Calcium Deficiency କ୍ୟାଲସିୟମର ଅଭାବ, ଆଂଠୁ ଗଣ୍ଠି ବିନ୍ଧା,ଅଣ୍ଟା ବିନ୍ଧା ୮୦ ବର୍ଷ ବୟସ ପର୍ଯ୍ୟନ୍ତ ହେବ ନାହିଁ |
ଶରୀରରେ କ୍ୟାଲସିୟମ ର ଅଭାବ କାରଣରୁ ଆମ ଆଣ୍ଠୁ ଗଣ୍ଠି ବହୁତ ଅଧିକ ବିନ୍ଧିଥାଏ। ଅଣ୍ଟା ବିନ୍ଧା ହୁଏ, ମାଂସପେଶୀ ଟାଣି ରଖିଥାଏ ,ହାତଗୋଡ଼ ଫୁଲିଯାଏ ,ଉଠିବା ବସିବାରେ ମଧ୍ୟ ବହୁତ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ। ୩୦ ବର୍ଷ ବୟସ ପରେ ଆମ ଶରୀରରେ କ୍ୟାଲସିୟମ ର ଅଭାବ ଦେଖାଯାଇଥାଏ। ୪୦ ବର୍ଷ ବୟସ ପରେ ଆମ ହାଡ଼ ବହୁତ ଅଧିକ ଦୁର୍ବଳ ହୋଇଯାଏ। ଆମକୁ ଜଣା ପଡ଼େ ନାହିଁ କି ଆମକୁ ଏତେ ଦୁର୍ବଳ କାହିଁକି ଲାଗିଥାଏ? କ୍ୟାଲସିୟମ ର ଅଭାବ କାରଣରୁ ଆମକୁ ବହୁତ ଅଧିକ ଦୁର୍ବଳତା ଲାଗିଥାଏ।
ଆଜି ଆମେ ଆପଣଙ୍କୁ ଯେଉଁ ରେମିଡି ବନେଇବା ଶିଖେଇବି ଯଦି ତାହାକୁ ଆପଣ କିଛି ଦିନ ପର୍ଯ୍ୟନ୍ତ ଲଗାତର ସେବନ କରିବେ, ତେବେ ୮୦ ବର୍ଷ ବୟସ ପରେ ବି ଆପଣଙ୍କୁ କ୍ୟାଲସିୟମ ର ଅଭାବ ହେବ ନାହିଁ। ଜଏଣ୍ଟ ପେନ୍ ଭଳି ସମସ୍ୟା ଆପଣଙ୍କୁ ଜୀବନରେ କେବେ ହେବ ନାହିଁ।
ଆପଣ ଆଜିର ଏହି ରେମିଡିଟିକୁ ବନେଇ ରଖି ଦିଅନ୍ତୁ ଏବଂ ବାରମ୍ବାର ଏହାର ସେବନ କରି ପାରିବେ। ତେବେ ଜାଣିବା ଆଜିର ଏହି ରେମିଡି କୁ କିପରି ପ୍ରସ୍ତୁତ କରିବା ଏବଂ ଏହାକୁ କିପରି ସେବନ କରିବା? ଏହା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ପଦ୍ମ ମଞ୍ଜି ।ଯେଉଁ ମାନଙ୍କୁ ଆଣ୍ଠୁ ଗଣ୍ଠି ରେ ସର୍ବଦା ଯନ୍ତ୍ରଣା ଲାଗି ରହିଥାଏ ସେମାନଙ୍କ ପାଇଁ ଏହା ଅଧିକ ଲାଭଦାୟକ ଅଟେ।
ଏଥିରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ମିଳିଥାଏ। ଯେମିତିକି ଫଲିକ୍ଏସିଡ୍, ଆଇରନ୍, ଜିଙ୍କ୍ ଏବଂ କ୍ୟାଲସିୟମ। ଯଦି ଆପଣ ଏହାର ସେବନ କରିବେ ତେବେ ଆପଣଙ୍କୁ ଜୀବନରେ କେବେବି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବ ନାହିଁ। କୌଣସି ପ୍ରକାରର ଦୁର୍ବଳତା ଆପଣଙ୍କ ଶରୀରରେ ରହିବ ନାହିଁ। ଏବେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ପାନମହୁରୀ। ଏହା ଆମ ଶରୀର ପାଇଁ ପ୍ରାୟତଃ ଲାଭଦାୟକ ହୋଇଥାଏ।
ଆଜିର ଏହି ରେମିଡିରେ ପାନମହୁରୀ ର ଅଧିକ ଆବଶ୍ୟକତା ରହିଛି। ଆପଣ ଦୁଇଟି ଯାକ ସାମଗ୍ରୀକୁ ସମାନ ମାତ୍ରାରେ ନିଅନ୍ତୁ। ତାପରେ ତୃତୀୟ ସାମଗ୍ରୀ ହେଉଛି ଗୋଲମରିଚ। କିନ୍ତୁ ଗୋଲମରିଚ କୁ କମ୍ ପରିମାଣରେ ନେବେ। ଚତୁର୍ଥ ସାମଗ୍ରୀ ହେଉଛି ମିଶ୍ରି। ତାପରେ ଏହିସବୁ ସାମଗ୍ରୀ କୁ ଗ୍ରାଇଣ୍ଡିଂ କରନ୍ତୁ। ତାପରେ ଗୁଣ୍ଡ ହୋଇ ସାରିଲା ପରେ ଥଣ୍ଡା ହେଲା ପରେ ଗୋଟିଏ ଜାର୍ ରେ ରଖି ଦିଅନ୍ତୁ।
ପ୍ରତିଦିନ ଆପଣ ଏହି ଗୁଣ୍ଡରୁ ଦୁଇ ଚାମଚ ଖାଆନ୍ତୁ ତାପରେ ଆପଣ ଏକ ଗ୍ଲାସ କ୍ଷୀର ପିଇ ଦିଅନ୍ତୁ। ଆପଣ ଚାହିଁଲେ ଏହି ଗୁଣ୍ଡ କୁ କ୍ଷୀର ରେ ମିଶାଇ ମଧ୍ୟ ପିଇ ପାରିବେ। ପ୍ରଥମ ୧୫ ଦିନ ଆପଣ ଦୁଇ ଚାମଚ ଲେଖାଏଁ ସେବନ କରନ୍ତୁ। ତାପରେ ଏହାର ପରିମାଣ କମାଇ ଏକ ଚାମଚ ଲେଖାଏଁ ସେବନ କରି ପାରିବେ। ଏହାର କିଛି ଦିନ ସେବନ କରି ଦେଖନ୍ତୁ ଆପଣଙ୍କ ଶରୀରରୁ କ୍ୟାଲସିୟମ ର ଅଭାବ ଦୂର ହୋଇଯିବ।