କାହିଁକି ମଣିଷ ଯାହା ଚାହିଁଥାଏ ତାହା ତାକୁ ମିଳି ନଥାଏ, କଣ ରହିଛି କାରଣ ଜାଣନ୍ତୁ ?

ବନ୍ଧୁଗଣ ଆଜି ଆମେ ଆମର ଏହି ବିଶେଷ ଲେଖାରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା। ସାଧାରଣତଃ ମଣିଷ ସବୁବେଳେ ତାର ଆଶା ଏବଂ ଅଭିଳାଷ କୁ ନେଇ ବହୁତ୍ ଦୁଃଖରେ ରହିଥାଏ କାରଣ ସେ ଯାହା ଚାହୁଁଥାଏ ତାହା ଅନେକାଂଶରେ ତାକୁ ମିଳି ନଥାଏ। ଯେଉଁ କାରଣରୁ ସେ ଅଧିକ ଦୁଃଖୀ ହୋଇଯାଏ।ତେବେ ଆଜି ଆମେ ଏହି ଲେଖାରେ ଜାଣିବା ମଣିଷ କାହିଁକି ଯାହା ଚାହିଁଥାଏ, ତାହା ତାକୁ ପ୍ରାପ୍ତ ହୋଇ ନଥାଏ।

ଜୀବନର ଏକ ଅମୂଲ୍ୟ ଶିକ୍ଷା କୁ ଆମେ ଆଜି ଜାଣିବା। ବାସ୍ତବରେ କାହିଁକି ଏମିତି ହୋଇଥାଏ ଏବଂ କାହିଁକି ମଣିଷ ଏଥିପାଇଁ ଦୁଃଖ କଷ୍ଟ ଭୋଗିଥାଏ ନିରାଶ ହେବା ପରେ।

ଈଶ୍ୱର ବା ଭଗବାନ ଅନନ୍ତ ସ୍ରଷ୍ଟା, ଅନନ୍ତ ଶକ୍ତିର ମାଲିକ। ତାଙ୍କ ପାଖରେ ଏ ବିଶ୍ଵର ପ୍ରତ୍ୟେକ ଜିନିଷ ଭରପୁର ହୋଇ ରହିଛି। କୌଣସି ଜିନିଷର ଅଭାବ ତାଙ୍କ ପାଖରେ ନାହିଁ। ଯଦି ସବୁ ଜିନିଷ ତାଙ୍କ ପାଖରେ ପ୍ରଚୁର ମାତ୍ରାରେ ମହଜୁଦ ହୋଇ ରହିଛି, ତାହେଲେ ମଣିଷ ଯାହା ମାଗୁଚି ବା ଚାହୁଁଛି ତାକୁ କାହିଁକି ସେସବୁ ମିଳୁନି।

ମାତ୍ର ଅଳ୍ପ କିଛି ଲୋକଂକ ଜୀବନରେ, ଧନ ହେଉ କିମ୍ବା ଜ୍ଞାନ ହେଉ ସେସବୁ ପ୍ରାପ୍ତ ହେଉଛି। ବହୁତ ଲୋକ ମାଗିଲା ପରେ, ଚେଷ୍ଟା କରିବା ପରେ , ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପରେ ମଧ୍ୟ ସେମାନେ ମାଗୁଥିବା ଜିନିଷ ସେମାନଙ୍କୁ ମିଳି ନଥାଏ।ତେବେ ଏହାର କାରଣ ଜାଣିବା ପାଇଁ ଭଗବାନ ନାରଦ ଏବଂ ବିଷ୍ଣୁଙ୍କର ଏକ ସୁନ୍ଦର ଗଲ୍ପ ଉପଲବ୍ଧ ରହିଛି।

ଯାହା ମାଧ୍ୟମରେ ନାରଦ ଭଗବାନ ବିଷ୍ଣୁଙ୍କୁ କହୁଛନ୍ତି ଯେ ପ୍ରଭୁ କାହିଁକି ମଣିଷ ତାର ଆବଶ୍ୟକତା ଅନୁସାରେ ଜିନିଷ ପାଇ ପାରୁନାହିଁ ଏବଂ ବିଷ୍ଣୁ ଏକ ଉଦାହରଣ ମାଧ୍ୟମରେ ନାରଦ ଙ୍କୁ କହୁଛନ୍ତି ଯେ କିଭଳି ଭାବରେ ମଣିଷ ଏସବୁର ଅଧିକାରୀ ହୋଇଥାଏ ଓ କିଭଳି ଭାବରେ ମଣିଷ ନିଜ ଇଚ୍ଛା ମୁତାବକ ଜିନିଷର ପ୍ରାପ୍ତତା କରି ପାରି ନଥାଏ।

ଯାହାର ନିଷ୍କର୍ଷ ସ୍ୱରୂପ ଏହା ଜଣା ପଡୁଛି ଯାହା ଭଗବାନ ବିଷ୍ଣୁ ସହଜ ଭାବରେ କହୁଛନ୍ତି ଯେ କୌଣସି ଜିନିଷକୁ ପ୍ରାପ୍ତ କରିବାକୁ ହେଲେ ମଣିଷ ତାର ହକଦାର ହେବା ନିହାତି ଦରକାର। ଯଦି ମଣିଷ ତାର ପାତ୍ର ନ ହୋଇଥାଏ ଏବଂ ତାକୁ ତାର ଆବଶ୍ୟକତା ଥାଏ ତେବେ ଭଗବାନ ଚାହିଁଲେ ବି ତାକୁ ଦେଇ ପାରିବେ ନାହିଁ।

କାରଣ ଉକ୍ତ ବ୍ୟକ୍ତି ଜଣଙ୍କ ତାକୁ ଗ୍ରହଣ କରିବା ପାଇଁ ଯୋଗ୍ୟ ନୁହଁ। ଭଗବାନଙ୍କ ନିକଟରେ ମଣିଷକୁ ଦେବା ପାଇଁ ଧନ, ଜ୍ଞାନ, ଖୁସି, ଐଶ୍ୱର୍ଯ୍ୟ ସବୁକିଛି ରହିଛି। କିନ୍ତୁ ମଣିଷ କେବଳ ଇଚ୍ଛା କରୁଛି ପାଇବାକୁ ଓ ତା ପାଇଁ ପରିଶ୍ରମ କରିବା ପାଇଁ ଚାହୁଁ ନାହିଁ, ଯେଉଁ ପାଇଁ ସେ ଉକ୍ତ ଜିନିଷକୁ ପାଇବାକୁ ଯୋଗ୍ୟ ବିବେଚିତ ହେଉନାହିଁ। ତେଣୁ ଭଗବାନ ଚାହିଁଲେ ବି ତାକୁ ତାହା ଦେଇ ପାରୁ ନାହାଁନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।