Jyotish Shastra – କଣ ଆପଣଙ୍କ ହାତରେ ଏମିତି ରେଖା ଅଛି କି ?ଜାଣନ୍ତୁ ଏହାର ମାନେ…

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କଥା ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହା ଦ୍ୱାରା ଆମେ ଆଗାମୀ ସମୟ ସତର୍କ ହୋଇ ଚଳି ପାରିଥାଉ | ତେବେ ଆମ ହାତର ରେଖା ଆମ ଜୀବନ ସମ୍ପର୍କ ରେ ସୂଚାଇ ଥାଏ ଏହି ରେଖା କୁ ଦେଖି ଆମେ ଆମ ଭବିଷ୍ୟତ ସମ୍ପର୍କ ରେ ମଧ୍ୟ ଜାଣି ପାରିବା | ତେବେ ଆଜି ଆମେ ଜାଣିବା x ରେଖା ଆମ ହାତରେ ଥିଲେ କଣ ହୁଏ, ଆମ ଜୀବନ ଶୈଳୀ କିପରି ହୋଇ ଥାଏ, ଆପଣ ଟଙ୍କା ରୋଜଗାର କେମିତି କରିବେ ଏବଂ ଆପଣଙ୍କ ପାରିବାରିକ ଜୀବନ କେମିତି ରହିବ |

ତେବେ ମଝି ଆଙ୍ଗୁଠି ରୁ କାନି ଆଙ୍ଗୁଳି କୁ ଯେଉଁ ଉପର ରେଖାଟି ଯାଇଛି ତାହାକୁ ହୃଦୟ ରେଖା ବୋଲି କୁହାଯାଇ ଥାଏ | ତାପରେ ବିଶି ଆଙ୍ଗୁଳି ଏବଂ ବୁଢ଼ା ଆଙ୍ଗୁଳି ମଝିରେ ଯେଉଁ ରେଖା ଆରମ୍ଭ ହୋଇ କାନି ଆଙ୍ଗୁଳି ଆଡ଼କୁ ଯାଇଛି ତାହାକୁ ମସ୍ତିଷ୍କ ରେଖା ବୋଲି କୁହାଯାଇ ଥାଏ | ତେବେ ଏହାପରେ ମଝି ଆଙ୍ଗୁଳି ରୁ ଯେଉଁ ରେଖା ତଳକୁ ଯାଇଥାଏ ତାହା କାହା ହାତରେ ଥାଏ ତ ଆଉ କାହା ହାତରେ ରହି ନଥାଏ | ଏହାପରେ ବୁଢ଼ା ଆଙ୍ଗୁଳି ତଳକୁ ଯେଉଁ ରେଖା ଯାଇଛି ତାହାକୁ ଜୀବନ ରେଖା ବୋଲି କୁହାଯାଏ |

ତେବେ ମସ୍ତିଷ୍କ ରେଖା ଏବଂ ହୃଦୟ ରେଖା ମଝିରେ ଯଦି x ଥିବ ତେବେ ଏହିଭଳି ବ୍ୟକ୍ତି ବହୁତ ହୃଦୟବାନ ହୋଇ ଥାଆନ୍ତି | ଏମାନଙ୍କର ସ୍ୱଭାବ ବହୁତ ଭଲ ହୋଇ ଥାଏ, ଏମାନେ ସବୁବେଳେ ଗରିବ ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ ଚାହିଁ ଥାଆନ୍ତି | ଏହିଭଳି ଲୋକ ବହୁତ ଧାର୍ମିକ ଏବଂ ଦାନୀ ଲୋକ ହୋଇ ଥାଆନ୍ତି ଆଉ ବହୁତ ଭଗବାନ ବିଶ୍ୱାସୀ ଲୋକ ହୋଇ ଥାଆନ୍ତି ଏହା ସହିତ ଏହି ବ୍ୟକ୍ତି ମାନେ ବହୁତ ଭାବୁକ ମଧ୍ୟ ହଁକି ଥାଆନ୍ତି |

ଏମାନଙ୍କ ସାମ୍ନା ରେ ଯଦି କେହି କଷ୍ଟରେ ଥାଆନ୍ତି କିମ୍ବା କାନ୍ଦି ପକାନ୍ତି ତେବେ ଏହି ବ୍ୟକ୍ତି ମାନେ ମଧ୍ୟ ତାଙ୍କୁ ଦେଖି କାନ୍ଦି ପକାନ୍ତି | ମଝି ଆଙ୍ଗୁଳି କୁ ଶନି ରେଖା ବୋଲି ମଧ୍ୟ କୁହାଯାଏ ଆଉ ଏହି ଶନି ରେଖା ତଳକୁ ଆପଣଙ୍କ ର ଯଦି x ରେଖା ଥାଏ ତେବେ ସେମାନେ ତାଙ୍କୁ କର୍ମ ଉପରେ ଅଧିକ ବିଶ୍ୱାସ ରଖି ଥାଆନ୍ତି | କାରଣ ଯିଏ ଯେମିତି କର୍ମ କରିବ ତାକୁ ଶନି ସେମିତି ଫଳ ପ୍ରଦାନ କରିବେ | ଆଉ ଯଦି ଆପଣ କାହାକୁ ଠକି ଦେବେ ତେବେ ଆପଣ ମଧ୍ୟ ଠକାମୀ ର ଶିକାର ହେବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।