ପ୍ରକୃତ ପ୍ରେମ କଣ ଏବଂ କାହିଁକି ବହୁତ ଭଲ ପାଇବା ଅସଫଳ ହୋଇଥାଏ ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଉପରେ କହିବାକୁ ଯାଉଛୁ। ଯାହା ଦୁନିଆର ପ୍ରତ୍ୟେକଟି ବ୍ୟକ୍ତି ବିଶେଷ ପାଇଁ ଗୁରୁତ୍ଵ ବହନ କରେ।ଏହି ଲେଖା ମାଧ୍ୟମରେ ଆମେ ଆଜି ଜୀବନର ଏକ ମୂଲ୍ୟବାନ ଜିନିଷ ସମ୍ପର୍କରେ ଅବଗତ ହେବା। ଭଲପାଇବା ନିଶ୍ଚିତ ଭାବରେ ମଣିଷ ଜୀବନର ଏକ ଦରକାରୀ ଜିନିଷ। ସେଥିପ୍ରତି ମଣିଷ ବହୁତ୍ ସଚେତନ ହେବା ଆବଶ୍ୟକ ।

ଆଉ ଯଦି ଭଲପାଇବା ରେ ଉତ୍ତମ ବୁଝାମଣା ନାହିଁ ତେବେ ଆପଣ ନିଜକୁ ସେତିକି ସଂଗଠିତ ମନେ କରିବେ ନାହିଁ। ନିଜ ମନ ଭିତରେ ପ୍ରେମ ପ୍ରତି ସେମିତି ଏକ ପବିତ୍ର ଚିନ୍ତାଧାରା ଉଦ୍ରେକ ହେବାକୁ ହେଲେ ଆପଣଙ୍କୁ ସରଳ ବିଶ୍ୱାସୀ ସହିତ ଉଦାରତା ବାଦି ହେବାକୁ ପଡିବ।

ତେବେ ଆଜିର ଦୁନିଆରେ ସବୁଠାରୁ ଏକ ବଡ଼ ପ୍ରଶ୍ନ ହେଉଛି ଭଲପାଇବା କଣ ଓ ପ୍ରକୃତ ପ୍ରେମ ର ବାସ୍ତବ ସ୍ୱରୂପ କଣ?ତେବେ କାହିଁକି ଭଲ ପାଇବା ହୋଇଥାଏ ଏବଂ ପୁଣି ବିଚ୍ଛେଦ କାହିଁକି ଘଟେ? ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମକୁ ଏ ବିଷୟରେ ଗଭୀର ଅନୁଧ୍ୟାନ କରିବାକୁ ପଡ଼ିବ। ବେଳେବେଳେ ପ୍ରେମ ବିବାହ ପରେ ମଧ୍ୟ ବିଚ୍ଛେଦ ଘଟୁଛି ଏବଂ ଅଶାନ୍ତି ଭରି ରହୁଛି। ସାଂସାରିକ ଜୀବନରେ କୋଲହ ଲାଗି ରହୁଛି।

ଏହାର ଅନେକ କାରଣ ରହିଛି କିନ୍ତୁ ତା ମଧ୍ୟରୁ ଏହା ଅଧିକ ମାତ୍ରାରେ ଗୁରୁତ୍ଵ ବହନ କରେ ଯେ ହରେଇବାର ଭୟ ଏବଂ ଉପଯୁକ୍ତ ସାଥୀ ଚୟନ।  ଯିଏକି ପ୍ରତିଟି କ୍ଷେତ୍ରରେ ଅନ୍ୟ ଜଣଙ୍କୁ ସମ୍ମାନ ଦେଇ ପାରୁଥିବ, ତା ନଜରରେ ନିଜକୁ ସେହିଭଳି ସ୍ଥିତି ରେ ରଖି ପାରୁଥିବ। ତାର ଚିନ୍ତାଧାରା କୁ ବୁଝିବାକୁ ସକ୍ଷମ ହେଉଥିବ ଏବଂ ପ୍ରତିଟି କଥାକୁ ଗମ୍ଭୀରତା ର ସହ ନେବାକୁ ଚାହୁଁଥିବ ।

ସେହିଭଳି ପୁଅ ଏବଂ ଝିଅ ବିବାହ ପରେ ମଧ୍ୟ ସେମାନେ ସୁନ୍ଦରତା କୁ ପାସୋରି ପୂର୍ବପରି ଉତ୍ତମ ବୁଝାମଣା ଯୋଗୁଁ, ନିଃସ୍ଵାର୍ଥପର ଚିନ୍ତାଧାରା ପାଇଁ ସବୁଦିନ ହସ ଖୁସିରେ ଚଳି ଥାଆନ୍ତି। କାରଣ ସେମାନେ ପରସ୍ପରକୁ ପାଇବା ପାଇଁ ଦୃଢ଼ ପରିଶ୍ରମ ର ସହ କୌଣସି ସଫଳତା ହାସଲ କରିଛନ୍ତି। ନୀତିବାନ ହୋଇଛନ୍ତି। କେହି କାହାର ନଜରରେ ଛୋଟ ହେବାକୁ ଚାହିଁ ନାହାନ୍ତି। ତେଣୁ ସେମାନଙ୍କ ମଧ୍ୟରେ ବିଚ୍ଛେଦ ହେବାର ସମ୍ଭାବନା ନଥାଏ।

କିନ୍ତୁ କିଛି କ୍ଷେତ୍ରରେ ପ୍ରେମ ହୋଇ ମଧ୍ୟ ବିଚ୍ଛେଦ ହୋଇଯାଏ କାରଣ ସେମାନେ କେବଳ ସୌନ୍ଦର୍ଯ୍ୟକୁ ଭଲପାଇ ଥାନ୍ତି। ଆଉ ସେଥିପ୍ରତି ଆକର୍ଷଣ କୁ ଭଲପାଇବା କହିଥାନ୍ତି। ତେଣୁ ଯେତେବେଳେ ଗୋଟିଏ ଜିନିଷ ଆମକୁ ନ ମିଳିଛି ସେତେବେଳେ ସେହି ଜିନିଷର ଅଧିକ ଗୁରୁତ୍ବ ରହିଥାଏ।କିନ୍ତୁ ଯେତେବେଳେ ତାହା ନିଜର ହୋଇଯାଏ ସେତେବେଳେ ସେ ତାର ମୂଲ୍ୟ ଜାଣି ପାରେନାହିଁ।

ଏହାକୁ ସାଧାରଣ ଜିନିଷ ବୋଲି ଭାବିନିଏ। କାରଣ ତା ମନରେ ସ୍ବାର୍ଥ ରହିଥାଏ। ତାହା କୌଣସି ଚିରନ୍ତନ ଭାବନା ନୁହେଁ। ଯାହା ଫଳରେ ତାକୁ ସେସବୁ ମିଳିଗଲା ପରେ ସେ ସେହି ଝିଅକୁ ବା ପୁଅକୁ ଏକ ସାଧାରଣ ଝିଅ ବୋଲି ଭାବି ନିଏ। ଆଉ ସେତେବେଳେ ପ୍ରେମ, ଭଲପାଇବା ର ଅଭାବ ରୁ ବିଚ୍ଛେଦ ଦେଖାଦିଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।