ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଧାତୁର ( କଇଁଛ ) ଘରେ କିପରି ଏବଂ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ | …

କଇଁଛକୁ ଘର ଅଫିସ୍ ଏବଂ ଦୋକାନର କେଉଁ ସ୍ଥାନ, କେଉଁ ଦିଗ ଏବଂ କିପରି ରଖିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ରୋଗ ଏବଂ ଋଣ ମୁକ୍ତି ଦେଇଥାଏ ।ଏହି ବିଷୟରେ ଆଜି ଆମେ ଜାଣିବା ।ଧର୍ମ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି କଇଁଛକୁ ଘରେ ରଖିବା ଅବା କଇଁଛର ପ୍ରତିମାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।ଯେଉଁ ଘରେ କଇଁଛ ରହିଥାଏ , ସେହି ଘରେ ସଦାସର୍ବଦା ମା ଲକ୍ଷ୍ମୀ ବିରାଜମାନ ହେଇଥାନ୍ତି ।କାରଣ ଶ୍ରୀ ବିଷ୍ଣ୍ଣୁଙ୍କର ଏକ ଅବତାର ଏହି କଇଁଛ ଅଟେ । ଭଗବାନ ବିଷ୍ଣ୍ଣୁ କଇଁଛ ରୂପ ଧରାଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦ୍ରାଚଳ ପାହାଡକୁ ନିଜ ପିଠିରେ ଧରଣ କରିଥାଲେ ।

ଏହା ଦ୍ୱାରା ସମୁଦ୍ର ମନ୍ଥନର ସମସ୍ତ ସମସ୍ୟା ଦୂର କରିଥିଲେ । ଏହା ଶାସ୍ତ୍ରେ ବର୍ଣ୍ଣିତ ଅଛି , ଯେଉଁ ଘରେ କଇଁଛ କିମ୍ବା କଇଁଛ ପ୍ରତିମା ରହିଥାଏ ସେହି ଘରେ ବିଷ୍ଣୁ ଙ୍କ ସହ ମାତା ଲକ୍ଷ୍ମୀଙ୍କର ଅପାର କୃପା ରହିଥାଏ ।ତେବେ ଆଜି ଆମେ ଜାଣିବା କଇଁଛ କିମ୍ବା କଇଁଛର ପ୍ରତିମାକୁ ଘରେ ରଖିଲେ କ ଣ ହୋଇଥାଏ –

କଇଁଛ ହେଉ ବା କଇଁଛର ପ୍ରତିମା କୁ ଗୁରୁବାର ଦିନ ଘରକୁ ଆଣିବା ଏବଂ ସ୍ଥାପନ କରିବା ଉଚିତ୍ ହୋଇଥାଏ ।କୁହାଯାଇଥାଏ କି ଘରେ କଇଁଛକୁ ରଖି ତାକୁ ଖାଦ୍ୟ ଦେଇ ତାର ଯତ୍ନ ନେଲେ କଇଁଛଟି ଯେତେ ଯେତେ ବଡ ହୋଇଥାଏ ଘରୁ ସେତେ ସେତେ ଦୁଃଖ କଷ୍ଟ ଦୂର ହୋଇ ଘରେ ସୁଖ ସମୃଦ୍ଧି ପାଇଥାଏ । କିନ୍ତୁ ସମସ୍ତଙ୍କର ଘରେ କଇଁଛକୁ ରଖି ଲାଳନ ପାଳନ କରିବା ସେତେଟା ସମ୍ଭବ ଏବଂ ସହଜ ହୋଇନଥାଏ ।

ଏଣୁ ଏହା ପରିବର୍ତ୍ତେ କଇଁଛର ପ୍ରତିମାକୁ ଘରେ . ଅଫିସ ରେ ଏବଂ ଦୋକାନରେ ରଖିପାରିବେ । ଯାହାଦ୍ୱାରା ସେତିକି ଫଳ ମିଳିଥାଏ ଯେତିକି ଜୀଗିତ କଇଁଛ ରଖିବା ଦ୍ୱାରା ମିଳିଥାଏ।ଆପଣମାନେ ଦେଖିଥିବେ ଦୋକାନ ଅଫିସମାନଙ୍କରେ କଇଁଛର ପ୍ରତିମାକୁ ରଖାଯାଇଥାଏ ଏହା ଖୁସିରେ ରଖାଯାଇ ନ ଥାଏ , ବରଂ ବାସ୍ତୁ ଅନୁସାରେ ରଖାଯାଇଥାଏ ।ଏହି କଇଁଛ ବିଭିନ୍ନ ଆକାର ଏବଂ ବିଭିନ୍ନ ଧାତୁର ହୋଇଥାଏ ।

ଠିକ୍ ସେହି ଧାତୁ ଅନୁସାରେ ମଧ୍ୟ ଫଳ ଦେଇଥାଏ ।କଇଁଛ ଯେକୌଣସି ଧାତୁର ହେଉନା କାହିଁକି କଇଁଛ ରଖୁବାର ଦିଗ ହେଉଚି ଉତ୍ତର ଦିଗ , ପୂର୍ବ ଦିଗ ଏବଂ ଉତ୍ତର- ପୂର୍ବ ଦିଗ କୋଣ , ଐଶନ୍ୟ କୋଣ ଶ୍ରେଷ୍ଠ ହୋଇ ଥାଏ ଅଫିସ୍ ବା ଘରେ ବା ଦୋକାନରେ କଇଁଛକୁ ସେହି ଦିଗମାନଙ୍କରେ ରଖିପାରିବେ । କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟ ଦ୍ୱାର ଥିବ ସେହି ଦ୍ୱାର କୁ କଇଁଛର ମୁଖ କେବେ ବି ରଖିବେ ନାହିଁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ ଧାତୁର କଇଁଛ ଶୁଭ ହୋଇଥାଏ ।ଘରେ କଇଁଛ ଥିଲେ ମନରେ ଶାନ୍ତି ଏବଂ ଜୀବନ ପାଇଁ ଧନ ଆଣିଥାଏ ।ଘରେ କଇଁଛ ରଖିବା ଦ୍ୱାରା ଘରର ସମସ୍ତଙ୍କର ଆୟୁଷ ବୃଦ୍ଧି ପାଇଥାଏ ।ଏଥିପାଇଁ ଘର ,ଅଫିସ୍ ଏବଁ ଦୋକାନରେ ସବୁଠାରେ ଏହା ରହିବା ଲାଭଦାୟକ ହୋଇଥାଏ ।

1–ଯେଉଁମାନଙ୍କର ସନ୍ତାନ ହେଉନଥାଏ ଅବା ସନ୍ତାନ ହେବାରେ ବିଳମ୍ବ ହେଉଥାଏ ସେମାନେ ପିଠିଉପରେ ବସିଥିବା ଛୁଆ କଇଁଛରଖିବା ଉଚିତ୍ ।ଯେଉଁ ଦମ୍ପତି ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ସେମାନେ ଏପରି କଇଁଛ ନିଜ ଶୟନ କକ୍ଷରେ ରଖିବା ଅତ୍ୟନ୍ତ ଶୁଭ ଫଳ ଦାୟକ ହୋଇଥାଏ ।

2– ଯେଉଁ ବ୍ୟକ୍ତି ସମସ୍ତ ଚେଷ୍ଟା କରି ମଧ୍ୟ ଧନର ସମସ୍ୟା ଲାଗି ରହିଥଆଏ ସେହି ବ୍ୟକ୍ତ ଏକ କ୍ରିସ୍ଟାଲ ଧାତୁର କଇଁଛ କ୍ରିସ୍ଟାଲ ବଏଲ ରେ ଜଳ ନେଇ ଦୋକାନ ବା ଅଫିସ ଅବା ଘରେ ରଖିପାରିବେ ।ଏହା ଦ୍ୱାରା ଘରର ସମସ୍ୟାମାନ ଦୂର ହୋଇଥାଏ ।

3-ବ୍ୟବସାୟ କିମ୍ବା ଅଫିସ ରେ ଲଗାତାର କ୍ଷତି ହେଉଥିଲେ ତାହାକୁ ଦୂର କରିବା ପାଇଁ ମେଣ୍ଟାଲର କଇଂଛ କୁ ମେଣ୍ଟାଲ ର ପାତ୍ରରେ ପାଣି ଦେଇ ରଖିବା ଉଚିତ୍ ହୋଇଥାଏ ।ଏପରି କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ ।

4-ଯଦି ପ୍ରତିଦିନ ପରିବାରର ଲୋକମାନେ କୌଣସି ନା କୌଣସି ରୋଗାଗ୍ରସ୍ତ ହୋଇଥାନ୍ତି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଘରେ ଏକ ମାଟିର କଇଁଛ ରଖ୍ବା ଲାଭ ହୋଇଥାଏ ।

5–ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି ତେବେ ସେହି ଦୋକାନରେ ରୂପାର କଇଁଛ ରୂପାର ପାତ୍ରରେ ପାଣି ଦେଇ ରଖିଲେ ଅନେକ ଲାଭ ଫଳ ଦେଇଥାଏ ।ଏପରି ରଖିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ଜୀବନ ଧନ ସୁଖ ସମୃଦ୍ଧିରେ ଭରି ଯାଇଥାଏ ।

6–ପରୀକ୍ଷା ସମୟରେ ପିତ୍ତଳର କଇଁଛକୁ ପିତ୍ତଳର ଏକ ପାତ୍ରରେ ପାଣି ଦେଇ ଘରେ ରଖିବା ଦ୍ୱାରା ଆପଣଙ୍କୁ ଭଲ ଫଳ ମିଳିଥାଏ ।