ଦେଖନ୍ତୁ ଭିଡିଓ ! ଜୀବନ ଯୁଦ୍ଧ ରେ ଶେଷରେ ହାରି ଯାଇଥିବା କାଳିଆ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ ” Please”…ଦେଖନ୍ତୁ କଣ କହିଲେ କାଳିଆ ର ମା’…..

ଦୁନିଆରେ ଅନେକ ପ୍ରକାର ଅଭାବନୀୟ ଘଟଣା ମାନ ଘଟିଥାଏ। ଯାହା ଆମକୁ ବିଚଳିତ କରିଥାଏ ଏବଂ ଅଧିକାଂଶ କ୍ଷେତ୍ରରେ ସେହି ପରିସ୍ଥିତି କୁ ସାମ୍ନା କରି ନପାରି ଆମେ ଭାଙ୍ଗି ପଡ଼ିଥାଉ।ତେବେ ତାହାର ସମାଧାନ କରିବା ପାଇଁ ଆମ ପାଖରେ କୌଣସି ବାଟ ନଥାଏ। ଜନ୍ମ ମୃତ୍ୟୁ ସବୁ ସେଇ ଭଗବାନ ଙ୍କ ହାତରେ।ସେ ଯାହା ଚାହିଁବେ ତାହା ହିଁ ହେବ। ତାକୁ କେହି ଅଟକାଇ ପାରିବେ ନାହିଁ।

ଯାହା ଘଟିବାର ଥିବ ତାହା ନିଶ୍ଚିତ ଘଟିବ କେବଳ ଆମେ ନିଜକୁ ସତର୍କ ରଖି ପାରିବା ଏବଂ ସଚେତନ ରହି ପାରିବା। ସେହିଭଳି ଏକ ଦୁଃଖଦ ଘଟଣା ଘଟିଛି ଯାହା ଓଡ଼ିଶା ବାସୀ ଙ୍କ ପାଖରୁ ଆରମ୍ଭ କରି ସମସ୍ତ ଡାକ୍ତରୀ ଦଳଙ୍କୁ ମଧ୍ୟ ଦୁଃଖ ଦେଇଛି ଓ ମର୍ମାହତ କରିଛି।

ଗତକାଲି ରାତିରେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ଜଗା-କାଳିଆ ଡୋରି ଛିଣ୍ଡି ଯାଇଛି। ସୂଚନା ଅନୁସାରେ କଟକ ର ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ରେ କାଳିଆର ମୃତ୍ୟୁ ହୋଇଛି । ଆଜି ତାର ଶେଷକୃତ୍ୟ କରାଯିବ ବୋଲି ଜଣା ପଡ଼ିଛି।ତେବେ ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ମିଲୁପଡ଼ା ଗ୍ରାମକୁ ନିଆ ଯାଇଛି।

କାଳିଆ ର ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି।ତେବେ ଗାଁରେ ପହଞ୍ଚିବା ପରେ ସମଗ୍ର ପରିବେଶରେ ଶୋକର ଛାୟା ଖେଳି ଯାଇଛି। ଆପଣ ମାନଙ୍କ ସୂଚନା ନିମନ୍ତେ କହି ରଖୁଛୁ କି କାଳିଆ ସେପ୍ଟିସିମିଆ ଓ ନିମୋନିଆ ରୋଗରେ ପୀଡ଼ିତ ଥିଲା। ଦୀର୍ଘଦିନ ଧରି ସେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍ ରେ ରହିଥିଲା।

ତେବେ ଯାହା ସୂଚନା ରହିଛି କିଛି ଦିନ ହେବ କାଳିଆର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା। ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟିଥିଲା। ତାକୁ ବଞ୍ଚାଇବାକୁ ଡାକ୍ତର ମାନେ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ଅନେକ ପ୍ରୟାସ ସତ୍ତ୍ୱେ କାଳିଆକୁ ବଞ୍ଚାଇ ପାରିଲେ ନାହିଁ ଡାକ୍ତରୀ ଦଳ ଏବଂ ଶେଷରେ କାଳିଆ ଆଖି ବୁଜିଲା ।

ଆପଣମାନେ ଜାଣିଥିବେ ଜନ୍ମ ବେଳକୁ ଜଗା କାଳିଆ କିଭଳି ଯୋଡ଼ା ମୁଣ୍ଡ ହୋଇ ଜନ୍ମ ଗ୍ରହଣ କରିଥିଲେ।ପରେ ୨୦୧୭ ରେ ଦିଲ୍ଲୀ ଏମ୍‌ସରେ ସେମାନଙ୍କର ବିରଳ ଅପରେସନ୍‌ ମାଧ୍ୟମରେ ଅଲଗା ହୋଇଥିଲେ ଏହି ଯୋଡ଼ା ମୁଣ୍ଡ ଥିବା ଯାଆଁଳା ଭାଇ । ଏହାର ଦୁଇ ବର୍ଷ ପରେ ସେପ୍ଟେମ୍ବର ୭ ୨୦୧୯ ରେ ଦିଲ୍ଲୀରୁ ଦୁଇ ଭାଇ ଫେରିଥିଲେ କଟକ ଏସସିବି ହସ୍ପିଟାଲ୍ କୁ।

ସେମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ଏବଂ ତାଙ୍କୁ ଦିଲ୍ଲୀରୁ ଓଡ଼ିଶାକୁ ଅଣା ଯାଇଥିଲା। ଦୁର୍ଭାଗ୍ୟବଶତଃ ଅଧାବାଟରେ କାଳିଆ ର ଜୀବନ ଦ୍ବୀପ ଲିଭିଗଲା ।ତେବେ ଯୋଡ଼ାମୁଣ୍ଡ ଶିଶୁ ଭାବେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା କନ୍ଧମାଳର ଦୁଇ ଶିଶୁ ମଧ୍ୟରୁ କାଳିଆ ଆଉ ଦୁନିଆରେ ନାହିଁ। ସମସ୍ତ ଚେଷ୍ଟା ପରେ ମଧ୍ୟ କାଲି କାଳିଆ ଆଖି ବୁଜି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।