ଯୋନିରେ ସଂକ୍ରମଣ ହେଲେ କେମିତି କରିବେ ଉପଚାର? | Dr. Mathew
ଆଜି ଆମେ ଏପରି ଏକ ରୋଗ ବିଷୟରେ ଜାଣିବା ଯାହାର ପ୍ରତିକାର ବିଷୟରେ ଆମେ ସମସ୍ତେ ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ |ବିଶେଷ କରି ମହିଳା ମାନେ ଜାଣିବା ନିହାତି ଆବଶ୍ୟକ କି କିପରି ଯୋନିର ସଂକ୍ରମନ ହୋଇଥାଏ ଆଉ କଣ ସବୁ ଉପାୟ ଅବଲମ୍ବନ କରିଲେ ଆମେ ଇନଫେକ୍ସନ ଭଳି ସମସ୍ୟାରୁ ମୁକ୍ତି ପାଇପାରିବା, ବିଶେଷ କରି ମହିଳା ମାନଙ୍କ ଠାରେ ଏହି ସବୁ ଯୋନି ସମ୍ପର୍କିତ ଅସୁବିଧା ଦେଖା ଦେଇଥାଏ |ତେବେ ଚାଲନ୍ତୁ ଆଜି ଆମେ ଏହି ଯୋନ ସମ୍ପର୍କିତ ରୋଗ ବିଷୟରେ ଆଲଚନା କରିବା ଓ ସମାଧାନର ଉପାୟ ଜାଣିବା |
ସାଧାରଣତଃ ଆମେ ଜାଣିଛୁ କି ଯୋଉ ମାନେ ଡାଇବେଟିସ ରେ ପୀଡିତ ଥାନ୍ତି ତାଙ୍କ ଠାରେ ଏହି ଭଳି ଫୋଙ୍ଗଲ ଇନଫେକ୍ସନ ହେଲେ ସମାଧାନ କରିବା କଷ୍ଟ ହୋଇଥାଏ ସେହି ଭଳି, ବେସିଟେରିଆ ଭେଜାଇନୁଷ ପାଇଁ ଆମେ ମେଟ୍ରୋନି ଭେଜାଇନସ ତାବଲେଟ ଦେଇଥାଉ,ଓ କ୍ଲି ଣ୍ଡା ମେଟାନସ ଦେଇଥାଉ ଲଗାଇବା ପାଇଁ,ସେହି ଭଳି ଫୋଙ୍ଗଳ ଇନଫେକ୍ସନ ପାଇଁ ଗ୍ଲୁକୋ ନାଯା ଇଲ ତେଵଲେଟ ଦେଇଥାଉ ଖାଇବା ପାଇଁ,କିନ୍ତୁ ପ୍ରେଗ୍ନେସି ସମୟରେ ଏହି ତେଵଲେଟ ଦେହୁଏନାହିଁ ସେଠି ପାଇଁ ଡାକ୍ତରଙ୍କ ପରାମର୍ଶ ରେ ତିନି ଦିନ ନହେଲେ ସାତ ଦିନ ପାଇଁ ଖାଇବାକୁ ଦିଆଯାଏ |
ବିଶେଷ କରି ଆମର ଧ୍ୟାନ ରଖିବା କଥା କି ଆଣ୍ଡାର ଗ୍ରାଉଣ୍ଡ କୁ ପ୍ରପେରଲି ଯତ୍ନ ନେବା ସହିତ, ସେଠାରେ ବ୍ୟବହୃତ ଜିନିଷ କୁ ଦଶ ମିନିଟ ପାଇଁ ଗରମ ପାଣିରେ ଫୁଟାଇବା, ଓ ପରେ ତାକୁ ଭଲଭାବରେ ଶୁଖାଇ ବ୍ୟବହାର କରିବା, ତାହା ସହିତ କୌଣସି ବି ମୋଲମ କୁ ଡ଼କ୍ଟରଙ୍କ ବିନା ପରାମର୍ଶରେ ଲଗାଇବା ନାହିଁ,ଭଜାଇନଲ
ଏରିଆ କୁ ସଫା କରିବା ପାଇଁ କିଛି ବି କେମିକାଲ କୁ ବ୍ୟବହାର କରିବେ ନାହିଁ କି ସେଣ୍ଟେଡ ପ୍ରଡକ୍ତ ବ୍ୟବହାର କରିବେ ନାହିଁ,ନର୍ମାଲ ପାଣିରେ ସଫା କରିବା ସହିତ ଯେତେ ପାରିବେ ସଫା ଓ ଶୁଖିଲା ରଖିବେ,ଆଉ ମଧ୍ୟ ସେହି ଏରିଆ ରେ କିଛି ବି ଇଉଜ କରିବା ପୂର୍ବରୁ ଆମେ ଡ଼କ୍ଟର ଙ୍କ ପରାମର୍ଶ ନିହାତି ନେବା ଓ ପ୍ରେଗ୍ନେସି ସମୟରେ ମଧ୍ୟ ପ୍ରପେର ଯତ୍ନ ନେବା |
ତେବେ ଆମେ ମାନେ ଏହି ସବୁ ରୋଗ ନ ହେବା ପାଇଁ ପାଣି ପ୍ରଚୁର ପିଇବା ସହିତ, ଆଣ୍ଡାର ଏରିଆକୁ ସଫା ଓ ଶୁଖିଲା ରଖିବା, ବିଶେଷ କରି ପେରିଅଡ ସମୟରେ ଇନଫେକ୍ସନ ବେଶୀ ପରିମାଣରେ ହୋଇଥାଏ ସେହି ସମୟରେ ପ୍ରପେର ସଫା କରିବା ଓ ଇନଫେକ୍ସନ ହେଇଥିଲେ ପତଳା ସୁତା ହାଲକା କପଡ଼ା ବ୍ୟବହାର କରିବା ଓ ଢିଲା ରଖିବା ସୋହିତା, ଡ଼କ୍ଟରଙ୍କ ବିନା ପେରମିସନ ରେ କିଛି ବି ମେଡ଼ିସିନ, ଜେଲ ବା ମୋଲମ କୁ ଇଉଜ କରିବା ନାହିଁ |ତେଣୁ ସ୍ୱାସ୍ଥ୍ୟ କୁ ଠିକ ଆଉ ସୁନ୍ଦର ରଖିବାକୁ ହେଲେ ଏହି ସବୁ ଉପାୟକୁ ମାନି ନିଜ ଦେହର ଯତ୍ନ ନେବା ଆବଶ୍ୟକ |