କାର୍ତ୍ତିକ ମାସରେ ଏହିସବୁ ଜିନିଷ ଦାନ କଲେ ଶୁଭ ହୋଇଥାଏ। ପରିବାର କୁ ସୁଖ ଶାନ୍ତି ଏବଂ ଧନପ୍ରାପ୍ତି ଯୋଗ ଆସିବ…..
ଚାଲିଛି କାର୍ତ୍ତିକ ମାସ ଯାହାକି କୃଷ୍ଣ ପକ୍ଷ ୧୫ ଦିନ ଚାଲିଗଲା ଶୁକ୍ଳ ପକ୍ଷ ଆରମ୍ଭ ହେଲା। ଆଜି ହେଉଛି ପ୍ରତିପଦ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏ ହେଉଛି କାର୍ତ୍ତିକ ମାସ। ପ୍ରତ୍ୟେକ ମାସରେ କୃଷ୍ଣ ପକ୍ଷ ଓ ଶୁକ୍ଳ ପକ୍ଷ ରହିଥାଏ। ଏ ଯେଉଁ କାର୍ତ୍ତିକ ମାସ ରହିଛି ଭଗବାନ ଗୀତାରେ କହିଛନ୍ତି କାର୍ତ୍ତିକ ମାସ ତାଙ୍କର ଅତି ପ୍ରିୟ। ଏ ଯେଉଁ ମାସ ରହିଲା ଭଗବାନ, ମା ଲକ୍ଷ୍ମୀଙ୍କର ୧୧ ମାସ ପର୍ଯ୍ୟନ୍ତ ସାଥୀରେ ରହିଥାଏ। ଏ ଯେଉଁ ଗୋଟିଏ ମାସ ମା ବୃନ୍ଦାବତୀ ଙ୍କୁ ପୂଜା କରିଥାଉ।
କାର୍ତ୍ତିକ ମାସରେ ଆମେ ପୂଜା କରିଥାଉ, ମୁରୁଜ ପକାଇଥାଉ ,ତୁଳସୀ କୁ ପୂଜା କରିଥାନ୍ତି।ଏହି ମାସଟି ଧର୍ମ ମାସ ଅଟେ। ଏହି ମାସରେ ସକାଳୁ ସ୍ନାନ କରିଥାନ୍ତି, ଦାନ ଧର୍ମ କରିଥାନ୍ତି, ମନ୍ଦିର ଯାଇଥାନ୍ତି ଏମିତି ବହୁତ କିଛି ଦାନ ଧର୍ମ କରିଥାନ୍ତି।
ତେବେ ଏହି ମାସରେ ଦାନ ଟା କେମିତି ହେବା ଦରକାର। ଆପଣ ଖାଦ୍ୟ ର ଦାନ କରି ପାରିବେ, ବସ୍ତ୍ର ଦାନ କରି ପାରିବେ, ଯଦି କୌଣସି ଜିନିଷ ଆବଶ୍ୟକ ରହିଥାଏ ତାହା ମଧ୍ୟ ଦାନ କରି ପାରିବେ। ଆପଣ ଯେତେବେଳେ ଦାନ କରୁଛନ୍ତି ତାର କେବେବି ଫଟୋ ଉଠେଇବେ ନାହିଁ, ତାକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବେ ନାହିଁ, କୌଣସି ପ୍ରକାରର ଦାନ ଜିନିଷକୁ ଯଦି ଆମେ ଦେଖେଇ ଦେଲେ ତାହେଲେ ସେ ଆଉ ପୂଣ୍ୟ ଟି ରହିବ ନାହିଁ।
ତେଣୁ ଆମେ ଆମର ସବୁ କାର୍ଯ୍ୟ କୁ ଦେଖାଇବା କିନ୍ତୁ ଦାନ କାର୍ଯ୍ୟ କୁ କେବେବି ଦେଖେଇବେ ନାହିଁ। ଦାନ କୁ ସବୁବେଳେ ଗୁପ୍ତ ରେ କରାଯାଏ। ତେବେ ଆପଣ କଣ ଦାନ କରିବେ। କାର୍ତ୍ତିକ ମାସରେ ଅନ୍ନ ଦାନ କରିବେ ।ଅନ୍ନକୁ ଖାଦ୍ୟ ରୂପେ ତିଆରି କରି ଦାନ କରି ପାରିବେ। ଏହାଠୁ ଆଉ କିଛି ଭଲ କାର୍ଯ୍ୟ ହୋଇ ନଥାଏ।
ଆପଣ ଯଦି ଖାଇବା ନ ବନେଇ ପାରୁଛନ୍ତି, ତାହେଲେ ଆପଣ ଚାଉଳ, ଡାଲି, ଅଟା ଇତ୍ୟାଦି ସବୁ ଜିନିଷ କୁ କିଣି ଦାନ କରି ପାରିବେ। ସେମିତି ଦାନ କଲେ ସେମାନେ ତାଙ୍କ ଘରେ ରଖି କିଛି ଦିନ ରୋଷେଇ କରି ଖାଇ ପାରିବେ। ଦାନ କରିବା ବେଳେ ଲୁଚେଇ ଦାନ କରିବେ କେବେ କାହାରିକୁ କହିବେ ନାହିଁ।
ଦେଖିବେ ଏହାର ବହୁତ ଶୁଭ ପ୍ରାପ୍ତି ହୋଇଥାଏ। ଏହି ମାସରେ କାହାରିକୁ ଠକିବେ ନାହିଁ, କାହାରି କିଛି କରିବେ ନାହିଁ। ତୁଳସୀ ଗଛ କୁ ବିଷ୍ଣୁଙ୍କ ମନ୍ଦିରରେ ଲଗାନ୍ତୁ, ବିଷ୍ଣୁ ଙ୍କୁ ଅର୍ପଣ କରନ୍ତୁ, ତୁଳସୀ ଗଛ କୁ ସବୁବେଳେ ପୂଜା କରନ୍ତୁ। ତେବେ କାର୍ତ୍ତିକ ମାସରେ ପୂଜା କରନ୍ତୁ, ଭଜନ କୀର୍ତ୍ତନ କରନ୍ତୁ, ଭଗବାନଙ୍କୁ ଆରାଧନା କରନ୍ତୁ, ଦାନ କରନ୍ତୁ, ସେବା କରନ୍ତୁ, ଆଉ ଏହି କାର୍ତ୍ତିକ ମାସର ପୁଣ୍ୟ କୁ ଗ୍ରହଣ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।