ଆଜିର ଅନୁଚିନ୍ତା ! ଅଧିକ ସମୟ ଟିଭି ଦେଖୁଥିବା ବ୍ୟକ୍ତି ଶେଷରେ କେମିତି ମୃତ୍ୟୁବରଣ କରିଥାଏ ? ଗୁରୁଜନମାନଙ୍କ କଥା ନ ମାନିଲେ କେଉଁ ପାପ ଲାଗିଥାଏ,, ଏହି ଅନୁଚିନ୍ତା ନିଶ୍ଚିତ ପଢନ୍ତୁ…
ଯେଉଁମାନେ ତରତର ହୋଇ ଭୋଜନ କରିବାର ଅଭ୍ୟାସ ଥାଏ, ସେମାନଙ୍କର ଗ୍ୟାସ ହେବାର ସମ୍ଭାବନା ଥାଏ ଏବଂ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥାଏ।ତେଣୁ ଖାଇବା ସମୟରେ ଅତି କମ୍ ରେ କୋଡିଏ ମିନିଟ୍ ଖାଇବା ଉଚିତ୍ ଏବଂ ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବା ଉଚିତ୍ । ଏହାଦ୍ୱାରା ହଜମ ଶକ୍ତି ବୃଦ୍ଧି ହୁଏ ଏବଂ ଗ୍ୟାସ୍ ସମସ୍ୟା ଦେଖାଯାଏ ନାହିଁ ।ଯେଉଁ ସ୍ଥାନରେ ଆପଣଙ୍କ ସହିତ ଅନ୍ୟମାନଙ୍କର ସମ୍ପର୍କ ଖରାପ ଥାଏ ,ସେଠାରେ ରହିବା ଅନୁଚିତ୍ ।ଏହା ଦ୍ୱାରା ଆପଣଙ୍କ ରକ୍ତଚାପବୃଦ୍ଧି ହୋଇଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଏ ।
ଯେଉଁମାନେ ଅଧିକ ସମୟ ଧରି ଟିଭି ଦେଖନ୍ତି ,ସେମାନଙ୍କର ହୃଦରୋଗ ଏବଂ ମେଦବହୁଳ ରୋଗ ଦେଖାଯାଏ । ତେଣୁ ଅଧିକ ସମୟ ଧରି ଟିଭି ନ ଦେଖିବା ଉଚିତ୍ ।ମୁହଁରେ ବ୍ରଣ ହୋଇଥିଲେ , ତାକୁ ଛୁଅନ୍ତୁ ନାହିଁ କିମ୍ବା ଚିପନ୍ତୁ ନୀହିଁ,ନଚେତ୍ ମୁହଁରେ ଦାଗ ପଡିଯାଏ ଏବଂ ମୁହଁ ଅସୁନ୍ଦର ଦେଖାଯାଏ ।
ଯେଉଁ ବ୍ୟକ୍ତି ଅନ୍ୟର କଥା ନ ଶୁଣି ନିଜର କଥା ରଖିବାରେ ଅଭ୍ୟାସ ରଖିଥାଏ , ସେହି ବ୍ୟକ୍ତି ସର୍ବଦା ଅପମାନିତ ହେଇଥାଏ ।ତେଣୁ କେବେ ବି କାହାର କଥା ମଝିରେ କଥା କହିବା ଉଚିତ୍ ହେଇ ନ ଥାଏ । ଏହା ପାଳନ କଲେ ଆପଣଙ୍କ ମଙ୍ଗଳ ହୋଇଥାଏ ।ଯେଉଁମାନଙ୍କର ଭୋକ ହେଉ ନଥିବା ବେଳେ କିଛି ନା କିଛି ଖାଉଥିବାର ଅଭ୍ୟାସ ରଖିଥାଏ , ସେମାନଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ ।
ଯେଉଁ ବ୍ୟକ୍ତିମାନେ ବ୍ୟାୟାମ କରି ନ ଥାନ୍ତି ସେମାନ ରୋଗରେ ପିଡୀତ ହେଇଥାନ୍ତି ,ତେଣୁ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ ।ବର୍ତ୍ତମାନ ସମୟରେ କିଛି ନ ପଢିବା କିଛି ନ ଶିଖିବା , ଏହା ହେଉଛି ଖରାପ ଅଭ୍ୟାସ । ଏହା କରିବା ଦ୍ୱାରା କର୍ମରେ କିଛି ଉନ୍ନତି ହୋଇନ ଥାଏ। ତେଣୁ ପ୍ରତିଦିନ କିଛି ନା କିଛି ଶିଖିବା ଉଚିତ୍ ।ଜୀବନରେ ପ୍ରତିଦିନ ଗୁରୁଜନଙ୍କୁ ସମ୍ମାନ ଦେବା ଉଚିତ୍ ।
ଏହା ଦ୍ୱାରା ସର୍ବାଙ୍ଗୀନ ଉନ୍ନତି ହେଇଥାଏ ।ସବୁବେଳେ ଏକ ନିର୍ଦିଷ୍ଟ ଲକ୍ଷ୍ୟରେ କାମ କରିବା ଉଚିତ୍ ।ଆବଶ୍ୟକ ଠାରୁ ଅଧିକ କଥା କହିବା ଅନୁଚିତ୍,ଏହା ଦ୍ୱାରା ମସ୍ତିସ୍କ କମ୍ ଜୋର ହୋଇଯାଏ ।ସବୁବେଳେ ପିଲାମାନଙ୍କ ଜିଦ୍ ପୂରଣ କରିବା ଉଚିତ୍ ନୁହଁ ।ପିଲାମାନେ ଶୋଇବା ବେଳେ ବିଛଣାରେ ପରିସ୍ରା କରୁଥିଲେ ସେମାନଙ୍କୁ କିଛିଦିନ ଶୋଇବା ପୂର୍ବରୁ ମହୁ ଖୁଆନ୍ତୁ, ତେବେ ଏ ସମସ୍ୟା ଦୂର ହୋଇଯାଇଥାଏ ।
କୌଣସି ଜାଗାରେ ଖଣ୍ଡିଆ ବା ମାଡ ହୋଇଥିଲେ ସେ ଜାଗାରେ ଚିନି ଲଗେଇ ଦେବା ଦ୍ୱାରା ଦରଜ କମିଯଆଇଥାଏ ।ରୋଷେି ଘରେ ଯଦି ଆପଣଙ୍କ ବାସ୍ତୁଦୋଷ ଥାଏ ତେବେ ଖାଦ୍ୟ ରାନ୍ଧିସାରିଲ ପରେ କିଛି ଖାଦ୍ୟ ଅଗ୍ନି ଦେବଙ୍କୁ ସମର୍ପଣ କରିବା ଉଚିତ୍ ।
ଗୃହର ମୁଖ୍ୟଦ୍ୱାରରେ ବାସ୍ତୁ ଦୋଷ ଥିଲେ ଗଣେଶଙ୍କ ଫୋଟ ଲଗାଇଲେ ମଙ୍ଗଳ ହୋଇଥାଏ ।ନିଶାଦ୍ରବ୍ୟ ସେବନ ଖରାପ ଅଭ୍ୟାସ ହୋଇଥାଏ , ଏହା ଦ୍ୱାରା ଘରେ କଳହ, ଅଶାନ୍ତି,ଦିଦ୍ରତା ବୃଦ୍ଧି ହୋଇଥାଏ ।ପ୍ରତ୍ୟେକ ଦିନ କାନ ପେଟ,ମୁଣ୍ଡ ରେ ତେଲ ମାଲିସ୍ କଲେ ବେଳ ପାଚିବା ବନ୍ଦ ହୁଏ,ନିଦ ଭଲ ହୁଏ ଏବଂ ସ୍ୱାସ୍ଥ୍ୟ ଭଲ ରୁହେ ।ବସିବା ବେଳେ ସିଧା ବସିବା ଉଚିତ୍ ,ଏହା କରିବା ଦ୍ୱାରା ହାର୍ଟ ଓ ଲିଭର୍ କୁ ଅକ୍ସିଜେନ୍ ସିଧା ପହଞ୍ଚିଥାଏ ଏବଂ ଶରୀର ସୁସ୍ଥ ରୁହେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।