ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । ଯୁବତୀଙ୍କୁ କମେଣ୍ଟ କରିବା ପଡ଼ିଲା ମହଙ୍ଗା, ଶେଷରେ ବିଚ ରାସ୍ତାରେ ଯୁବକଙ୍କୁ ଲୋକେ କଲେ ଏମିତି…..
ଆଜିକାଲି କିଛି ଯୁବପିଢି ଙ୍କୁ ତାଙ୍କ ଯବାନିର ରଙ୍ଗ ଟିକେ ଅଧିକ ଚଢି ଯାଇଥିବାର ନଜର ସମୟ ସମୟରେ ନଜର ଆସିଥାଏ। ଝିଅଙ୍କୁ କମେଣ୍ଟ ମାରିବା, ଖରାପ ଇଙ୍ଗିତ କରିବା, ଏକୁଟିଆ ପାଇଲେ ଖରାପ ଭାଷାରେ ସେମାନଙ୍କୁ ଲଜ୍ଜିତ କଲାଭଳି କଥା କହିବା ଆଦି ଅଭଦ୍ରାମି ସେମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ।ଆଉ ଏହିଭଳି କାର୍ଯ୍ୟ କଲାପ କରି ମଧ୍ୟ ସେମାନେ ନିଜକୁ ବହୁତ୍ ବଡ଼ ଡନ ବୋଲି ଭାବନ୍ତି ଏବଂ ନିଜର ଯୁବାବସ୍ଥା ଉପରେ ଗର୍ବ ମଧ୍ୟ କରନ୍ତି।
କିନ୍ତୁ ସବୁ ସମୟ ସମାନ ନଥାଏ। ଯେମିତି ଚୋର ଘର ସବୁବେଳେ ଅନ୍ଧାର ନଥାଏ। ସେହିପରି ବେଳେବେଳେ ଏମାନେ ଏମିତି ଯୁବତୀଙ୍କ ହାବୁଡ଼ ରେ ପଡନ୍ତି,ଏହାପରେ ଏକାଥରେ ସାବାଡ ହୋଇ ଯାଆନ୍ତି।
ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯାହା ସୋସିଆଲ ମିଡିଆରେ ମଧ୍ୟ ବହୁତ୍ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଘଟଣା ମୋହବା ସହର ର କୋତୱାଲି କ୍ଷେତ୍ରର ଅଟେ।ଏଠାରେ ଦୁଇଜଣ ଯୁବକ କିପରି ଭାବରେ ଯୁବତୀ ମାନଙ୍କ ଆଗରେ ହାତ ଯୋଡ଼ିଛନ୍ତି ଏବଂ ପରେ ତାଙ୍କ ପାଦ ଯାଇ ଧରି ଭୁଲ୍ ମାଗୁଛନ୍ତି ଥରେ ଦେଖନ୍ତୁ।
ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଏହି ଯୁବକ ମାନଙ୍କୁ କିପରି ପାନେ ଦେଇଛନ୍ତି ଯୁବତୀ ମାନେ।ତେବେ ଆସନ୍ତୁ ଘଟଣା ସମ୍ପର୍କରେ ଜାଣିବା। ପ୍ରକୃତରେ କଣ ଘଟିଥିଲା ଏଠାରେ।ତେବେ ଘଟଣା ଅନୁସାରେ ମୋହବା ସହର ର କୋତୱାଲି କ୍ଷେତ୍ରର ଏକ ରାସ୍ତାରେ ତିନିଜଣ କଲେଜ୍ ଛାତ୍ରୀ ସାଇକେଲ ରେ ଯାଉଥିବା ବେଳେ, ସେମାନଙ୍କୁ କିଛି ଯୁବକ କମେଣ୍ଟ କରିଥିଲେ ଏବଂ ତାଙ୍କ ସହିତ ଛାଡ଼ଖାନି କରିଥିଲେ।
ତେବେ ଏହାକୁ ଉଚିତ୍ ଜବାବ୍ ଦେବା ପାଇଁ ଏହି ଯୁବତୀ ମାନେ ସେମାନଙ୍କୁ ଅଟକାଇ ଥିଲେ ଏବଂ କଣ କହିଲେ ବୋଲି ପଚାରିଲେ। ସେମାନଙ୍କୁ ସେଠାରେ ଅଟକାଇ ଯୁବତୀ ମାନ ମନ ଇଛା ଗାଲିଦେବା ସହିତ ରୋମିଓ ସ୍କ୍ୱାଡକୁ ମଧ୍ୟ ସୂଚନା ଦେଇଥିଲେ। ରାସ୍ତାରେ ଲୋକେ ଏମାନଙ୍କର ଝଗଡ଼ା ଏବଂ ପରସ୍ପର ପକ୍ଷ ମଧ୍ୟରେ ଗୋଣ୍ଡଗୋଲ ଦେଖି ଭିଡ଼ ଜମାଇ ଥିଲେ।ପରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଆସି ଇଚ୍ଛା ନଥିବା ଭଳି କ୍ଷମା ମାଗିଥିଲେ।
ଏହାର ପ୍ରତି ଜବାବରେ ଯୁବତୀ ଜଣଙ୍କ କହିଥିଲେ ତୁମର ନିଜର ଭଉଣୀ ହୋଇଥିଲେ କଣ ତୁମେମାନେ ଏହିଭଳି ଭାଷା ପ୍ରୟୋଗ କରିଥାନ୍ତ କିମ୍ବା କମେଣ୍ଟ କରିଥାନ୍ତ। ଯେମିତି ପରବର୍ତ୍ତୀ ସମୟରେ ଏହି ଭୁଲ୍ ଆଉ ନକରନ୍ତିି କିମ୍ବା କୌଣସି ଯୁବତୀଙ୍କୁ ହଇରାଣ କରିବାର ମନୋବୃତ୍ତି ନ ରଖନ୍ତି ତାହା ମଧ୍ୟ କଡ଼ା ଭାଷାରେ ଗାଳିଦେବା ବେଳେ ଯୁବତୀ ମାନେ ଯୁବକଙ୍କୁ କହିଛନ୍ତି।
ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ଜଣେ ଯୁବକ ଜଣେ ଯୁବତୀଙ୍କ ପାଦ ଛୁଇଁ ଭୁଲ ହୋଇ ଯାଇଛି ବୋଲି କହିଛନ୍ତି।ପରେ ପୋଲିସ୍ ଏହି ଘଟଣାର ସମାଧାନ କରି ସେମାନଙ୍କୁ ଘରକୁ ପଠାଇଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।