ଦେଖନ୍ତୁ ଭିଡ଼ିଓ । ଝିଆରୀ ଜନ୍ମ ଦିନରେ ବର୍ଷା ପୋଷ୍ଟ କଲେ ଏମିତି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…..

ଆପଣମାନେ ଜାଣିଛନ୍ତି ଓଡ଼ିଆ ସିନେମା ଜଗତରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ବର୍ଷା ପ୍ରୟଦର୍ଶିନୀ ବେଶ୍ ଲୋକ ପ୍ରୀୟତା ହାସଲ କରିଛନ୍ତି। ତାଙ୍କର ଅଭିନୟ ଖୁବ୍ ଆକର୍ଷଣୀୟ।ସେ ରିଲ ଲାଇଫ ଭଳି ରିଏଲ୍ ଲାଇଫ ରେ ମଧ୍ୟ ବହୁତ ସରଳ, ଭାବ ପ୍ରବଣ ଏବଂ ସ୍ନେହୀ ଅଟନ୍ତି। ଅନେକ ତାଙ୍କୁ ବହୁତ୍ ପସନ୍ଦ କରନ୍ତି ତାଙ୍କର ଏହି ଭଳି ସରାଳତା ଏବଂ ଉଦାରତା ପାଇଁ। ବର୍ଷା ତାଙ୍କ ପରିବାରକୁ ବହୁତ୍ ଭଲ ପାଆନ୍ତି।

ନିକଟରେ ସେ ତାଙ୍କର ଝିଅ ଙ୍କ ଜନ୍ମଦିନ କୁ ପାଳନ କରିଛନ୍ତି ଯାହାର ଭିଡିଓ ଏବେ ସାମ୍ନା କୁ ଆସିଛି। ଏଥିରେ ସେ ଅନେକ ଖୁସି ଥିବାର ଦେଖିବାକୁ ମିଳିଛି। ଯାହା ପ୍ରମାଣ କରୁଚି କି ସେ କେତେ ମାତ୍ରା ରେ ନିଜ ଝିଅକୁ ଭଲ ପାଆନ୍ତି।

ବର୍ଷା ପ୍ରିୟଦର୍ଶିନୀ ଜଣେ ମା ହିସାବରେ ତାଙ୍କ ଝିଅ ର ବହୁତ୍ ଯତ୍ନ ନେଇଥାନ୍ତି ଯାହାର ଅନେକ ନଜିର ରହିଛି। ବହୁତ୍ ସମୟରେ ସେ ତାଙ୍କ ଝିଅଙ୍କ ସହ ତାଙ୍କର ସମୟ ଅତିବାହିତ କରିଥାନ୍ତି।ତେବେ ତାଙ୍କର ତାଙ୍କ ଝିଅଙ୍କ ପ୍ରତି ଅନାବିଳ ଭଲ ପାଇବା ଓ ସ୍ନେହ ଏହି ଭିଡିଓ ରୁ ପ୍ରତିତ ହେଉଛି।

ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ କିଭଳି ଭାବରେ ସେ ତାଙ୍କ ଝିଅଙ୍କ ସହିତ ଅନେକ ଫଟୋ ଉଠାଇଛନ୍ତି। ତାଙ୍କ ଝିଅଙ୍କୁ ଆଲିଙ୍ଗନ କରିବାର ଫଟୋ ମଧ୍ୟ ଏହି ଭିଡିଓ ରେ ରହିଛି। ତାଙ୍କ ଝିଅକୁ କୋଳରେ ରେ ଶୁଆଇ ଥିବାର ଫଟୋ ଏଠାରେ ରହିଛି। ନିଜ ଝିଅଙ୍କ ସହିତ ଅନେକ ସ୍ନେହ ପୂର୍ଣ୍ଣ ଫଟୋ କୁ ସେ ଏଠାରେ ଦେଇଛନ୍ତି।

ବାସ୍ତବିକ ଭାବରେ ଅନେକ ସମୟରେ ସେ ତାଙ୍କର ପରିବାର ସହିତ ଅତିବାହିତ କରିଥିବା ମୁହୂର୍ତ୍ତ ଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଦେଖିବାକୁ ମିଳିଥାଏ। ସେଥିରେ ସେ ପରିବାର ସହିତ କେତେ ଖୁସି ଅନୁଭବ କରିଥାନ୍ତି ତାର ଝଲକ ଦେଖିବାକୁ ମିଳିଥାଏ। ସେହିପରି ଏବେ ନିଜ ଝିଅଙ୍କ ଜନ୍ମଦିନ ଅବସରରେ ଏହାକୁ ଖୁସିର ସହିତ ପାଳନ କରିଥିବାର ସୁନ୍ଦର ମୁହୂର୍ତ୍ତ କୁ ସେ ଏଠାରେ ଅପ୍ ଲୋଡ୍ କରିଛନ୍ତି।

ଏହି ଭିଡିଓ ମାଧ୍ୟମରେ ତାଙ୍କର ବାସ୍ତବ ପ୍ରକୃତ ଜୀବନ ବିଷୟରେ ଜାଣିବାକୁ ପାଇବେ ଏବଂ ଦେଖି ଖୁସି ମଧ୍ୟ ହେବେ।ନିକଟରେ ମଧ୍ୟ ଏହିପରି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ବର୍ଷା ଜଣେ ସୁଗୃହିଣୀ ହିସାବରେ ଗୃହଲକ୍ଷ୍ମୀ ଭାବରେ ଘରର ପୂଜାର୍ଚ୍ଚନା କରୁଛନ୍ତି ଏବଂ ଭକ୍ତିର ସହିତ ଭଗବାନ ଙ୍କ ନିକଟରେ ଜୁହାର କରୁଛନ୍ତି।

ସେହିପରି ଜଣେ ଗୃହିଣୀ ହିସାବରେ ସେ ରୋଷେଇ ଘରେ ରୋଷେଇ କରୁଛନ୍ତି ଏବଂ ସଫା ସୁତୁରା ମଧ୍ୟ ରୁମ୍ କୁ ରଖୁଛନ୍ତି।ଏହାପରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ସେ ନିଜ ଶୟନ କକ୍ଷ କୁ ସଜାଡୁ ଅଛନ୍ତି। ତେବେ କେତେବେଳେ ସାଡି ଓ ପୁଣି କେତେବେଳେ ସାଲ୍ଵାର ପିନ୍ଧି ସେ ଘରର କାର୍ଯ୍ୟ ସବୁ କରୁଛନ୍ତି। ଏଇଭଳି ଭାବରେ ପୁଣି ଆଧ୍ୟାତ୍ମିକ ବହି ପଢୁ ଥିବାର ନଜର ଆସୁଛନ୍ତି ବର୍ଷା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।