ଝିଅ କେଉଁ ଘରେ ଜନ୍ମ ନେଇଥାନ୍ତି,ଲକ୍ଷ୍ମୀ ସ୍ୱରୁପା କନ୍ୟା କେଉଁ ମାସରେ ଜନ୍ମ ହେଇଥାନ୍ତି

ଆମେ ଆଜି ବି ଏମିତି ସମାଜ ରେ ବଞ୍ଚି ରହିଛେ ଯେଉଁଠି ପୁରୁଷ ପ୍ରଧାନ ସେଥିପାଇଁ ଯଦି କାହାର ଘରେ କନ୍ୟା ସନ୍ତାନ ଜନ୍ମ ନେଉଛି ତେବେ ଅଧିକାଂଶ ଘରେ ଘରର ଲୋକ ମାନେ ନିରାଶ ହୋଇ ଯାଉଛନ୍ତି ଯାହାକି ଏହା ମଣିଷର ଅଜ୍ଞାନତା କାରଣରୁ ହୋଇଥାଏ ଯିଏ କି ଏବେ ବି ଝିଅଙ୍କୁ ବୋଝ ଦୃଷ୍ଟିରେ ଦେଖୁଛନ୍ତି | କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି କନ୍ୟା ସନ୍ତାନ ସମସ୍ତଙ୍କ ଗୃହରେ ଜନ୍ମ ନିଅନ୍ତି ନାହିଁ କନ୍ୟା ସେହି ଘରେ ଜନ୍ମ ନେଇଥାଏ ଯିଏ ଭାଗ୍ୟଯୁକ୍ତ ହୋଇଥାଏ ଏବଂ ନିଜ ପୂର୍ବ ଜନ୍ମରେ କିଛି ଭଲ କର୍ମ କରିଥାନ୍ତି |

ତେବେ ଆମେ ପ୍ରଥମେ ଜାଣିବା କି ଭଗବାନ କେମିତିକା ଘରେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପାଇଁ ବାଛି ଥାଆନ୍ତି ଏବଂ କେଉଁଭଳି ପୁର୍ଣ୍ୟ କର୍ମ କରିଲେ ଗୋଟିଏ ଘରେ କନ୍ୟା ସନ୍ତାନ ଜନ୍ମ ନେଇଥାଏ |

ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ କହି ଥିଲେ କି ଏକ ସ୍ୱାମୀ ସ୍ତ୍ରୀଙ୍କୁ ଭାଗ୍ୟ ଥିଲେ ପୁଅ ମିଳିଥାଏ କିନ୍ତୁ ଏକ ସେମାନଙ୍କର ସୋଭାଗ୍ୟ ଥିଲେ ସେମାନଙ୍କୁ ଝିଅ ପ୍ରାପ୍ତି ହୋଇ ଥାଏ | ଯେଉଁ ସ୍ୱାମୀ ସ୍ତ୍ରୀ ମାନେ ନିଜ ପୂର୍ବ ଜନ୍ମରେ ଅଧିକ ଧର୍ମ ପୁର୍ଣ୍ୟ ଅର୍ଜନ କରିଥାନ୍ତି କେବଳ ସେହି ମାନଙ୍କ ଗୃହରେ ହିଁ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନେଇ ଥାଏ |

ଆଉ ଯେଉଁ ମାନେ କନ୍ୟା ରତ୍ନ ଭାର କୁ ସହି ପାରନ୍ତି ଭଗବାନ ସେଭଳି ଘରକୁ ଝିଅ ଦେବା ପାଇଁ ବାଛି ଥାଆନ୍ତି | କାରଣ ଏହି ତିନି ଲୋକରେ କନ୍ୟା ହିଁ ଏମିତି ଭାର ଯାହାର ଦାୟିତ୍ୱ ସମସ୍ତେ ଉଠାଇ ପାରନ୍ତି ନାହିଁ |

ଗୋଟିଏ ନାରୀ ପାଇଁ ଏହି ସୃଷ୍ଟି ସର୍ବଦା ଚଳଚଞ୍ଚଳ ହେଉ ଅଛି ଏଥିପାଇଁ ସେ ସବୁକିଛି ତ୍ୟାଗ କରିଥାଏ | ଆଉ ଯେଉଁ ଦିନ ସୃଷ୍ଟିରେ କାନ୍ତ ସନ୍ତାନ ଜନ୍ମ ହେବା ବନ୍ଦ ହୋଇଯିବ ସେଦିନ ସୃଷ୍ଟି ମଧ୍ୟ ସ୍ଥିର ହୋଇଯିବ ଆଉ ଆଗକୁ ବଢିବ ନାହିଁ |

ପୁଅ କେବଳ ଗୋଟିଏ କୁଳକୁ ଉଦ୍ଧାର କରିଥାଏ କିନ୍ତୁ ଏକ ଝିଅ ଦୁଇଟି କୁଳକୁ ଉଦ୍ଧାର କରିଥାଏ କାରଣ ଝିଅ ବାପ ଘରେ ନିଜ ଦାୟିତ୍ୱ ତୁଲାଇବା ପରେ ତା ଶାଶୁ ଘରେ ସବୁ ଦାୟିତ୍ୱ କୁ ବହନ କରି ବଂଶ କୁ ଆଗକୁ ନେଇ ଥାଏ | ଗୋଟିଏ ଝିଅ କେବେ ଧନ ସମ୍ପତ୍ତି ର ଆଶା ରଖେ ନାହିଁ ତାକୁ କେବଳ ମାନ ସମ୍ମାନ ର ଦରକାର ହୋଇଥାଏ |

ତେବେ ବର୍ତ୍ତମାନ ଜାଣିବା କି ଲକ୍ଷ୍ମୀସୁରୂପା କନ୍ୟା କେଁଉ ମାସ

 

ରେ ଜନ୍ମ କରନ୍ତି, ତେବେ ଏହି ଦୁନିଆଁ ରେ ଯେତେ ବି ଦାନ ରହିଅଛି 5ଟି ଦାନ ହେଉଛି ଶ୍ରେଷ୍ଠ | ଅର୍ଣ୍ଣ ଦାନ, ଭୂମି ଦାନ, କନ୍ୟା ଦାନ, ବିଦ୍ୟା ଦାନ ଓ କୂଅ ଦାନ, ତେବେ ସଂସାର ରେ ଏମିତି ବାପା ମା ଅଛନ୍ତି ଯାହାକି ତାଙ୍କ ଘରେ ଏକ କନ୍ୟା ସନ୍ତାନ ଜନ୍ମ ନେଲେ ତାଙ୍କର ଅନେକ ଶୁଭ ହୋଇଥାଏ ସେହିଭଳି କନ୍ୟା ହେଉଛନ୍ତି ଦେବୀ ମାଙ୍କର ସ୍ୱରୂପ |

ଓଡ଼ିଆ ମାସର ଗଣନା ଅନୁଯାଇ ମକର ମାସର 15 ଦିନରୁ ଆରମ୍ଭ କରି କୁମ୍ଭ ମାସର 15 ଦିନ ପର୍ଯ୍ୟନ୍ତ ଅର୍ଥାତ ମାଘ ମାସର ଶୁକ୍ଲପକ୍ଷ ଠାରୁ ଫାଲ୍ଗୁନ ମାସର ଶୁକ୍ଲପକ୍ଷ ପର୍ଯ୍ୟନ୍ତ ଯେଉଁ ସମୟ ରହିଛି ସେହି ସମୟରେ କୌଣସି କନ୍ୟା ଯଦି ଜନ୍ମ ନେଇଥାଏ ତେବେ ସେହି କନ୍ୟା ଲକ୍ଷ୍ମୀ ସୁରୂପା ହୋଇଥାଏ |