ପୁଣି ଆଜି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ‘କାଳିଆ’ ତୃତୀୟ କିସ୍ତି ପ୍ରଦାନ : ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ଏବଂ କେମିତି ପାଇପାରିବେ ଜାଣନ୍ତୁ…

ଚାଷୀଙ୍କ ପାଇଁ ଖୁସି ଖବର, ପୁଣି ମିଳିବ କାଳିଆ ଯୋଜନା ଟଙ୍କା ଅର୍ଥାତ କାଳିଆ ଯୋଜନାର 3ୟ କିସ୍ତି ମିଳିବାକୁ ଯାଉଛି । ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘କାଳିଆ’ ତୃତୀୟ କିସ୍ତି ଟଙ୍କା ମାର୍ଚ୍ଚରେ ପ୍ରଦାନ ନେଇ ‘ସମ୍ବାଦ’ରେ ଗତମାସ 31 ତାରିଖରେ ଖବର ପ୍ରକାଶ ପାଇଥିଲା ।ତେବେ ଏଥର ପ୍ରାୟ 53 ଲକ୍ଷରୁ ଅଧିକ ଚାଷୀଙ୍କୁ ‘କାଳିଆ’ ଟଙ୍କା ପ୍ରଦାନ କରାଯିବ । ଏହି ତାଲିକାରେ ଭୂମିହୀନ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ , ନୂଆ ହିତାଧିକାରୀମାନଙ୍କ ସଂଖ୍ୟା କେତେ, ସେ ତଥ୍ୟ କୃଷି ବିଭାଗ ପ୍ରକାଶ କରିନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀମାନଙ୍କ ବ୍ୟାଙ୍କଖାତାକୁ ଏହି ଟଙ୍କା ଡେବିଟି ଜରିଆରେ ପ୍ରଦାନ ନେଇ ସରକାର ଲକ୍ଷ୍ୟ କରିଛନ୍ତି ।

ତେବେ ମାର୍ଚ୍ଚରେ 2021ବର୍ଷ ପାଇଁ ପ୍ରଥମ କିସ୍ତି ପିଏମ୍‌ କିଷାନ ସହାୟତା ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ । ପ୍ରଥମ ଥର ପାଇଁ ପିଏମ୍‌ କିଷାନ ସହାୟତା ଟଙ୍କାରାଶି ସହିତ ରାଜ୍ୟ ସରକାର ମଧ୍ୟ ‘କାଳିଆ’ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି । 2020 ଖରିଫ ଏବଂ ରବି ଫସଲ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ସହାୟତା ପ୍ରଦାନ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, PM କିଷାନ ସହାୟତାର 1ମ କିସ୍ତି ବାବଦରେ 2,000 ଓ କାଳିଆ ଯୋଜନାର 3ୟ କିସ୍ତି ବାବଦରେ ସରକାର ନିଜ ପାଣ୍ଠିରୁ ହିତାଧିକାରୀମାନଙ୍କୁ 2,000 ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ।

2018 ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ 1ମ କିସ୍ତିରେ 51,5,290 ଚାଷୀଙ୍କ ଆକାଉଣ୍ଟ୍‌କୁ 5,000 ଟଙ୍କା ଲେଖାଏଁ ଡେବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ସେଥିରେ 36,34,710 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ 14,70,586 ଜଣ ଭୂମିହୀନ ଚାଷୀ ସହାୟତା ପାଇଥିଲେ ।

କିନ୍ତୁ 1ମ କିସ୍ତି ହିତାଧିକାରୀ ତାଲିକା ଯାଞ୍ଚ ପରେ 2ୟ କିସ୍ତି ଅର୍ଥ ପ୍ରଦାନ ପୂର୍ବରୁ 2,40,237 ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଥିଲା । ଅର୍ଥାତ୍‌ 2019 ଖରିଫ ଋତୁ ପାଇଁ କାଳିଆର 2ୟ କିସ୍ତି ଅର୍ଥ ମୋଟ 48,65,053 ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା । 2ୟ କିସ୍ତିରେ 32,55,651 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 16,9,402 ଜଣ ଭୂମିହୀନ ଚାଷୀଙ୍କୁ ଆଉ 5,000 ଲେଖାଏଁ ପ୍ରଦାନ କରାଯାଇଥିଲା । ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ମୋଟ 12,500 ଟଙ୍କା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ।

ତେଣୁ 3ୟବା ଶେଷ କିସ୍ତି ବାବଦରେ ଏହି ବର୍ଗର ଚାଷୀମାନଙ୍କୁ ବାକି 2,500 ଟଙ୍କା ପ୍ରଦାନ କରାଯିବ । ଏହାଭିତରେ ସେମାନଙ୍କ ସଂଖ୍ୟା କମିଛି କି ବଢ଼ିଛି, ସେ ତଥ୍ୟ ମିଳିପାରିନାହିଁ । ସେହିପରି ହିତାଧିକାରୀ ତାଲିକାରେ ନୂଆ ହୋଇ ସାମିଲ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 2,000 କିମ୍ବା 5,000 ଟଙ୍କା ପ୍ରଦାନ କରାଯିବ ସେ ନେଇ ଆଜି ଦିନତମାମ କୃଷି ବିଭାଗରେ ଘନଘନ ବୈଠକ ବସିଥିଲା । ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ ଘୋଷଣା କରାଯିବ, ସେଥିପାଇଁ ଏ ସମ୍ପର୍କରେ ମନ୍ତ୍ରୀ ନା ବିଭାଗୀୟ ଅଧିକାରୀ କେହି ମୁହଁ ଖୋଲିନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।