କବି ଖାଉଥିଲେ ସାବଧାନ ! କବି ରୁ ବାହାରିଲା ବିଷଧର ସାପ ଛୁଆ ,ସାପ ଚୋଟ ରେ ମା ଝିଅ…… ଏହି ଖବରଟି ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ

ଏକ ସାଧାରଣ କଥା ଯାହାକୁ ସମସ୍ତଙ୍କୁ ମାନିବା ଉଚିତ । ତାହା ହେଉଛି ଆମେ ଖାଦ୍ୟକୁ ସତର୍କତାର ସହିତ ପ୍ରସ୍ତୁତ କରିବା ସହିତ ସତର୍କତାର ସହିତ ସେବନ ମଧ୍ୟ କରିବା ଉଚିତ । ତେବେ ଅନେକ ଲୋକ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଯେଉଁ କାରଣରୁ ସେମାନେ ମାରାତ୍ମକ ରୋଗର ସମ୍ମୁଖୀନ ହୁଅନ୍ତି । ଅନେକ ସମୟରେ ଆପଣ ଏପରି ଘଟଣା ଶୁଣିଥିବେ ଯେ ଖାଦ୍ୟ ପଦାର୍ଥ ବିଷାକ୍ତ ହୋଇ କିପରି ଲୋକଙ୍କ ଜୀବନ ଚାଲିଯାଏ ।

ତେବେ ଆମକୁ ଦୈନନ୍ଦିନ ଜୀବନରେ ଠିକ ଭାବରେ ବଞ୍ଚିବା ପାଇଁ ପ୍ରଥମେ ଖାଦ୍ୟ ପଦାର୍ଥକୁ ସତର୍କତା ର ସହିତ ପ୍ରସ୍ତୁତ କରିବା ଉଚିତ । ନଚେତ ଆମର ଏକ ଛୋଟ ଭୁଲ ପାଇଁ ଜୀବନ ମଧ୍ୟ ଚାଲି ଯାଇପାରେ ।

ଅଧିକ ନିୟମକୁ ମାନି ନପାରିଲେ ବି ଯେପରିକି ସାଧରାଣ ନିୟମ ଅର୍ଥାତ ଖାଦ୍ୟ ସେବନ କରିବା ପୂର୍ବରୁ ହାତ ଏବଂ ମୁଁହ ଭଲ ଭାବରେ ଧୋଇବା ଉଚିତ । ଖାଦ୍ୟକୁ ଘୋଡ଼ାଇ ରଖିବା ଉଚିତ । କିନ୍ତୁ ଆଜିକା ଲୋକେ ଏତିକି ନିୟମକୁ ମାନିବାକୁ ମଧ୍ୟ ନାରାଜ ଯେଉଁ କାରଣରୁ ସାଙ୍ଘାତିକ ସମସ୍ୟାର ସାମ୍ନା କରୁବାକୁ ପଡୁଛି । ଯେପରିକି ଏକ ଘଟଣା ଘଟିଛି ଭୋପାଲ ରେ । ଟେଣୁ ସେହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଲୋକଡାଉନ ସମୟରେ ଲୋକଙ୍କୁ ଏହି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିଲା ଯେ ଘରକୁ କୌଣସି ପନିପରିବା ଆଣିଲେ ତାହାକୁ ପ୍ରଥମେ ଭଲ ଭାବରେ ଧୋଇ ରୋଷେଇ ଘରକୁ ନେବା ଉଚିତ । କାରଣ ପରିବା ଦେଇ କୌଣସି ପ୍ରକାରର ବିଷାକ୍ତ ଭୂତାଣୁ ମଧ୍ୟ ଘରକୁ ପ୍ରବେଶ କରିପାରେ ।

କିନ୍ତୁ ସବୁ ଲୋକ ସେହି ନିୟମକୁ ମାନ୍ୟ କରିନଥିଲେ । ଭୋପାଳ ରେ ଜଣେ ୩୫ ବର୍ଷୀୟା ମହିଳା ଏବଂ ତାଙ୍କ ଝିଅ ସାପ କାମୁଡ଼ା ର ଶିକାର ହୋଇଛନ୍ତି । ତେବେ ସୂଚନା ଅନୁଯାୟୀ ମହିଳା ଜଣକ ଏବଂ ତାଙ୍କ ଝିଅ ବଜାରକୁ ପରିବା ଏବଂ ଅନ୍ୟାନ୍ୟ ଜିନିଷ ଆଣିବାକୁ ଯାଇଥିଲେ । ତାପରେ ସେମାନେ ପରିବା କିଣି ଘରକୁ ଆସିଥିଲେ ଏବଂ ତାହାକୁ ଭଲ ଭାବରେ ନଜର ନଦେଇ ବ୍ୟାଗ ରୁ ପରିବା ବାହାର କରିଥିଲେ ।

ଏହି ସମୟରେ ମହିଳାଙ୍କ ହାତକୁ କିଛି ଗୋଟାଏ କାମୁଡିବାର ଅନୁଭୂତ ହୋଇଥିଲା । ପରେ ତାଙ୍କ ଝିଅକୁ ମଧ୍ୟ କାମୁଡ଼ିଥିଲା । ଏହାର କିଛି ସମୟ ମଧ୍ୟରେ ମହିଳା ଜଣକ ଏବଂ ତାଙ୍କ ଝିଅ ବାନ୍ତି କରିବାରେ ଲାଗିଥିଲେ । ଏହା ଶୁଣି ପାଖ ପଡ଼ିଶା ଲୋକ ଆସି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ପ୍ରଥମ କିଛି ସମୟ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବା ସୂଚନା ମିଳିଥିଲା । କିନ୍ତୁ ପରେ ଅବସ୍ଥା ସୁଧୁରି ଯାଇଥିଲା । ତେବେ ଡାକ୍ତର କହିଥିଲେ ଯେ ତାଙ୍କର ଏପରି ଅବସ୍ଥା ଏକ ବିଷାକ୍ତ ସାପ କାମୁଡିବା କାରଣରୁ ହୋଇଥିଲା ।

ତେବେ ପ୍ରକୃତ ଘଟଣା ହେଉଛି ଯେ ମହିଳା ଏବଂ ତାଙ୍କ ଝିଅ ଯେତେବେଳେ ବ୍ୟାଗ ରୁ ପରିବା ବାହାର କରୁଥିଲେ ସେତେବେଳେ କୋବି ମଧ୍ୟରେ ଏକ ଛୋଟ ସାପ ଛୁଆ ରହିଥିଲା । ତେଣୁ ସେମାନେ ପରିବା ବାହାର କରୁଥିବା ସମୟରେ ସାପ ଛୁଆଟିକୁ ଆଘାତ ଲାଗିବା କାରଣରୁ ମା ଝିଅକୁ ଦଂଶନ କରିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।