Jotisha Sastra – ବାଛନ୍ତୁ ଆପଣଙ୍କର ରାଶି, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ,ସବୁ କିଛି ହେବ ସତ …

ତେବେ ପ୍ରତେକ ବ୍ୟକ୍ତି ଙ୍କର ସ୍ୱଭାବ ଗୁଣ ଓ କାର୍ଯ୍ୟ ଅଲଗା ଅଲଗା ହୋଇ ଥାଏ ଯାହାକି ସେମାନେ ତାଙ୍କ ନିଜ ସ୍ୱଭାବ ଦ୍ୱାରା ହିଁ ବେଳେ ବେଳେ କେଉଁଠି ସମ୍ମାନ ପାଇଥାନ୍ତି ତ ପୁଣି ଆଉ କେଉଁଠି ଅସମ୍ମାନ ମଧ୍ୟ ପାଇଥାନ୍ତି | ତେବେ ପ୍ରତେକ ବ୍ୟକ୍ତି ଙ୍କର ଏହା ଜାଣିବା ପାଇଁ ଇଚ୍ଛା ଥାଏ କି ତାଙ୍କ ଆଗାମୀ ଭବିଷ୍ୟତ କିପରି ରହିବ ଏବଂ ତାଙ୍କୁ ଜୀଵନ ରେ ସଫଳତା ମିଳିବ ନା ନାହିଁ | ତେବେ ଆଜି ଆମେ ସମସ୍ତ ରାଶି ସମ୍ପର୍କ ରେ କହିବୁ ଯାହାକି ତାଙ୍କ ସ୍ୱଭାବ କିପରି ଓ ତାଙ୍କର ଆଗାମୀ ଭବିଷ୍ୟତ କିପରି ସେହି ସମ୍ପର୍କ ରେ ଆଲୋଚନା କରିବା |

1. ମେଷ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ | ଏହି ରାଶିର ବ୍ୟକ୍ତି ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତି ହେବ |

2. ବୃଷ ରାଶି :-ଏହି ରାଶିର ବ୍ୟକ୍ତି ମାନେ ସରଳ ସ୍ୱଭାବର ହୋଇ ଥିବାରୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀଵନରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ହେବ ଏବଂ ଜୀଵନରେ ଖୁବ ଶୀଘ୍ର ଶୁଭ ସମୟର ଆଗମନ ହେବା ପାଇଁ ଯାଉଅଛି |

3. ମିଥୁନ ରାଶି :- ମିଥୁନ ରାଶିର ବ୍ୟକ୍ତି ନିଜ ମନ କଥା କାହା ଅଗରେ ପ୍ରକାଶ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ ତେଣୁ ସବୁ ପରିସ୍ଥିତିରେ ଏମାନେ ଚିନ୍ତାରେ ରହିଥାନ୍ତି |

4-କର୍କଟ ରାଶି :- ଏହି ବ୍ୟକ୍ତି ଅଧିକ ଭାବୁକ ସ୍ୱାଭାବାର ହୋଇଥିବାରୁ ଛୋଟ କଥା ହେଲେବି ସର୍ବଦା ଅଧିକ ଚିନ୍ତା କରିଥାନ୍ତି, ଏହି ସ୍ଵଭାଵ ଛାଡି ଆପଣ ସମସ୍ତଙ୍କ ସହିତ ମିଳିମିଶି ରହିଲେ ଖୁସିରେ ରହିବେ |

5. ସିଂହ ରାଶି :- ଏମାନେ ସମସ୍ତଙ୍କ ସହିତ ମିଶିକି ରହିଥାନ୍ତି ଏଣୁ ଏମାନଙ୍କ ଜୀଵନରେ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ | ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏମାନଙ୍କୁ ଲାଭ ପ୍ରାପ୍ତି ହେବ, ବ୍ୟାପାରୀ ମାନେ ନିଜ ବ୍ୟାପାର କ୍ଷେତ୍ରରେ ଦୁଇ ଗୁଣ ଲାଭ ପାଇବେ |

6. କନ୍ୟା ରାଶି :- କନ୍ୟା ରାଶିର ବ୍ୟକ୍ତି ମାନେ ସ୍ନେହୀ ସ୍ୱଭାବ ର ହୋଇ ଥିବାରୁ ଏମାନେ ନିଜ ଜୀଵନ ରେ କାହାର କେବେ କୌଣସି କ୍ଷତି କରନ୍ତି ନାହିଁ |

7. ତୁଳା ରାଶି :- ତୁଳା ରଶିର ବ୍ୟକ୍ତିମାନେ ଭଲ ସ୍ଵଭାଵର ହୋଇଥାନ୍ତି, ଏମାନେ ଜୀବନରେ ପ୍ରେମ ବିବାହ କରିବାର କରି ବହୁତ ଖୁସି ହୋଇଥାନ୍ତି |

8. ବିଛା ରାଶି :- ଏହି ରାଶିର ଲୋକ ମାନେ ବୁଦ୍ଧିମାନ ହୋଇ ଥାଆନ୍ତି କିନ୍ତୁ ଟିକେ ଟିକେ କଥାରେ ଖୁବ ଜୋରରେ ରାଗି ଯାଇଥାନ୍ତି ଯାହା ଫଳରେ ଏମାନେ ଅନେକ କାର୍ଯ୍ୟ ରେ ଅସଫଳ ହୋଇ ଥାଆନ୍ତି |

9. ଧନୁ ରାଶି :- ଏମାନେ ନିଜର ଭବିଷ୍ୟତ ପାଇଁ ଅଧିକ ଚିନ୍ତା କରିଥାନ୍ତି ତେଣୁ ନିଜ ମାନଙ୍କୁ ସ୍ଥିର ରଖି ନିଜର ଲକ୍ଷ୍ୟ ପଥରେ ଆଗେଇ ଯାଇଥାନ୍ତି |

10. ମକର ରାଶି :- ଏହି ବ୍ୟକ୍ତି ମାନେ ସବୁବେଳେ ନିଜ କ୍ୟାରିୟର କୁ ନେଇ ଖୁବ ଚିନ୍ତା ରେ ରହି ଥାଆନ୍ତି ତେଣୁ ନିଜ ଜୀଵନ ରେ ସର୍ବଦା ପରିଶ୍ରମ କରିକି ନିଜ ଗୋଡ଼ ରେ ଛିଡା ହୋଇ ଥାଆନ୍ତି |

11. କୁମ୍ଭ ରାଶି :- ଏହି ବ୍ୟକ୍ତିମାନେ ବାହୁର ସରଳ ସ୍ଵଭାବର ହୋଇଥିବାରୁ ବେଳେ ନିଜର ସରଳତା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି |

12. ମୀନ ରାଶି :- ଏହି ବ୍ୟକ୍ତି ଅଧିକ ଲୋକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତି ନାହିଁ, ନିଜ କାର୍ଯ୍ୟ ନିଜ ଇଚ୍ଛା ଅନୁଯାଇ କରିଥାନ୍ତି |