ଦେଖନ୍ତୁ ଭିଡ଼ିଓ । ଜଙ୍ଗଲ ଭିତରେ ହାତୀ ମାନଙ୍କ ସହିତ ସେଲ୍ଫି ନେଉଥିଲେ ଯୁବକ ହଠାତ ଯାହା ଘଟିଲା ଦେଖିଲେ ଗୋଡ ତଳୁ ମାଟି ଖସି ଯିବ….
ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଯୁବକ ମାନେ ହାତୀ ସହିତ ଶେଲ୍ଫି ନେବା ପାଇଁ ପ୍ରତିଯୋଗିତା କରୁଛନ୍ତି । ଲୋକ ମାନେ ଗୋଟିଏ ଜାଗା ରେ ଏମିତି ଏକାଠି ହୋଇଛନ୍ତି ଯେମିତି ଯାତ୍ରା ଚାଲିଛି । ଲୋକ ମାନଙ୍କୁ ଏହି ସବୁ କଥା ଛୋଟ ଲାଗିଛି। ତେବେ ଘଟଣା ଟି ଆସିଛି କଟକ ର ଆଠଗଡ଼ ରୁ । ଜଙ୍ଗଲି ହାତୀ ପଲ ଆସିଛନ୍ତି ଜନବସତି ସୀମା କୁ ।
ତାଙ୍କୁ ଦେଖିବା ପାଇଁ ଯେତିକି ଭିଡ ଲାଗିଛି ସେତିକି ଉତ୍ସାହ ହାତୀ ସହିତ ଫଟୋ ଉଠାଇବା ପାଇଁ ଲାଗିଛି । କିଏ ହାତୀ କୁ ଆଖୁ ଖାଇବାକୁ ଦେଉଛି ତ କିଏ ମୋବାଇଲ ରେ ଫଟୋ ଉଠାଇବା ରେ ବ୍ୟସ୍ତ । ପୁଣି କିଏ ହାତୀ କୁ ରୋକିବା ପାଚେରୀ କୁ ଡେଇଁ ସେମାନଙ୍କ ପାଖକୁ ପହଞ୍ଚି ଗଲାଣି । ଇଏ ତ ସାହସ ନୁହେଁ ଦୁଃସାହସ । ଆଠଗଡ଼ ର ଜଳବାୟୁ ଓ ପରିବେଶ ହାତୀ ମାନଙ୍କୁ ସୁହାଉ ଥିବାରୁ ଏଠାରେ ପ୍ରାୟ ସେମାନେ 9 ମାସ ଧରି ରହି ଥାଆନ୍ତି। ବାକି ତିନି ମାସ ରୁହନ୍ତି ଚନ୍ଦକା ଜଙ୍ଗଲ ରେ ।
ହାତୀପଲ ବର୍ତ୍ତମାନ ଜନବସତି ସୀମା ପାଖା ପାଖି ଆସି ଗଲାଣି । ଯାହା ଫଳରେ କିଛି ଅମାନିଆ ଯୁବକ ସେମାନଙ୍କୁ ଚିଡାଇବା ସହିତ ସେଲଫି ବି ନେଇଛନ୍ତି । ହାତୀ ରାଗିଗଲେ ଗୋଡ଼ାଇ ଯାଉଚି ଏହି ଦୃଶ୍ୟ ଆପଣ ମାନେ ଦେଖିଲେ ଆପଣ ମାନେ ବି ରାଗିଯିବେ । ଯଦି କେହି ଅସାବଧାନତା ରୁ ପଡ଼ି ଜାଏ ତେବେ ହାତୀ ପାଦ ତଳେ ଚାପି ହୋଇ ଜୀବନ ଯିବାର ସମ୍ଭାବନା ରହିଛି ।
ଖାଲି ସେତିକି ନୁହେଁ ଜୀବନ କୁ ବାଜି ଲଗାଇ କିଏ କେତେ ହାତୀ ନିକଟକୁ ଆସି ପାରୁଛି ସେଥି ଲାଗି ଯୁବକ ମାନଂକ ମଧ୍ୟରେ ଲାଗୁଛି ସହ ସହ ଟଙ୍କା ର ବାଜି । ସତରେ ଆମେ ଏମିତି ମଣିଷ ପଣିଆ ଦେଖାଉଛୁ । ମୂକ ପଶୁ ମାନଙ୍କୁ ଏମିତି ବ୍ୟବହାର ଦେଖାଉଛୁ । ଯାହା ଆଦୌ ମଣିଷ ପଣିଆ ନୁହେଁ ।
ଏଠାରେ ଏମିତି ଦୃଶ୍ୟ ଭାଇରାଲ ହେବା ପରେ ଚେତାବନୀ ଦେଇଛନ୍ତି ବନଖଣ୍ଡ ଅଧିକାରୀ । ହାତୀ ସହିତ ଶେଲଫି ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା । ତେବେ ସେମାନେ ବାରମ୍ବାର ମନା କରିବା ସତ୍ତ୍ବେ ମଧ୍ୟ କେହି ତାଙ୍କ କଥା ମାନୁ ନାହାନ୍ତି ।ତେବେ ଏମିତି କରିବା ଆନଗତ ଅପରାଧ ଅଟେ । ଏହା କରିବା ଦ୍ଵାରା ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବନବିଭାଗ ବାରଣ ପରେ ମଧ୍ୟ ଲୋକ ମାନେ ମାନୁ ନଥିବା ର ଜଣା ପଡିଛି । ବନ୍ୟପ୍ରାଣୀ ଆଇନ୍ ଅନୁଯାୟୀ ବନ୍ୟ ପ୍ରାଣୀ ଙ୍କ ସହିତ ଲାଗିଲେ , ଚିଡାଇଲେ , ସେମାନଙ୍କ ସହିତ ସେଲ୍ଫୀ ନେଲେ , ସେମାନଙ୍କ ଗତିପଥ ରୋକିଲେ ଆଇନ୍ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ। ତେଣୁ ଏହି କାର୍ଯ୍ୟ ରେ ଲିପ୍ତ ଥିବା ଯୁବକ ମାନଂକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହା ଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।