ମା’ ସାଜିଲା ଦଲାଲ : ଝିଅ ପାଇଁ କିିସ୍ତିରେ ପ୍ରେମିକ ଠାରୁ ନେଉଥିଲା ଟଙ୍କା, ବିବାହିତଙ୍କୁ ନେଇ ଚମ୍ପଟ ମାରିଲା…..
କଥାରେ ଅଛି ମାଆ ହେଉଛି କରୁନାମୟୀ ଏବଂ ମଙ୍ଗଳକାରି। କାରଣ ମାଆ ଯାହା କରିଥାଏ ବା ନିଷ୍ପତି ନେଇଥାଏ ତାହା ନିଜ ସନ୍ତାନର ମଙ୍ଗଳ ପାଇଁ ନେଇଥାଏ। କୁହାଯାଏ ମାଆ ଶବ୍ଦଟି ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଏବଂ ନିଆରା ଶବ୍ଦ। ଜଣେ ମାଆ ର ସ୍ଥାନ କେହି ନେଇ ପାରିବେ ନାହିଁ। ମାଆ ଏମିତି ଜଣେ ମଣିଷ ଯିଏ କି ଦୁନିଆର ସମସ୍ତ ଦୁଃଖ କଷ୍ଟ କୁ ସହି ମଧ୍ୟ ନିଜ ସନ୍ତାନର ଖୁସି ଓ ସମୃଦ୍ଧି କାମନା କରିଥାଏ।
ଦୁନିଆର ଯେତେ ବଡ଼ ସମସ୍ୟା ଓ ଦୁଃଖ ଜଞ୍ଜାଳ ହେଉ ମାଆ କେବେବି ନିଜ ପିଲା ମାନଙ୍କ ଉପରେ ସେସବୁ କୁ ପଡ଼ିବା ପାଇଁ ଦିଏନାହିଁ। ନିଜ ପିଲା ର ସମସ୍ତ ଦୁଃଖ କୁ ସେ ଢାଲ ପରି ସୁରକ୍ଷା ଦେଇଥାଏ ଓ ନିଜ ଉପରକୁ ନେଇ ଯାଇଥାଏ।
କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯେଉଁ ଘଟଣାରେ ଜଣେ ମାଆ ନିଜ ସନ୍ତାନକୁ ଟାଣି ଆଣିଛନ୍ତି ସମସ୍ୟା ଘେରକୁ। ନିଜ ସନ୍ତାନ ପାଇଁ ସାଜିଛନ୍ତି ଦଲାଲ୍।ଚନ୍ଦ୍ରଶେଖରପୁର ଈଶାଣେଶ୍ୱର ବସ୍ତିରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା। ଯେଉଁ ଘଟଣା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଏହି ବସ୍ତି ରେ ବାସ କରନ୍ତି ଜଣେ ପରିତ୍ୟକ୍ତା ମହିଳା। ଯିଏକି ନିଜ ଝିଅ କୁ ଟଙ୍କା ପାଇଁ ଅନ୍ୟ ହାତରେ ଦଲାଲ୍ ଭଳି ଟେକି ଦେଇଛନ୍ତି।କିସ୍ତି କିସ୍ତି କରି ଯୁବକ ୫୦ ହଜାର ଟଙ୍କା ଦେଇ ଝିଅ ସହିତ ଅବାଧ ମିଳାମିଶା କରିବାର ସୁଯୋଗ ପାଇଛନ୍ତି ମାଆଙ୍କ ପାଖରୁ। ଉକ୍ତ ଯୁବତୀ ଙ୍କ ଛଦ୍ମନାମ ସୋନାଲି।ସେ ମଧ୍ୟ ଏହି ଟଙ୍କା ଦେଉଥିବା ଯୁବକ ସହିତ ଆରମ ରେ ମିଶୁଥିଲେ।
ଏହାରି ଭିତରେ ସମ୍ପର୍କ ଆଗକୁ ବଢ଼ି ଯାଇଥିଲା ଏବଂ ସବୁକିଛି ଠିକ୍ ଠାକ୍ ଚାଲୁଥିଲା ବେଳେ ଲକ୍ ଡାଉନ୍ ସାଜିଲା ବାଧକ। ଲକ୍ ଡାଉନ୍ ରେ ପୁଅ ଆଉ ଝିଅ ସହିତ ଦେଖା କରି ପାରିଲା ନାହିଁ। କିନ୍ତୁ ପୁଅ ର ଅନୁପସ୍ଥିତି ରେ ମାଆ ଲକ୍ ଡାଉନ୍ ସମୟରେ ସେହି ବସ୍ତି ର ଆଉ ଜଣେ ଯୁବକ ସହିତ ଝିଅ ର ବିବାହ କରି ଦେଇଥିଲେ।
ଯାହାର ଖବର ୫୦ ହଜାର ଟଙ୍କା ଦେଇଥିବା ଯୁବକ ଜାଣିବା ପରେ ବହୁତ୍ ଉତ୍ତ୍ୟକ୍ତ ହୋଇ ଯାଇଥିଲେ।ଏହାପରେ ସେ ଝିଅ କୁ ଫେରାଇ ଆଣି ତାଙ୍କ ସହ ବିବାହ କରାଇ ଦେବାକୁ କହି ଧମକ ଦେଇଥିଲେ ନହେଲେ ତାଙ୍କ ଟଙ୍କା ଫେରାଇବାକୁ କହିଥିଲେ।ଏହାପରେ ମାଆ ତାଙ୍କ ଝିଅକୁ ଶ୍ଵଶୁର ଘରୁ ଆଣି ତାକୁ ଲୁଚାଇ ପୁଣି ସେହି ଯୁବକ ହାତରେ ଆଜି ପଠାଇ ଦେଇଛନ୍ତି।
ଏହା ପରେ ଝିଅ ର ଶାଶୁ ଘର ପକ୍ଷରୁ ଏ ବିଷୟରେ ଜାଣିବା ପରେ ଥାନା ରେ ଅଭିଯୋଗ କରା ଯାଇଛି ଏବଂ ଉକ୍ତ ମହିଳା ଜଣଙ୍କୁ ଘରେ ବାନ୍ଧି ରଖିଛନ୍ତି ସୋନାଲି ଙ୍କ ଶ୍ଵଶୁର ଘର ଲୋକେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।