Jyotisha Shastra ବିପଦ ଆସିବା ପୂର୍ବରୁ ମିଳିଥାଏ ଏହି (୫ଟି ସଙ୍କେତ) ଗରିବ ହେବାର କାରଣ |

ଘରେ ହେଉଥିବା ଛୋଟ ଛୋଟ କଥାରେ ସଙ୍କେତ ଲୁଚି ରହିଥାଏ ।ଏହି ସଙ୍କେତକୁ ଯଦି ବୁଝି ନିଆଯାଏ ତ ଆମେ ଜାଣି ପାରିବା ଯେ ଭିବଷ୍ୟତରେ ଆସିବାକୁ ଥିବା ସମୟ କେମିତି ରହିବ ।ସମସ୍ୟାରୁ ବଞ୍ଚିପାରିବା ।ଜ୍ୟୋତିଷ ଅନୁସାରେ,ଯେବେ ଦରିଦ୍ରତା ବଢିବାର ସମ୍ଭବାନା ହୋଇଥାଏ ତ ଘରେ ଛୋଟ ଛୋଟ ଘଟଣା ଇସାରା କରିଥାଏ ।1 ଯଦି ଘରେ କିଛି ବି ସମସ୍ୟା ଆସିବାକୁ ଥାଏ ତ ତାହାର ପ୍ରଭାବ ସବୁଠି ପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ପଡେ ।ତୁଳସୀ ର ଗଛ ଶୁଖି ଯାଇଥାଏ ।

ଯାହା ଦ୍ୱାରା ଘରକୁ ଦରିଦ୍ରତା ଏବଂ ସମସ୍ୟା ଆସିବାର ସଙ୍କେତ ମିଳିଥାଏ ।ଯଦି ଆପଣଙ୍କର ଘରେ ଲାଗିଥିବା ବୃକ୍ଷ ଲତାର ପତ୍ର ଶୁଖିଯାଏ ତ ତାକୁ ତୁରନ୍ତ କାଟି ଦିଅନ୍ତୁ ।ଘରେ ଲାଗିଥିବା ବୃକ୍ଷଲତା ସର୍ବଦା ହରାଭରା ରହିଥିବା ଦରକାର ।ଘରେ ବୃକ୍ଷଲତାର ପତ୍ର ନ ଶୁଖିବା ଉଚିତ୍ ।ଏହାଦ୍ୱାରା ବୁଦ୍ଧ ଗ୍ରହ ଖରାପ ହୋଇଥାଏ ।ଏହାଦ୍ୱାରା ଆପଣଙ୍କ ଉପରେ କରଜ ବଢିଥାଏ ।ବୃକ୍ଷଲତା କୁ ସବୁଦିନ ପାଣି ଦିଅନ୍ତୁ ।ଯତ୍ନ ନିଅନ୍ତୁ ।କିନ୍ତୁ ଶୁଖିବାକୁ ଦିଅନ୍ତୁ ନାହିଁ ।

2- ।ଘରେ ଝାଡୁ ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ ।କାହିଁକି ନା ଝାଡୁ ଦରିଦ୍ରତାକୁ ଘରୁ ବାହାର କରି ଦେଇଥାଏ ।ଏହାଦ୍ୱାରା ଘରେ ଶୁଖ ସମୃଦ୍ଧି ଏବଂ ଧନ ଦୈଲତ ଆସିଥାଏ ।ଝାଡୁ ଉପରେ ଗୋଡ ବାଜିବା କିମ୍ବା ଝାଡୁ ଉପରେ ଗୋଡ ରଖିବା ଅନୁଚିତ୍ । ଏହାଦ୍ୱାରା ମାଆ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ।ଘରେ ଯଦି କୌଣସି ଛୋଟ ପିଲା ଅଚାନକ ଝାଡୁ ଲଗାଇବାକୁ ଆରମ୍ଭ କରେ ତେବେ ଘରକୁ କୌଣସି ଅତିଥି ଆସିବାର ସଙ୍କେତ ମିଳିଥାଏ ।

3- ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଯାଇଥାଏ ସେଠାରେ ଅଚାନକ ଖର୍ଚ୍ଚ ବଢିଥାଏ ।ଘରର ଲୋକ ବିମାରିରେ ପଡି ଯାଆନ୍ତି ।ବହୁତ ଲୋକ କହିଥାଆନ୍ତି କି କ୍ଷୀର ଉତୁରି ତଳେ ପଡିବା ଶୁଭ ହୋଇଥାଏ ।ତେବେ ଯଦି ସବୁବେଳେ କ୍ଷୀର ଉତୁରି ତଳେ ପଡିଯାଏ ତ ଏହା ଶୁଭ ନୁହେଁ ।ସର୍ବଦା ଏମିତି ନ ହେବା ଉଚିତ୍ ।

4- ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ଏବଂ ପେରିବା ବେଳେ ଆପଣଙ୍କୁ କବାଟ ପାଖରେ ସବୁଠୁ ପ୍ରଥମେ ଝିଟିପିଟି ର ଦର୍ଶନ ହୋଇଯାଏ ତ ଏହାର ମାନେ ହେଉଛି ଆପଣଙ୍କର ଖରାପ ସମୟ ବହୁତ ଶୀଘ୍ର ହିଁ ଆରମ୍ଭ ହେବାର ଅଛି ।ସେଥିପାଇଁ ଆପଣଙ୍କୁ ସାବଧାନ ରହିବା ଉଚିତ୍ ।ଘରେ ଝିଟିପିଟି ଦେଖା ଦେଖା ଦେବା ଶୁଭ ସଙ୍କେତ ହୋଇଥାଏ ।

କିନ୍ତୁ ଯଦି ନୂଆ ଘର ନେଇଛନ୍ତି ଏବଂ ସେହି ଘରେ ଝିଟିପିଟି ମରି ଯାଇଥିବାର ଦେଖିବାକୁ ମିଳିଥାଏ ତ ନୂଆ ଘରକୁ ପ୍ରବେଶ କରିବା ପୂର୍ବରୁ ଆପଣଙ୍କୁ ପୂଜା ପାଠ କରି ଦବା ଦରକାର ।

 

5- ଆଖି ଛଟଛଟ ଆଗକୁ ଆସୁଥିବା ସମୟ ବିଷୟରେ ସଙ୍କେତ ଦେଇଥାଏ ।ମହିଳା ମାନଙ୍କର ବାମ ଆଖି ଡେଇଁଲେ ଏହାର ମାନେ ହେଉଛି ଆପଣଙ୍କର ଜୀବନରେ କିଛି ଭଲ ହେବାକୁ ଯାଉଛି ।ଏହା ଶୁଭ ସଙ୍କେତର ଇସାରା କରିଥାଏ ।ଯଦି ବାମ ଆଖି ଚାରିପଟୁ ଫଡଫଡ ହୋଇଥାଏ ତ ଏହାର ମାନେ ହେଉଛି ଆପଣଙ୍କର ବିବାହର ଯୋଗ ଅତି ଶୀଘ୍ର ଆସିବାକୁ ଯାଉଛି ।ମହିଳାମାନଙ୍କର ଡାହାଣ ଆଖି ଡେଇଁବାର ଅର୍ଥ ଅଶୁଭ ହୋଇଥାଏ ।ଡାହାଣ ଆଖି ଡେଇଁବା ଆପଣଙ୍କ ଜୀବନରେ ସଙ୍କଟ ଆସିବାର ସଙ୍କେତ ଦେଇଥାଏ ।