କର୍ମଚାରୀ ମାନଙ୍କ ପାଇଁ ଶ୍ରମ ମନ୍ତ୍ରଣାଳୟର ବଡ ଷୋଘଣା !15 ମିନିଟ ଓଭର ଟାଇମ କରିଲେ ମଧ୍ୟ ମିଳିବ ଟଙ୍କା …ଦୟାକରି ଏହି ଖବର ଟି ନିଶ୍ଚିତ ପଢନ୍ତୁ……
15 ମିନିଟ ଓଭର ଟାଇମ କରିଲେ ମଧ୍ୟ ମିଳିବ ଟଙ୍କା , ଶ୍ରମ ମନ୍ତ୍ରଣାଳୟ ପ୍ରସ୍ତୁତ କରୁଚି ନୂଆ ଆଇନ । କମ୍ପାନୀରେ କାମ କରୁଥିବା କର୍ମଚାରୀ ମାନଙ୍କ ପାଇଁ ବଡ ଖବର । ଯଦି ଆପଣ ମାନେ କମ୍ପାନୀରେ ନିର୍ଧାରିତ ସମୟ ଠାରୁ ଅଧିକ କାମ କରୁଥାନ୍ତି ତେବେ ଆପଣଙ୍କୁ ଓଭର ଟାଇମ ହିସାବରେ ଗମାହେବ । ସାଦାରଣତଃ ଅଦିକାଂଶ କମ୍ପାନୀରେ କର୍ମଚାରୀ ମାନେ ନିର୍ଧାରିତ ସମୟ ଠାରୁ ଅଧିକ କାମ କରିଥାନ୍ତି ମାତ୍ର ଏବେ ଏହାକୁ ଓଭର ଟାଇମ ହିସାବରେ ଗମିବା ସହିତ ଏହା ପାଇଁ ଟଙ୍କା ଦେବାକୁ ୟୋଜନା କରିଛି ଶ୍ରମ ମନ୍ତ୍ରଣାଳୟ ।
ଆଗାମୀ ଆର୍ଥିକ ବର୍ଷରେ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ୟୋଜନା ପ୍ରସ୍ତୁତ କରୁଛନ୍ତି କାର୍ଯ୍ୟକାରୀ ମନ୍ତ୍ରଣାଳୟ । ପରିବର୍ତ୍ତିତ ଶ୍ରମ ଆଇନ ଆଣିବା ପୂର୍ବରୁ ସମସ୍ତ ପ୍ରକ୍ରିୟା ବାବଦରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ମିଳିତିବା ସୂଚନା ମୁତାବକ ଏହି ନିୟମ ଅନୁଯାୟୀ 15 ମିନିଟରୁ ଅଧିକ ଓଭର ଟାଇମ କଲେ ଶ୍ରମିକ ମାନଙ୍କୁ ତା ବାବଦରେ ଟଙ୍କା ପ୍ରଦାନ କରାଯିବ । କମ୍ପାନୀକୁ ସେଥିପାଇଁ କର୍ମଚାରୀ ମାନଙ୍କୁ ଟଙ୍କା ଦେବା ପାଇଁ ପଡିବ । ଅର୍ଥାତ ଯଦି କୌଣସି କର୍ମଚାରୀ ଡିୟୁଟି ସମୟ ପରେ ଅଧିକ କାମ କରନ୍ତି ତେବେ ସେହି ହିସାବରେ ତାଙ୍କୁ ଟଙ୍କା ପ୍ରଦାନ କରାଯିବ ।
ନୂଆ ଶ୍ରମ ଆଇନ ଥରେ ଲାଗୁ ହେବା ପରେ ଦେଶର ଶ୍ରମର ନୂଆ ବଜାର ଆରମ୍ଭ ହେବ । ଏହି ପରିବର୍ତ୍ତିତ ଆଇନ ଆଣିବା ସହିତ ଲୋକମାନଙ୍କ ମନରେ ରହିଥିବା ଶଙ୍କାକୁ ଦୂର କରିବା ପାଇଁ ଚେଷ୍ଟା କରିବେ ସରକାର ।
ଏହା ସହିତ ଗଣ ମାଧ୍ୟମରେ ପ୍ରକାଶିତ ରିର୍ପୋଟ ଅନୁଯାୟୀ ଓଭର ଟାଇମ ସମୟ ସୀମା ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତି ସରକାର । ଖାସ କରି ନିର୍ଧାରିତ ସମୟ ଠାରୁ ଅଧିକ କାମ କରି ଏହାକୁ ଓଭର ଟାଇମ ଭାବରେ ଗ୍ରହଣ କରାଯାଇପାରେ । ଏବେ ନିର୍ଧାରିତ ସମୟ ଠାରୁ ଅଧିକ ଅଧଘଣ୍ଟା କାମ କଲେ ତାହାକୁ ଓଭଲ ଟାଇମ ବାବରେ ଗ୍ରହଣ କରାଯାଉଥିଲା । ସେହି ସମୟରେ ଓଭର ଟାଇମ କରୁଥିବା ଲୋକମାନଙ୍କୁ କମ୍ପାନୀ ତରଫରୁ ପେମେଣ୍ଟ ପ୍ରଦାନ କରାଯାଉଥିଲା ।
ଚଲିତ ମାସ ଶେଷ ସୁଦ୍ଧା ଏହି ନୂଆ ଆଇନ ଆସିବାକୁ ଥିବା ବାବଦରେ ସମସ୍ତ ପ୍ରକ୍ରିୟାକୁ ପୂରଣ କରାଯିବ । ଏହା ପରେ ନୂଆ ନିୟମକୁ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ।
ନୂଆ ଆଇନରେ କମ୍ପାନୀ ଗୁଡିକୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡିବ କି ସମସ୍ତ କର୍ମଚାରୀଙ୍କୁ ୟେପରି ପିଏଫ. ଏବଂ ଡିଏସଆଇର ସୁବିଧା ମିଳିପାରିବ । ଥାର୍ଡ ପାର୍ଟି ବା କଣ୍ଟ୍ରକଟରଙ୍କ ଜରିଆରେ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ ଏ ସସମସ୍ତ ସୁବିଧା ମିଳିବ ନାହିଁ ବୋଲି କୌଣସି କମ୍ପାନୀ କହିପାରିବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।