ଜୀବନରେ ଚିରନ୍ତନ ଖୁସି ପାଇବାକୁ ହେଲେ ଏହି ଗୋଟିଏ ଉପାୟକୁ ଜୀବନରେ ନିଶ୍ଚିତ ଆପଣାନ୍ତୁ…

ଆଜି ଆମେ ଏହି ଲେଖା ମାଧ୍ୟମରେ ଜୀବନରେ ଗୋଟିଏ ସୁନ୍ଦର, ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ବିଷୟରେ ଜାଣିବା। ଜୀବନରେ ସବୁବେଳେ କେମିତି ଖୁସିରେ ରହିବା। ଏମିତି କଣ ସୁନ୍ଦର୍ ଉପାୟ ବାହାର କରିବା ଯାହା ଆମକୁ ଜୀବନରେ ସବୁବେଳେ ଖୁସିରେ, ଶାନ୍ତିରେ ରଖିବାର ବାଟ ଦେଖାଇବ। ଅନେକ ସମୟରେ ଦେଖାଯାଏ ଆମେ ଅନ୍ୟକୁ କଷ୍ଟ ଦେଇ, ଅନ୍ୟାୟ ଅନୀତି କରି, କାହା ପାଖରୁ ଛଡାଇ ଆଣି ନିଜେ ଖୁସିରେ ରହିବାକୁ, ଧନୀ ହେବାକୁ ଚେଷ୍ଟା କରିଥାଉ।

ଆଉ ସେଥିରେ ଖୁସିରେ ନିଜର ଜୀବନକୁ ଅତିବାହିତ ମଧ୍ୟ କରିଥାଉ। ଆଉ ଆମେ ଭାବିଥାଉ ଯେ ଆମେ ଏମିତି କରି ନିଜକୁ ବହୁତ୍ ଖୁସିରେ ରଖି ପାରିଛୁ। ତେବେ ଏହା କଣ ପ୍ରକୃତ ଖୁସି?

ବାସ୍ତବରେ କହିବାକୁ ଗଲେ ଖୁସି ହେଉଛି ଏକ ମାନସିକ ଅବସ୍ଥା,ଏକ ଆନ୍ତରିକ ଅବସ୍ଥା। ପରିସ୍ଥିତି ଅନୁସାରେ ଆମେ ଆମକୁ ଖୁସିରେ ରଖୁ ପୁଣି ଦୁଃଖୀ ହୋଇଯାଉ।ତେବେ ସବୁଦିନ ପାଇଁ ଖୁସିରେ ରହିବାକୁ ହେଲେ ଏମିତି କଣ କରିବା ଯେମିତି ଖୁସି ଆମ ସହ ବାନ୍ଧି ହୋଇ ରହିବ, ଚିରନ୍ତନ ହେବ ଏବଂ ଆମକୁ ମାନସିକ ଶାନ୍ତି ମଧ୍ୟ ଦେବ ।

ଏଥିପାଇଁ ଦରକାର୍ କେବଳ ନିଜର ଆତ୍ମତୃପ୍ତି।ଆଉ ଏହି ଆତ୍ମତୃପ୍ତି ମିଳିଥାଏ ନିଃସ୍ଵାର୍ଥପର ଗୁଣ ଏବଂ ତ୍ୟାଗ ରୁ। ଜୀବନରେ କେବେ ହେଲେ କାହାକୁ କିଛି ଦେବା ପାଇଁ କୁଣ୍ଠାବୋଧ କରନ୍ତୁ ନାହିଁ। କାରଣ ମଣିଷ ହୋଇ ଯଦି ଆମେ ଅନ୍ୟର ସାହାଯ୍ୟରେ ଆସି ନ ପାରିଲେ ବିପଦରେ, ସମସ୍ୟା ସମୟରେ ତାକୁ ସାହାରା ଦେଇ ନ ପାରିଲେ ତେବେ ଲାଭ କଣ?

ନିଜେ ଖୁସିରେ ରହିବା ପାଇଁ ଅନ୍ୟକୁ ନିଃସ୍ୱାର୍ଥପର ଭାବରେ ସାହାଯ୍ୟ କରିବା ଆବଶ୍ୟକ। ତାହା ଯେ କେବଳ ଅର୍ଥର ସାହାଯ୍ୟ ହେବ ତାହା ନୁହେଁ ବରଂ ଆପଣ ଆପଣଙ୍କ ସକ୍ଷମ ଅନୁସାରେ ଖାଦ୍ୟ, ବସ୍ତ୍ର, ଟଙ୍କା, ଶାରିରୀକ ସ୍ତରରେ ସାହାଯ୍ୟ, ମାନସିକ ସାହାଯ୍ୟ ଆଦି ଦେଇ ପରିବେ।ଆଉ ସେଥିରେ ଯେଉଁ ଦାନ ଗ୍ରହଣ ବା ସାହାଯ୍ୟ ଗ୍ରହଣ କରିଥିବା ଲୋକର ମନରୁ ଆପଣଙ୍କ ପ୍ରତି ସ୍ନେହ, ଭଲପାଇବା, ସଦଇଛା ଓ ଆଶିର୍ବାଦ ର ପ୍ରକମ୍ପନ ସୃଷ୍ଟି ହେବ ତାହା ଆପଣଙ୍କୁ ଆଗକୁ ବଢିବା ପାଇଁ ଆହୁରି ସହାୟକ ହେବ ଏବଂ ଆପଣଙ୍କୁ ଆହୁରି ଶକ୍ତି ବା ସାମର୍ଥ୍ୟ ମିଳିବ।

ତେଣୁ ଦାନ ଗ୍ରହଣ କରିବା ଅପେକ୍ଷା ଦାନ ଦେବାରେ ବାସ୍ତବରେ ପ୍ରକୃତ ଖୁସି ଅନ୍ତର୍ନିହିତ ହୋଇ ରହିଥାଏ। କାରଣ ଏହାଦ୍ବାରା ଆପଣଙ୍କ ଯଶ, ଅର୍ଥ, ସମ୍ମାନ ଆଦି ବିକଶିତ ହୋଇଥାଏ।ଆଉ ଆପଣ ଅନ୍ୟ ମୁହଁରେ ଖୁସି ଫୁଟାଇ ନିଜେ ଖୁସିରେ ସବୁଦିନ ପାଇଁ ରହି ପାରିବେ।ଆଉ ସେହି ଖୁସି ଆପଣଙ୍କ ସଂସ୍କାର, ବ୍ୟବହାର, ବ୍ୟକ୍ତିତ୍ଵ କୁ ଆହୁରି ଅଧିକ ପରିମାର୍ଜିତ କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।