Ramdev Health Tips – ଜୁଆଣି ସେବନର ଚମତ୍କାରି ଫାଇଦା ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଶରୀର ସୁସ୍ଥ ରଖିବାକୁ କିଏ ବା ନଚାହେଁ।ଶରୀର ସୁସ୍ଥ ରଖିବା ପାଇଁ ଆମକୁ ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ।ପୁଣି ଖାଦ୍ୟ ପୃଷ୍ଟିକର ହୋଇଥିବା ନିତାନ୍ତ ଆବଶ୍ୟକ।ଖାଦ୍ୟ ସହ ସଠିକ୍ ମାତ୍ରା ରେ ପାଣି ମଧ୍ୟ ପିଇବା ମଧ୍ୟ ଜରୁରୀ ଅଟେ।କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଏହି ସବୁ ରେ ବ୍ୟତିକ୍ରମ ଲକ୍ଷ କରା ଯାଉଛି।

ଯଦି ଆମେ ଏହି ସବୁକୁ ନିଜେ ଠିକ୍ କରି ପାରିବା ତେବେ ସେଥିରେ କିଛି ଅସୁବିଧା ନାହିଁ।ମାତ୍ର ଯଦି ଆମେ ଏହି ସବୁ ନିୟମକୁ ମାନିବା ପାଇଁ ବାଧା ଉପୁଜେ ବା ସେଥିରେ କିଛି ବ୍ୟତିକ୍ରମ ହୁଏ ତେବେ ଶରୀର ନିଶ୍ଚିତ ଭାବେ ଅସୁସ୍ଥ ହେବ,ଏହା ଏକ ସ୍ୱାଭାବିକ କଥା।

ତେଣୁ ପ୍ରଥମେ ନିଜ ଶରୀର ର ଯତ୍ନ ନେବା ନିହାତି ଦରକାର। ଶରୀର ସୁସ୍ଥ ରହିଲେ ଯାଇ ଆମେ ଧନ ଉପାର୍ଜନ କରି ପାରିବା କିମ୍ବା କୌଣସି ଭଲ ଜିନିଷ କୁ ଉପଭୋଗ କରି ପାରିବା ମାତ୍ର ଆମେ ଯଦି ଧନ ଉପାର୍ଜନ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖି ଶରୀର ପ୍ରତି ଧ୍ୟାନ ନ ଦେବା ତେବେ ସେ ଧନ ଉପାର୍ଜନ ର କୌଣସି ମୂଲ୍ୟ ରହିବ ନାହିଁ।

ଶରୀର ରହିଲେ ତ ପଇସା କମେଇବା ଯଦି ଶରୀର ହିଁ ନରୁହେ ତାହାଲେ କଣ କରାଯିବ।ତେଣୁ ଶରୀର କିପରି ସୁସ୍ଥ ରହିବ ତାହା ପୁଣି ସରଳ ଘରୋଇ ଉପଚାର ମାଧ୍ୟମରେ,ସେହି ବିଷୟରେ ଆମେ ଆଜି ନିମ୍ନରେ ଆଲୋଚନା କରିବା।

ଜୁଆଣି ଏକ ଏଭଳି ପଦାର୍ଥ ତାହା ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ମହଜୁଦ ଥିବ ଏଥିରେ ସନ୍ଦେହ ନାହିଁ।ଏହା ଏକ ସାମାନ୍ୟ ଜିନିଷ ନୁହଁ।ଏଥିରେ ବହୁତ ଔଷଧୀୟ ଗୁଣ ରହିଛି। ଯଦି ଆପଣଙ୍କର କୌଣସି ପେଟ ଜନିତ ସମସ୍ୟା ରହିଥାଏ ତେବେ କାଳ ବିଳମ୍ବ ନକରି ଆପଣ ଜିଆଣି କୁ ସେବନ କରିବା ଉଚିତ୍।ଏହା ଦ୍ବାରା ସମସ୍ତ ପେଟ ଜନିତ ସମସ୍ୟା ଯଥା ଗ୍ୟାସ୍ ଭଳି ସମସ୍ୟା ମୂଳରୁ ଭଲ ହୋଇଥାଏ।ଏହା ଏଥିପାଇଁ ଅତ୍ୟନ୍ତ ଉପକାରୀ।

ସେହିପରି ଯଦି ଆପଣଙ୍କର କୌଣସି ସମ୍ପର୍କୀୟ ଅତ୍ୟଧିକ ମଦ୍ୟ ପାନ କରୁଛନ୍ତି ଏବଂ ଏହା ଦ୍ବାରା ତାଙ୍କର ଯକୃତ ଜନିତ ସମସ୍ୟା ବୃଦ୍ଧି ପାଉଛି ତେବେ ଜୁଆଣି ଭଳି ପଦାର୍ଥ ବହୁତ ଲାଭଦାୟକ ହୋଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ୧୦୦ ଗ୍ରାମ ଜୁଆଣି କୁ ଏକ ଲିଟର ପାଣି ରେ ଭିଜେଇ ପାଣି ୨୫୦ ଗ୍ରାମ ହବା ପର୍ଯ୍ୟନ୍ତ ଫୁଟାନ୍ତୁ।

ବର୍ତ୍ତମାନ ଏହି ପାଣିକୁ ପ୍ରତ୍ୟହ ଖାଦ୍ୟ ଗ୍ରହଣ ପୂର୍ବରୁ ଏକ କପ୍ ଲେଖାଏଁ ସେବନ କଲେ ଲିଭର୍ ଧିରେଧିରେ ସୁସ୍ଥ ହେବା ସହ ମଦ୍ୟ ପାନ ଜନିତ ଇଚ୍ଛା ଶକ୍ତି ମଧ୍ୟ ହ୍ରାସ ପାଇବ।ଏହି ପାଣିକୁ କୌଣସି ସୁସ୍ଥ ବ୍ୟକ୍ତି ମଧ୍ୟ ଗ୍ରହଣ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।