Jyotisha Shastra – ବାଛନ୍ତୁ ନିଜର ଓ ନିଜ ପ୍ରିୟଜନଙ୍କ ଜନ୍ମ ବର୍ଷ ଓ ଜାଣନ୍ତୁ ଏକ Special ଗୁଣ ବିଷୟରେ…
ଜନ୍ମ ତାରିଖ ଆପଣଙ୍କ ବିଷୟରେ ବହୁତ କିଛି ଜଣାଇ ଦିଏ । କିନ୍ତୁ ଆପଣ କଣ ଜାଣିଛନ୍ତି କି ଆପଣଙ୍କ ଜନ୍ମ ବର୍ଷ ମଧ୍ୟ ଆପଣଙ୍କ ବିଷୟରେ ଆହୁରି ବହୁତ କିଛି ଜଣାଇ ଦିଏ । ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ଵ ସହ ଆପଣଙ୍କ ସହ ଜଡ଼ିତ ଅନେକ ରହସ୍ୟ ମଧ୍ୟ ପ୍ରକାଶ କରିଥାଏ ଯାହା କେହି ମଧ୍ୟ ଜାଣନ୍ତି ନାହିଁ । ଯଦି ଆପଣଙ୍କ ଜନ୍ମ ୧୯୮୦ ବା ତା ପରେ ହୋଇଛି ତେବେ ଚାଲନ୍ତୁ ଜାଣିବା ନିଜ ବିଷୟରେ ।
୧୯୮୦- ଏହି ବର୍ଷରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ସ୍ୱଭାବରେ ଚୁମ୍ବକୀୟ ଆକର୍ଷଣ ରହିଥାଏ । ଏମାନେ ବୌଦ୍ଧିକ କ୍ଷମତାର ଧନୀ ହୋଇଥାନ୍ତି ଓ ଜିଜ୍ଞାସୁ ସ୍ଵଭାବ ସମସ୍ତଙ୍କୁ ପସନ୍ଦ ହୋଇଥାଏ
୧୯୮୧- ଏମାନେ ନିଜ ଗମ୍ଭୀରତା ଓ ପରିଶ୍ରମ ବଳରେ ଜୀବନରେ କିଛି ବି ହାସଲ କରି ପାରିବେ । ଏମାନେ ନିଜ ପରିଶ୍ରମ ଉପରେ ହିଁ ଭରସା କରନ୍ତି ଓ କାହା ଉପରେ ସହଜରେ ବିଶ୍ୱାସ କରନ୍ତି ନାହିଁ ।
୧୯୮୨- ଏମାନେ ବିଶ୍ୱସନୀୟ ଓ ସ୍ନେହୀ ହୋଇଥାନ୍ତି । ନିଜ ପ୍ରିୟଜନଙ୍କ ପାଇଁ ଏମାନେ ସବୁ କିଛି କରନ୍ତି । କିନ୍ତୁ ଏମାନଙ୍କୁ କିଛି ସ୍ଵଭାବ କୁ ଜଗିବାକୁ ପଡ଼ିବ ।
୧୯୮୩- ଏମାନେ ଶୀଘ୍ର ଅନ୍ୟ ଲୋକଙ୍କ ସହ ମିଶିଯାନ୍ତି । କାହା ଉପରେ ବିଶ୍ୱାସ କରିବା ଆଗରୁ ତାଙ୍କୁ ଠିକ୍ ସେ ଜାଣିବା ଉଚିତ୍ ।
୧୯୮୪- ଏମାନେ ବହୁତ ସକାରାତ୍ମକ ସ୍ୱଭାବର ହୋଇଥାନ୍ତି । ନିଜ ସ୍ଵଭାବ ଯୋଗୁଁ ଏମାନେ ଲୋକପ୍ରିୟ ହୋଇଥାନ୍ତି ।
୧୯୮୫- ଏମାନେ ସବୁବେଳେ ନିଜ ହୃଦୟ କଥା ଶୁଣନ୍ତି ଓ ସେଇ ଅନୁସାରେ କାର୍ଯ୍ୟ କରନ୍ତି । ନିଜ ନିର୍ଣ୍ଣୟ ଉପରେ ଏମାନେ ନିଶ୍ଚିତ ରୁହନ୍ତି ।
୧୯୮୬- ଏମାନେ କାହା ଚାପରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପୁନଃବିଚାର କରିବା ଠିକ୍ ହେବ ।
୧୯୮୭- ଏମାନେ ନିଜ ପ୍ରେମିକ/ପ୍ରେମିକଙ୍କୁ ସବୁଠୁ ଆଗ ଗୁରୁତ୍ବ ଦିଅନ୍ତି ଓ ଯତ୍ନ ନିଅନ୍ତି ।
୧୯୮୮- ଏମାନେ ଜୀବନସାରା ମସ୍ତି କରିବା ମିଜାଜରେ ରୁହନ୍ତି । ଏମାନେ ସ୍ୱଭାବରେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।
୧୯୮୯- ନିଜ ଦୃଢ଼ ନିଶ୍ଚୟ ଓ ପରିଶ୍ରମ ଯୋଗୁଁ ଏମାନେ ଯାହା ଇଚ୍ଛା କରନ୍ତି ତାହା ହାସଲ କରନ୍ତି ।
୧୯୯୦- ଏମାନଙ୍କୁ ନିଜ ଚିନ୍ତା ଭାବନା ଉପରେ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । କିଛି ସମସ୍ୟା ସମାଧାନ କରି ନ ପାରିଲେ ଏମାନେ ହାରିଗଲା ପରି ଅନୁଭବ କରନ୍ତି ।
୧୯୯୧- ଏମାନେ ବହୁତ ରଚନାତ୍ମକ ପ୍ରକୃତିର ହୋଇଥାନ୍ତି । ଏମାନେ ଲୋକଙ୍କ ଉପରେ ବିଶ୍ୱାସ କରିବାରେ ଓ ନିଜ ଭାବନା ବ୍ୟକ୍ତ କରିବାରେ ବହୁତ ସମୟ ଲଗାଇ ଦିଅନ୍ତି ।
୧୯୯୨- ଏମାନଙ୍କର କିଛି ଦକ୍ଷତା ଏମାନଙ୍କ ଜୀବନରେ ସଫଳତାର କାରଣ ହୋଇଥାଏ । ଏମାନେ ନିଜ ଜ୍ଞାନ ଉପରେ ଅଧିକ ଭରସା କରନ୍ତି ।
୧୯୯୩- ଏମାନଙ୍କ ମସ୍ତିଷ୍କ ବହୁତ ତେଜ ହୋଇଥାଏ ଓ ନିଜ ଭୁଲ ଗୁଡ଼ିକୁ ସମସ୍ତଙ୍କ ଆଗରେ ସ୍ବୀକାର କରି ପାରନ୍ତି । ଏହା ସମସ୍ତଙ୍କୁ ଭଲ ଲାଗିଥାଏ ।
୧୯୯୪- ଏମାନେ ସବୁଠୁ ଉତ୍ତମ ପ୍ରେମୀ ଓ ବନ୍ଧୁ ହୋଇଥାନ୍ତି । ଲୋକ ଏମାନଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଥାନ୍ତି ।
୧୯୯୫- ଏମାନେ ଜୀବନରେ ସକାରାତ୍ମକ ଦୃଷ୍ଟିକୋଣ ରଖିଥାନ୍ତି । ଖରାପ ଅବସ୍ଥାରେ ମଧ୍ୟ ଜୀବନ ପ୍ରତି ଦୃଷ୍ଟିକୋଣ ବଦଳନ୍ତି ନାହିଁ ଓ କାହା ଆଗରେ ମୁଣ୍ଡ ନୂଆଁନ୍ତି ନାହିଁ ।
୧୯୯୬- ଏମାନେ ବହୁତ ପ୍ରକୃତି ପ୍ରେମୀ ହୋଇଥାନ୍ତି । ପ୍ରତ୍ୟେକ ବିଷୟ ପ୍ରତି ଲାଳସା ହିଁ ଏମାନଙ୍କୁ କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରିଥାଏ ।
୧୯୯୭- ଏମାନେ ନିଜ ପ୍ରେମୀଙ୍କ ପ୍ରତି ପୂର୍ଣ୍ଣ ରୂପେ ସମର୍ପିତ ରୁହନ୍ତି । ସବୁ ବିକଳ୍ପ ଉପରେ ଚିନ୍ତା କରିବା ପରେ ହିଁ ଏମାନେ ନିର୍ଣ୍ଣୟ ନିଅନ୍ତି । ଏମାନଙ୍କୁ କେବଳ ନିଜ ଜିଦି ସ୍ଵଭାବ କୁ ଜଗିବା ଆବଶ୍ୟକ ରହିଛି ।
୧୯୯୮- ଏମାନେ ମଧ୍ୟ ସ୍ୱଭାବରେ ବହୁତ ରଚନାତ୍ମକ ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ଆତ୍ମବିଶ୍ବାସ ସ୍ଵଭାବ ଏମାନଙ୍କୁ ଜୀବନରେ ସଫଳ କରାଇ ଥାଏ ।
୧୯୯୯- ଏମାନଙ୍କ ସମ୍ବେଦନଶୀଳ ସ୍ଵଭାବ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏମାନେ ଭିଡ଼ ଭିତରେ ବି ବାରି ହୋଇଯାନ୍ତି ଓ ଲୋକ ବହୁତ ପସନ୍ଦ କରନ୍ତି ।
୨୦୦୦- ଏମାନେ ବହୁତ ଆତ୍ମବିଶ୍ବାସୀ ହୋଇଥାନ୍ତି । କିନ୍ତୁ ମିଥ୍ୟାବାଦୀ ଲୋକଙ୍କୁ ଜମା ବି ପସନ୍ଦ କରନ୍ତି ନାହିଁ । ଏମାନେ ନିଜ ପରିଶ୍ରମ ଆଧାରରେ ଆଗକୁ ବଢ଼ିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।