ହେ ଭଗବାନ ! ଜୀବନ ବଞ୍ଚାଇବା ପାଇଁ ହାର୍ଟ ନେଇ ଯାଉଥିଲା ହେଲିକପ୍ଟର, କିନ୍ତୁ ହସ୍ପିଟାଲ ରେ ଲ୍ୟଣ୍ଡିଙ୍ଗ କରିବା ବେଳେ ହୋଇଗଲା ଏମିତି, ଦେଖିଲେ ଛାତି ଥରି ଉଠିବ …….

ବେଳେବେଳେ ଏମିତି ଘଟଣା ଆମ ଆଖପାଖ ରେ ଘଟିଥାଏ, ତାହା ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରି ଦେଇଥାଏ। ତାହା ଆମକୁ କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ଲାଗି ନଥାଏ।ଘଟଣା ଘଟିଛି ଆମେରିକାର କାର୍ଲିଫର୍ଣ୍ଣିଆ ସହରରେ।ଏଠାରେ ଜୀବନ ବଞ୍ଚାଇବା ପାଇଁ ହାର୍ଟ ନେଇ ଯାଉଥିଲା ଏକ ହେଲିକପ୍ଟର। କିନ୍ତୁ ହସ୍‌ପିଟାଲ୍‌ ରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ହଠାତ୍ କ୍ରାସ୍ ହୋଇଗଲା ଏହି ହେଲିକପ୍ଟର।ତାହାପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଘଟଣା।

ଯେମିତି ଫିଲ୍ମ୍ ରେ ବେଳେବେଳେ ଅସାଧାରଣ ଘଟଣା ଘଟିଥାଏ ଏବଂ ହଠାତ୍ ସବୁ କିଛି ପରିବର୍ତ୍ତନ ହୋଇଯାଏ, ସେହିପରି ଘଟିଛି ଏହିଠାରେ।

ଏକ ପ୍ରକାର ସସ୍ପେନ ଭିତରେ ଘଟିଛି ଏ ସମସ୍ତ ଘଟଣା ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କିନ୍ତୁ ସତରେ ସିନେମା ଢଙ୍ଗରେ ଘଟିଛି ଏହିସବୁ ଘଟଣା ଆଉ ଶେଷରେ ସଂପୂର୍ଣ୍ଣ ହୋଇଛି ପ୍ରତିରୋପଣ।ତେବେ ଘଟଣା କ୍ରମ ଅନୁସାରେ ପୂର୍ବ ଲସଏଞ୍ଜେଲେସ୍‌ର ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ଜଣଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା।

ଏଥିପାଇଁ କୌଣସି ମତେ ତାଙ୍କ ସହ ଯୋଗାଯୋଗ କରାଯାଇ ସାନ୍‌ ଡେଇଗୋରୁ କେକ୍‌ ହସ୍‌ପିଟାଲକୁ ହାର୍ଟ ନେଇ ଆସିଥିଲା ଏକ ହେଲିକପ୍ଟର।ସେହି ସମୟରେ ଦୁର୍ଭାଗ୍ୟ ବଶତଃ କେକ୍ ହସ୍‌ପିଟାଲ ଛାତରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ହେଲିକପ୍ଟରଟି କ୍ରାସ ହୋଇ ଯାଇଥିଲା। ଏହାପରେ ସେଥିରେ ଥିବା ଦୁଇ ଷ୍ଟାଫ୍‌ ଓ ଚାଳକ ମଧ୍ୟ ଆହାତ ହୋଇଥିଲେ।

କ୍ରାସ ହେବାପରେ ଅଗ୍ନିସମ କର୍ମଚାରୀ ମାନେ ହାର୍ଟଟିକୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରୁ ଜଲଦି ବାହାର କରିବାର ବ୍ୟବସ୍ଥା କରିଥିଲେ। ତେବେ ହାଇଡ୍ରୋଲିକ କଟର ସାହାଯ୍ୟରେ ହେଲିକପ୍ଟରକୁ କଟାଯାଇ ହାର୍ଟ ଉଦ୍ଧାର କରା ଯାଇଥିଲା। ଏହାପରେ ଜଣେ ମେଡିକାଲ କର୍ମଚାରୀଙ୍କୁ ହାର୍ଟ ଦେଇଥିଲେ ଅଗ୍ନିଶମ କର୍ମଚାରୀ।

ଏହାପରେ ମେଡିକାଲ କର୍ମଚାରୀ ଜଣଙ୍କ ହାର୍ଟ ଧରି ଆସୁଥିବା ବେଳେ ସେ ବହୁତ ଜଲଦି ରେ ରହିଥିଲେ ଏବଂ ଏହି ସମୟରେ ହାର୍ଟ ତାଙ୍କ ହାତରୁ ତଳକୁ ଖସି ପଡ଼ିଥିଲା। ଏହା ପରେ ପୁଣିଥରେ ଅଗ୍ନିସମ କର୍ମଚାରୀ ହାର୍ଟଟିକୁ ତଳୁ ଉଠାଇ ମେଡିକାଲ କର୍ମଚାରୀଙ୍କ ହାତରେ ଦେଇଥିଲେ।ତେବେ ଏହିଭଳି ଭାବରେ ସେଠାରେ ଏକ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେମିତି ଏକ ସସ୍ପେନେ ସୃଷ୍ଟି ହେଉଛି।

ଯାହା ବି ହେଉ ଶେଷରେ କିନ୍ତୁ ହାର୍ଟ ପ୍ରତିରୋପଣ ସେଠାରେ ସମ୍ଭବ ହୋଇ ପାରିଥିଲା।ଏହାପରେ ଡାକ୍ତର ମାନେ ହାର୍ଟ ପାଇବା ପରେ ତାକୁ ପରୀକ୍ଷା କରି ଏହା ଠିକ୍ ଥିବାରୁ ଏହାକୁ ପରୀକ୍ଷା କରିଥିଲେ ଏବଂ ଏହାକୁ ଟ୍ରାନ୍ସପ୍ଲାଟ୍‌ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଶେଷରେ ଏହା ସଫଳ ମଧ୍ୟ ହୋଇଥିଲା।ଏତେ ପରେ ବି ହାର୍ଟ ଟି ଟ୍ରାନ୍ସପ୍ଲାଟ୍‌ ରେ ବ୍ୟବହାର କରିବା ପାଇଁ ଉପଯୋଗୀ ରହି ଥିବାରୁ ଡାକ୍ତର ଏହାର ସଫଳ ପ୍ରତିରୋପଣ କରି ପାରିଥିଲେ। କିନ୍ତୁ ଏହାର ସଂପୂର୍ଣ୍ଣ ପ୍ରକ୍ରିୟା ଭିନ୍ନ ଧରଣର ରହିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।