ଦେଖନ୍ତୁ EXCLUSIVE :ଭିଡିଓ- ପିଣ୍ଟୁଙ୍କର ପିଣ୍ଡଦାନ କରୁଥିବା ବେଳେ କଇଁ କଇଁ ହୋଇ କାନ୍ଦିଲେ ପିଣ୍ଟୁଙ୍କ ପୁଅ ଓ ସ୍ତ୍ରୀ….

ଚାଲି ଥିଲା ଦଶାହ କର୍ମ ଆଉ ଏହି ଦଶାହ କର୍ମରେ ପିଣ୍ଟୁ ଙ୍କର ସ୍ତ୍ରୀ ଭୋ ଭୋ ହୋଇ କାନ୍ଦୁ ଥିଲେ ଆଉ ପୁଅ ବି କର୍ମ କରୁ ଥିବା ସମୟରେ କଇଁ କଇଁ ହୋଇ କାନ୍ଦୁ ଥିଲା | ବୋଧ ହୁଏ ବାପା ର ପ୍ରତି ଟି ଦଶାହ କର୍ମ ରେ ପୁଅ ଭାବୁ ଥିବ କି ବାପା ମତେ କଣ ପାଇଁ ଛାଡ଼ି ଚାଲି ଗଲ ମୋ ପାଖକୁ ପୁଣି ଥରେ ଫେରି ଆସ | ଏମିତି କିଛି ଭାବନା କୁ ନେଇ ତାଙ୍କର ବଡ଼ ପୁଅ ପିଣ୍ଟୁ ନନ୍ଦ ଙ୍କର ପିଣ୍ଡ ଦାନ କରୁ ଥିବେ |

ଆଉ ସେପଟେ ପିଣ୍ଟୁ ଙ୍କର ସ୍ତ୍ରୀ ବି ପୁରୁଣା ସ୍ମୃତି କୁ ମନେ ପକାଇ କାନ୍ଦୁ ଥିବେ କାରଣ ଶେଷ ସମୟରେ ବି ସେ ନିଜ ସ୍ୱାମୀ ପିଣ୍ଟୁ ଙ୍କର ଟିକେ ସାଥ ଦେଇ ପାରିଲେ ନାହିଁ ସେଥିପାଇଁ କାନ୍ଦି କାନ୍ଦି ସେ ନିଜ ଭୁଲ ର ପ୍ରାୟଶ୍ଚିତ ମଧ୍ୟ କରୁ ଥିବେ |

ଏଠି ଚାହୁଁ ଚାହୁଁ 10 ଦିନ ବିତି ଗଲା ଆଉ ଆଜି ହେଉଛି ପିଣ୍ଟୁ ନନ୍ଦ ଙ୍କର ଦଶାହ କର୍ମ ଯାହାକି ସକାଳୁ ସକାଳୁ ପୋଖରୀ ତୁଠରେ ଦଶାହ କର୍ମ ସମ୍ପୂର୍ଣ୍ଣ ହୋଇଛି | ବଡ଼ ପୁଅ କ୍ରିୟା ଧରି ପୋଖରୀ ରେ ପଶି ହାଣ୍ଡି ଭାଙ୍ଗିଛି ଆଉ ଏହାପରେ ସମସ୍ତେ ଲଣ୍ଡା ମଧ୍ୟ ହୋଇଛନ୍ତି |

ଦଶାହ କର୍ମ ରେ ପିଣ୍ଟୁ ନନ୍ଦ ଙ୍କର କିଛି ଆଖପାଖ ବନ୍ଧୁ ମାନେ ଯୋଗ ଦେଇ ଥିଲେ, ଯଦି ଦେଖିବା ତେବେ ପିଣ୍ଟୁ ଙ୍କୁ ମନେ ପକାଇ ଆଜି ଦଶାହ କର୍ମ ସମୟରେ ଭାବ ବିହ୍ଵଳିତ ପରିବେଶ ସୃଷ୍ଟି ହୋଇ ଥିଲା |


ପିଣ୍ଟୁ ନନ୍ଦ ଜଣେ ବହୁତ ଭଲ ଆକ୍ଟର ଥିଲେ ଯାହାକି ସେ ଭଲ ସାଙ୍ଗ ଅଭିନୟ ହେଉ କିମ୍ବା ଏକ କମେଡିଆନ ଚରିତ୍ର ରେ ହେଉ ଅଥବା ଭିଲିଆନ ଚରିତ୍ର ରେ ହେଉ ସବୁ କ୍ୟାରେଟର କୁ ସେ ନିଖୁଣ ଭାବରେ ଅଭିନୟ କରି ଦେଖାଉ ଥିଲେ |

ତେବେ ପିଣ୍ଟୁ ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ ଯାହା ପରେ ତାଙ୍କର ମୃତ୍ୟୁ ହୋଇ ଥିଲା | ଲିଭର ଲାଗିବାକୁ ଥିବା ବେଳେ ପିଣ୍ଟୁ ଙ୍କୁ କିନ୍ତୁ ଲିଭର ମିଳି ପାରି ନଥିଲା ଯେଉଁଥି ପାଇଁ ତାଙ୍କର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ କୁ ସ୍ଥାନାନ୍ତରିତ କରାଯାଇ ଥିଲା ଆଉ ଯାହା ପରେ ସେହି ହସ୍ପିଟାଲ ରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା |

ତାଙ୍କ ମୃତ୍ୟୁ ର ଆଜି ସାରା ଓଡ଼ିଶା ଓ ଫିଲ୍ମ ଇଣ୍ଡଷ୍ଟ୍ରି ଯେମିତି ସ୍ତବ୍ଧ ପାଲଟି ଯାଇଛି |ତେବେ ପିଣ୍ଟୁ ନନ୍ଦ ଙ୍କର ଅମର ଆତ୍ମା ର ସଦଗତି ପାଇଁ ଆମେ ସମସ୍ତେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିବା | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।