତ ଲିଭେଇ ଯାଏ l କହିଲ ଦେଖି କିଏ ?
ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ। ଆମେ ଏମିତି ଆଉ କିଛି ନୂଆ ନୂଆ ପ୍ରହେଳିକା ବିଷୟରେ ଜାଣିବା l ଏଥିରୁ ଆମେ ମଧ୍ୟ କିଛି ପ୍ରଶ୍ନର ଉତ୍ତର ମଧ୍ୟ ଜାଣି ପାରିବା l
1- କାନ୍ଥରେ ଥାଏ ସେ ଛାତରେ ଥାଏ,ପୋକ ମାଛି ସବୁ ଗୋଡ଼ାଇ ଖାଏ,ଶୋଷ ଲାଗିଲେ ପିଅଇ ପାଣି l ମାଟି ଛୁଇଁ ସେତ ଲିଭେଇ ଯାଏ l କହିଲ ଦେଖି କିଏ ସେ ଇଏ ?
ଉତ୍ତର – ଝିଟିପିଟି l
2- ପଶୁ ନୁହେଁ କି ସେ ପକ୍ଷୀ ନୁହେଁ,ଦିନରେ ସୁଏ ସେ ରାତିରେ ଚିଏଁ, କହିଲ ଭାବି କିଏ ସେ ସିଏ ?
ଉତ୍ତର – ଚେମିଣିଆଁ l
3- ଗୋଟିଏ ମାଙ୍କଡ ବୁଝିଛି ଆଖି, ଗୋଟିଏ ମାଙ୍କଡ ବୁଝିଛି କାନ ପାଟିରେ ହାତ ଦେଇ ଗୋଟିଏ ମାଙ୍କଡ ଦଉଚି ବାର୍ତ୍ତା
କେବେ ସେ କହିବନି କାହାକୁ ପଦୁଟେ l
ଉତ୍ତର – ଖରାପ କଥା l
4- କଟର କଟର କେଁ କେଁ ସରୁ ବୁଦା ମୂଳେ ବସିଚି l ଝିଂଟିକା ପୋକ ଦେଖିଲେ ସିଏ ଖପ କିନା ମାଡି ବସୁଛି l
ଉତ୍ତର -ବେଙ୍ଗ l
5- ବୋଉର ସେ ଭାଇ ନୁହଁ, ତଥାପି ମାମୁଁ ଡାକୁ ଜଙ୍ଗଲରେ ରହେ ସିଏ,ନୁହେଁ ସେ ଚୋର ଡାକୁ l
ଉତ୍ତର – ବାଘ ମାମୁଁ l
6- ଏମିତି କେଉଁ ଗଛଟି ଅଛି, ଫଳ ତାର ଖାଉ,ପାଣି ତାର ପିଉ ପତ୍ର ଚଟ ତାର କରୁ, ପତ୍ରରେ ତା ଝାଡୁ କରି ଘର ଝାଡୁ ଦେଉ l
ଉତ୍ତର – ତାଳ ଗଛ l
7- ଯେତେ ତାକୁ ଟାଣିବ ଲମ୍ବା ହେବା ବଦଳରେ ସେତେ ସିଏ କମିବ l
ଉତ୍ତର – ସିଗାରେଟ l
8- ଉପରକୁ ଯେତେ ମିତା ଗଣ୍ଠି ଭିତରେ ସେତେ ବଡ ପୋଲ ଭରି ସିଏ ଉପକାରୀ -ନାହିଁ ତାର ମୂଲ୍ୟ l
ଉତ୍ତର – ବାଉଁଶ l
9- କଣ ସବୁବେଳେ ଆସେ,ହେଲେ କେବେ ପଂହଁଚେ ନାହିଁ l
ଉତ୍ତର – ଆସନ୍ତା କାଲି l
10- ସେ କିଏ, ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ l ପାଣି ପିଇବାକୁ ଦେଲେ ମରିଯାଏ l
ଉତ୍ତର – ନିଆଁ l
11- ମାଉଣ୍ଟ ଏବେରେଷ୍ଟ ବିଶ୍ୱର ସବୁ ଠାରୁ ଉଚ୍ଚ ପର୍ବତ ମାନ୍ୟତା ମିଳିବା ପୂର୍ବରୁ ବିଶ୍ୱର ସବୁଠୁ ଉଚ୍ଚ ପର୍ବତ କିଏ ?
ଉତ୍ତର – ମାଉଣ୍ଟ ଏବେରେଷ୍ଟ
12- ବାପ ପୁଅ ଦୁଇ ଜଣ ମଣ୍ଡା ଛଅଟି କେମିତି ଖାଇବେ ଦୁଇ ଦୁଇଟି ?
ଉତ୍ତର – 3ଜଣ ଛଅଟି l
13- କାହାକୁ ତମେ ହାତ ଗୋଡ ନ ଲଗେଇ ମଧ୍ୟ ଧରି ପାରିବା l
ଉତ୍ତର – ନିଶ୍ୱାସ ପ୍ରଶ୍ୱାସ l
14- କଣ ସବୁବେଳେ ବଢେ, କିନ୍ତୁ କେବେ କମେ ନାହିଁ ?
ଉତ୍ତର – ବୟସ l
15- ମୁଁ ବିଶ୍ୱର ଏ କୋଣରୁ ସେ କୋଣ ଯାଏ,ହେଲେ ଗୋଟିଏ କୋଣରେ ବସିଥାଏ,ତେବେ କୁହ ମୁଁ କିଏ ?
ଉତ୍ତର – ଡାକ ଟିକଟ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।