Kangna ଏଇଆ କୁ ଦେଖେଇ ପଦ୍ମଶ୍ରୀ ପାଇଛି ଛି…ଛି…ଲଜ୍ୟା…ତୁରନ୍ତ ପଦ୍ମଶ୍ରୀ ପ୍ରତ୍ୟାହାର କର, Sura Routray ଆଉ କଣ କହିଲେ ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ସମସ୍ତେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଥାଏ। ତେଣୁ ସେଲିବ୍ରେଟି ମାନଙ୍କ ଦୈନନ୍ଦିନ ଜୀବନରେ ଯାହା ଘଟିଥାଏ, ତାହା ଜାଣିବା ପାଇଁ ଫ୍ୟାନ୍ ମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ କଳାକାର ଭାବି ମନ ଇଚ୍ଛା କାର୍ଯ୍ୟ କରିଥାନ୍ତି ଏବଂ ଭିନ୍ନ ଭିନ୍ନ ଅନ୍ଦାଜ ରେ ଫଟୋ ଉଠାଇ ଥାନ୍ତି।

ଯାହା ସମାଜ ପାଇଁ ବହୁତ ଖରାପ ବାର୍ତ୍ତା ବୋଲି ହୋଇଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦି ରେ ଦେଖିବା ପାଇଁ ମିଳିଥାଏ। ଯାହାକୁ ଦେଖି ଆଜି କାଲି ପିଲାମାନେ ବହୁତ ଖରାପ ହୋଇଯାଉଛନ୍ତି। ତେଣୁ ଏଭଳି କିଛି ଦୃଶ୍ଯ ସାମ୍ନାକୁ ଆସିଛି।

ସୂଚନା ମୁତାବକ, ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ କଙ୍ଗନା ରାଣାୱାତ୍ କୁ ଅପଣ ମାନେ ସମସ୍ତେ ଜାଣିଥିବେ। ସେ ଅନେକ ଗୁଡ଼ିଏ ଫିଲ୍ମ ରେ ଅଭିନୟ କରିଛନ୍ତି।ତାଙ୍କର ଅଭିନୟ କରିଥିବା ଶୈଳୀ ଅଲଗା ପ୍ରକାରର ହୋଇଥାଏ। ତେଣୁ ସେ ବଲିଉଡ଼ ଜଗତର ଅଭିନେତ୍ରୀ ଭାବେ ବେଶ୍ ପରିଚିତ। ତେବେ ନିକଟରେ କଙ୍ଗନା ରାଣାୱାତ୍ କୁ ଦେଶର ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ମିଳିଛି। କିନ୍ତୁ ତାଙ୍କୁ ନେଇ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି।

କଙ୍ଗନା ରାଣାୱାତ୍ ଅର୍ଦ୍ଧ ଉଲଗ୍ନ ଶରୀରରେ ଫୋଟୋ ଉଠେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ଏହି ସବୁ ଦୃଶ୍ୟ ଦେଖି ସୁର ବହୁତ ଜୋର ସୋର ରେ ରାଗିଯାଇଥିଲେ ଏବଂ ତାଙ୍କୁ ବହୁତ ଖରାପ ଲାଗିଥିଲା। ସୁର କହିଛନ୍ତି ଅଭିନେତ୍ରୀ ଜଣଙ୍କ ଏମିତି ଅର୍ଦ୍ଧ ଉଲଗ୍ନ ଶରୀରରେ ଫୋଟୋ ଉଠାଇ ଆଜି କାଲି ର ପିଲାମାନଙ୍କୁ ନଷ୍ଟ କରିଦେଉଛି। ଏହା ଦ୍ଵାରା ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଖରାପ ହେଇଯାଉଛନ୍ତି।

ସେମାନଙ୍କ ଉପରେ ଏହି କୁ- ପ୍ରଭାବ ବହୁତ ମାତ୍ରାରେ ପଡୁଛି। ଅଭିନେତ୍ରୀ ଜଣଙ୍କ ଏମିତି କରି ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଜବାହାରଲାଲ ନେହେରୁ ଆଦି ବଡ଼ ବଡ଼ ନେତା ମାନଙ୍କୁ କ୍ରିଟିସାଇଜ୍ କରୁଛନ୍ତି। ଏଭଳି ଖରାପ କାର୍ଯ୍ୟ କରିବା ପାଇଁ ତାଙ୍କୁ କେମିତି ଖରାପ ଲାଗୁ ନାହିଁ ବୋଲି ସୁର କହିଛନ୍ତି।

ତେଣୁ ସୁର ରାଉତରାୟ କହିଛନ୍ତି, ଭାରତର ପରମ୍ପରା କୁ ଲକ୍ଷ୍ୟ କରି ଏମିତି କାର୍ଯ୍ୟ କରନ୍ତୁ ନାହିଁ। ଏହା ବ୍ୟତୀତ ସେ ନାରୀ ମାନଙ୍କ ସମ୍ମାନ କୁ ରକ୍ଷା କରିବା ପାଇଁ କହିଛନ୍ତି। ଅଭିନେତ୍ରୀ ଅର୍ଦ୍ଧ ଉଲଗ୍ନ ହୋଇ ଫଟୋ ଉଠାଇବା ଯୋଗୁଁ ଯଥାଶୀଘ୍ର ପଦ୍ମଶ୍ରୀ ପୁରସ୍କାର ଫେରାଇ ଦିଅନ୍ତୁ ବୋଲି ସୁର କହିଛନ୍ତି। ତେଣୁ ଏଭଳି ନାରୀ କୁ ପଦ୍ମଶ୍ରୀ ପୁରସ୍କାର ମିଳିବା ସମ୍ମାନ ଯୋଗ୍ୟ ନୁହେଁ ବୋଲି ମଧ୍ୟ ସୁର ରାଉତରାୟ କହିଛନ୍ତି।