ଯୁବରାଜଙ୍କ ବଡ ଭବିଷ୍ୟବାଣୀ, କହିଲେ ଏହି ୨ ଦଳ ମଧ୍ୟରେ ହେବ IPL ଫାଇନାଲ୍ ମ୍ୟାଚ୍, ଦଳର ନାମ ଜାଣି ହେବେ ଆଶ୍ଚର୍ଯ୍ୟ…..

ଆରମ୍ଭ ହୋଇ ଯାଇଛି ଲୋକପ୍ରିୟ ଖେଳ ଇଣ୍ଡିଆନ୍ ପ୍ରୀମିଆର୍ ଲିଗ୍ ବା ଆଇପିଏଲ। ଭାରତ ବ୍ୟତୀତ ଅନ୍ୟ ଦେଶର ଖେଳାଳୀ ମାନେ ଏଥିରେ ଅଂଶ ଗ୍ରହଣ କରି ଏହାକୁ ବେଶ୍ ମନୋରଞ୍ଜନ ଧର୍ମୀ କରିଥାନ୍ତି। କ୍ରିକେଟ୍ ର ଏହି ଖେଳ ଅନେକ ଲୋକଙ୍କୁ ବହୁତ୍ ପସନ୍ଦ ଆସିଥାଏ। କାରଣ ଏଠାରେ ସମସ୍ତେ ନିଜ ନିଜର ମନ ପସନ୍ଦର ଟିମ୍ କୁ ବାଛି ରଖିଥାନ୍ତି ଏବଂ ସେମାନଙ୍କ ଖେଳରେ ନିଜକୁ ମନୋରଞ୍ଜନ କରନ୍ତି।

କ୍ରିକେଟ୍ ର ଏହି ଫଟାଫଟ ଇନୀଙ୍ଗସ ରେ ଲୋକଙ୍କ ଉତ୍ସାହ ର ସୀମା ଦ୍ଵିଗୁଣିତ ହୋଇଥାଏ। ଏକାଧିକ ଟିମ୍ ଥିବା ଏହି ଖେଳରେ ପ୍ରତିବର୍ଷ କିଛି ନା କିଛି ରୋଚକ ଭରା ଜିନିଷ ଦେଖିବାକୁ ମିଳିଥାଏ।

ସେହିଭଳି ଏବର୍ଷ ମଧ୍ୟ ଟି ୨୦ ର ଏହି ମହା ସମାହାର ରେ ଦେଖିବାକୁ ମିଳୁଛି ଚିତାକର୍ଷକ ମ୍ୟାଚ। ଅନେକ ଦଳ ସେମାନଙ୍କର ଖେଳାଳୀ ପରିବର୍ତ୍ତନ କରୁଛନ୍ତି।ତେବେ ଏବର୍ଷ ଏକ ଅଲଗା ଅନୁଭବ ଏବଂ ଛବି ଦେଖିବାକୁ ମିଳିଛି ଏହି ଖେଳରେ। ପଏଣ୍ଟ ତାଲିକାର ଉପରେ ରହୁଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ଏଥର ତାଲିକାର ନୀଚ୍ଚ ରେ ଅର୍ଥାତ୍ ସବୁଠାରୁ ତଳେ ରହିଛି।

ଯାହାକୁ ନେଇ ଚେନ୍ନାଇ ସୁପର୍ କିଙ୍ଗସ୍ ର ସମର୍ଥକ ଓ ଦର୍ଶକ ମାନଙ୍କ ଭିତରେ ଏକ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି।ତେବେ ଏହି ସମୟରେ କିଏ ପ୍ଲେ ଅଫ୍ କୁ ଯିବ ଏବଂ କେଉଁ ଦଳ ଗୁଡିକ ଏହାର ସୁଯୋଗ ହାସଲ କରିବେ ତାହା ସ୍ପଷ୍ଟ ଭାବରେ ଜଣା ପଡିନାହିଁ କିନ୍ତୁ କ୍ରିକେଟ୍ ପ୍ରେମୀ ଓ ସମୀକ୍ଷକ ମାନେ ଏହାର କଳନା କରି ସାରିଲେଣି।

ଯଦି ଦଳ ମାନଙ୍କର ପ୍ରଦର୍ଶନ ଦେଖିବା ଏବଂ ସେହି ଅନୁସାରେ ପଏଣ୍ଟ ଟେବୁଲକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପରାକ୍ରମ ଏବଂ ଭଲ ପ୍ରଦର୍ଶନ ସହିତ ତାଙ୍କର ଅଧିପତି ଜାରି ରଖିଛନ୍ତି ଏବଂ ଅନ୍ୟ ପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ଭଲ ସ୍ଥିତିରେ ଅଛନ୍ତି ବୋଲି କୁହା ଯାଇ ପାରେ।

ଆଇପିଏଲ୍ ଟ୍ରଫି ନିଜ ନାମରେ କରି ବାକୁ ଏହି ୪ ଟି ଦଳ ମଧ୍ୟରୁ ଗୋଟିଏ ଦଳ ସକ୍ଷମ ହୋଇ ପାରନ୍ତି ବୋଲି ସମସ୍ତଙ୍କ ଧାରଣା ସୃଷ୍ଟି ହୋଇଛି। ଏଥିପାଇଁ ସମସ୍ତେ ଆଗ୍ରହୀ ମଧ୍ୟ ଅଛନ୍ତି । ତେବେ ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂ ମଧ୍ୟ ପ୍ରଥମ ଦୁଇଟି ଟିମ୍ ଭାବରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ ଫାଇନାଲ ଖେଳିବା ନେଇ ସ୍ପଷ୍ଟ କରିଥିବା ବେଳେ ଅପରପକ୍ଷେ ୩ ନମ୍ୱର୍ ଦଳ ଭାବେ ସେ କିଙ୍ଗସ୍ ଏକାଦଶ ପଞ୍ଜାବ ର ନାମ ମଧ୍ୟ ଉଲ୍ଲେଖ କରିଛନ୍ତି।

ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ସେ କହିଛନ୍ତି ଯେ ଦିଲ୍ଲୀ କ୍ୟାପିଟାଲ୍ସ , ମୁମ୍ବାଇ ଇଣ୍ଡିଆନ ଏବଂ ପଞ୍ଜାବ ଏହି ୩ଟି ଟିମ୍ ମଧ୍ୟରୁ ଯେ କୌଣସି ଦୁଇଟି ଟିମ୍ କୁ ଫାଇନାଲ ରେ ଦେଖିବାକୁ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।