ଧୋକା ଦେଲା ‘କାଳିଆ’: ଜୀବିତ ଯୁବକଙ୍କୁ ମୃତ ଘୋଷଣା କଲା କୃଷି ବିଭାଗ, ଯୋଜନାରୁ ବାଦ୍ ପଡ଼ିଲେ ହିତାଧିକାରୀ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକମାନଙ୍କ ପାଇଁ ଏକ ଯୋଜନା ପ୍ରଣୟନ କରିଥିଲେ ଏବଂ ସେହି ଯୋଜନା ଟି ହେଉଛି କାଳିଆ ଯୋଜନା। ଏହି ଯୋଜନା ଟି ୨୦୧୯ ରେ ପ୍ରଣୟନ କରାଯାଇଥିଲା। ଏହି ଯୋଜନାରେ କୃଷି ହିତାଧିକାରୀ ମାନଙ୍କୁ କିସ୍ତି ହିସାବରେ ତାଙ୍କ ଆକାଉଣ୍ଟ ରେ ଟଙ୍କା ଡିପଜିଟ୍ କରାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ର ଉଦ୍ଦେଶ୍ୟ ହେଉଛି, କୃଷି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକମାନେ କୌଣସି ଅସୁବିଧା ର ସମ୍ମୁଖୀନ ନ ହେଉ। କିନ୍ତୁ ଏହି ଯୋଜନା ରୁ ପ୍ରାୟତଃ କେତେକ ଲୋକ ବଞ୍ଚିତ ହେଉଛନ୍ତି।
ତେଣୁ ଏହି ଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ମୈଦାଲ ପୁରର ହାଟପଦା ସାହିରେ ବାସ କରୁଥିବା ସନ୍ତୋଷ ହରିଜନଙ୍କର। ସନ୍ତୋଷ ବହୁତ ଗରିବ ଶ୍ରେଣୀର ଯୁବକ ଅଟେ। ସେ ଜଣେ ଚାଷୀ ଏବଂ ସେ କାଳିଆ ଯୋଜନା ପାଇଁ ମଧ୍ୟ ଆବେଦନ କରିଥିଲେ। ୨୦୧୯ ଏବଂ ୨୦୨୦ ରେ କାଳିଆ ଯୋଜନାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।
ସନ୍ତୋଷ ଏହି ଯୋଜନା ବାବଦକୁ ୫୦୦୦ ଟଙ୍କା ମଧ୍ୟ ପାଇଥିଲେ। କୃଷି ବିଭାଗର ଅପାରଗତା କାରଣରୁ ସେ କାଳିଆ ଯୋଜନାରେ ଟଙ୍କା ପାଇବାରେ ବଞ୍ଚିତ ହୋଇଛନ୍ତି। ସନ୍ତୋଷ ଜୀବନ୍ତ ଥିବାବେଳେ କୃଷି ବିଭାଗ ଦସ୍ତାବିଜ ରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସନ୍ତୋଷ ଏବଂ ତାଙ୍କ ପରିବାର ନିରାଶ ହୋଇଛନ୍ତି।
କିନ୍ତୁ ଚଳିତ ବର୍ଷ ସନ୍ତୋଷ ଙ୍କୁ କାଳିଆ ଯୋଜନାରେ ଆଉ ଟଙ୍କା ମିଳିନଥିଲା। ଟଙ୍କା ନ ଆସିବାରୁ ସେ ନିରୁପାୟ ହୋଇ ବହୁତ ଭାଙ୍ଗି ପଡ଼ିଥିଲେ। ପରିଶେଷରେ ସନ୍ତୋଷ ଏହାର କାରଣ ଜାଣିବାକୁ ଚାହିଁଥିଲେ। ଅନଲାଇନରେ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ, ସେ ମୃତ ଯୋଗୁଁ ତାଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇନଥିଲା। ଏହା ସବୁ ଜାଣିବା ପରେ ସନ୍ତୋଷ ବହୁତ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଏବଂ ଜୀବିତ ଲୋକଙ୍କୁ କିପରି ମୃତ କରାଗଲା ସେହି ବିଷୟରେ ଜାଣିବା ପାଇଁ ସେ ପାପଡ଼ା ହାଣ୍ଡି କୃଷି ବିଭାଗରେ ପହଞ୍ଚିଥିଲେ।
କୃଷି ବିଭାଗ ତାଙ୍କ ଭୁଲ ଜାଣିପାରି କର୍ମଚାରୀ ମାନେ ସନ୍ତୋଷ ଙ୍କୁ ପୁଣିଥରେ ଆବେଦନ କରିବା ପାଇଁ କହିଥିଲେ ଏବଂ ଟଙ୍କା ମିଳିଯିବ ବୋଲି କହି ପଠେଇଦେଇଥିଲେ। ସନ୍ତୋଷ ଏହି ଯୋଜନାରୁ ବଞ୍ଚିତ ଥିବାରୁ ସେ ହତାଶ ହୋଇପଡିଥିଲେ। ଯାଞ୍ଚ ସମୟରେ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ମୃତ ଘୋଷଣା କରିଥିଲେ ତାହାର ଯାଞ୍ଚ କରିବା ପାଇଁ ଦାବି କରିବା ସହ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ପାପଡ଼ା ହାଣ୍ଡି ବ୍ଲକ କୃଷି ଅଧିକାରୀ ଶଶୀ ଭୂଷଣ ସେନାପତି ଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଥିଲେ ସରକାରୀ କୃଷି ଅଧିକାରୀ କହିପାରିବେ ବୋଲି। ସରକାରୀ କୃଷି ଅଧିକାରୀ ଶିବାନୀ ଗୋଛ୍ଛାୟତ ଙ୍କୁ ପଚାରିବାରୁ ସେ ସେ କହିଥିଲେ ଏଠାରେ ସେ ନୂଆ କରି ଯୋଗ ଦେଇଛନ୍ତି ବୋଲି। ସରକାରୀ ଅଧିକାରୀ କହିଛନ୍ତି ଏହାର ତଦନ୍ତ ପାଇଁ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ଏବଂ ହିତାଧିକାରୀ ଆଉଥରେ ଆବେଦନ କଲେ ସେ ଏହି ଯୋଜନାରେ ସାମିଲ ହୋଇପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।