ଓଡ଼ିଆ ଚୁଲବୁଲି ଅଭିନେତ୍ରୀ JINA SAMAL ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେବେଳେ ଅନେକ ଭିଡ଼ିଓ ଏମିତି ଆସିଥାଏ ଯେଉଁଥିରେ ଦେଖିବାକୁ ମିଳିଥାଏ ଓଡ଼ିଆ ର ଅନେକ ଫ୍ଲିମ ଏକ୍ଟ୍ରେସ ମାନଙ୍କ ବିଷୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଏହି ଓଡ଼ିଆ କଥାଚିତ୍ର ଅଭିନେତ୍ରୀ‌ ଜିନା ସାମଲ‌ ଙ୍କ ବିଷୟରେ ।

ଜିନା ସାମଲ‌ ଙ୍କର ଜନ୍ମ ଓ ଫ୍ଲିମ କେରିୟର :-

 

 


‌ଜିନା ସାମଲ‌ ଜଣେ ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ଜୀନା ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ଜରିଆ ରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।ସେ ଇ ଟିଭି ଓଡ଼ିଆ ରେ ପ୍ରସାରତି ଧାରାବାହିକ ‌ତୁଳସୀ‌, ‌ଅପା‌ ଏବଂ ତରଙ୍ଗ ଟିଭିରେ ପ୍ରସାରିତ ‌କେମିତି ଏ ବନ୍ଧନ‌ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।ଚଳଚ୍ଚିତ୍ର ଧାରାବାହିକ ସ‌ହ ଜିନା ଓଡ଼ିଆ ଆଧୁନିକ ଆଲବମ୍ ଏବଂ କିଛି କାର୍ଯ୍ୟକ୍ରମ ରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଜିନା 2007 ମସିହାରେ ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ରେ ନାୟିକା ଭାବେ ଓଡ଼ିଆ କଥାଚିତ୍ର ଜଗତ ରେ ଅଭିନୟ ଆରମ୍ଭ କରିଥିଲେ ।ଏହା ପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍‌ ରେ ଅଭିନୟ କରୁଥିଲେ । ଜିନାଙ୍କ ଅଭିନୀତ ପ୍ରମୁଖ ଆଲବମ୍ ହେଉଛି: ବାଟୋଇରେ ବାଟୋଇ, ସେଇ ବର୍ଷା ରେ ଏବଂ ସଞ୍ଜ ନଇଁ ଗଲେ ଇତ୍ୟାଦି । ସେ ଇ ଟିଭି ଓଡ଼ିଆ ରେ ପ୍ରସାରତି ଧାରାବାହିକ ‌ତୁଳସୀ‌ ଜରିଆ ରେ ଦୂରଦର୍ଶନ ରେ ଅଭିନୟ ଆରମ୍ଭ କରିଥିଲେ ।

ଏହା ପରେ ସେ ପୁଣି ଇଟିଭି ରେ ପ୍ରସାରିତ ଧାରାବାହିକ ‌ଅପା‌ରେ ନାୟିକା ଭାବରେ ଅଭିନୟ କରିଥିଲେ ।ଏହାପରେ ସେ ଅପା ଧାରାବାହିକ ଛାଡ଼ି ତରଙ୍ଗ ଟିଭି ରେ ‌କେମିତି ଏବନ୍ଧନ‌ ଧାରାବାହିକରେ ଅଭିନୟ କରିଥିଲେ ।

ଜିନା ଓଡ଼ିଆ କଥାଚିତ୍ର ଗଡ଼ବଡ଼, ତୋ ପାଇଁ ନେବି ମୁଁ ଶହେ ଜନମ, ଭାଇନା, କ’ଣ କଲା ସେ, ଡ୍ରିମ୍ ଗାର୍ଲ, ଗଳ୍ପ ନୁହେଁ ଅଳ୍ପ ଦିନର, ତୋ ବିନା ମୋ କାହାଣୀ ଅଧା, ଝିଅଟା ବିଗିଡ଼ିଗଲା, ପ୍ରେମର ନିଶା ନିଆରା ନିଆରା ରେ ଅଭିନୟ କରିଛନ୍ତି ।ସାର୍ଥକ ଟିଭି ରେ ପ୍ରସାରିତ କାର୍ଯ୍ୟକ୍ରମ ରଜକୁଇନ୍‌ ରେ ଜିନା ଜଣେ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରେ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ ।

ତରଙ୍ଗ ଟିଭିରେ ପ୍ରସାରିତ କର୍ଯ୍ୟକ୍ରମ କି ଭର୍ସେସ କାରେ ସେ ଝିଅମାନଙ୍କର ମୁଖିଆ ଭାବରେ କାର୍ଯ୍ୟ କରିଥିଲେ । 2017 ସେପ୍ଟେମର 1 ରୁ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ‘ଜିନାର ଜୀବନସାଥୀ’ରେ ସେ ମୁଖ୍ୟ ଭୂମିକାରେ ଥିଲେ । ଏହି କାର୍ଯ୍ୟ କ୍ରମ ଦ୍ୱାରା ବଛା ଯିବା ପିଲାକୁ ସେ ବିବାହ କରିବେ ବୋଲି ସ୍ଥିର ହୋଇଥିଲା ଓ ବିବାହ ମଧ୍ୟ୍ୟ କରିଛନ୍ତି ।