ବିଶ୍ବାସ ନହେଲେ ବି ସତ ! ଝିଅ ଜନ୍ମ ହେବା ଖୁସିରେ ଚନ୍ଦ୍ରରେ ଜାଗା କିଣିଲେ ବାପା ! ଏମିତି ବାପା ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ପୋଷ୍ଟଟି ନିଶ୍ଚିତ ଭାବେ ପଢନ୍ତୁ …
ଝିଅ ପାଇଁ ଜହ୍ନରେ ଜାଗା ଚନ୍ଦ୍ରରେ ଜମି କିଣିଲେ କେନ୍ଦ୍ରପଡାର ଯୁବକ । ଆ ଜହ୍ନ ମାମୁଁ ସରଗ ଶଶୀ ମୋ କାହ୍ନୁ ହାତରେ ପଡରେ ଖସି । ଅଝଟ ପିଲା ମାନଙ୍କୁ ଛୋଟ ବେଳ ବୁଝେଇବା ସମୟରେ ମା ଏମିତି ଗୀତ ଗାଇ ଶୁଣାଇଥାଏ । ଜହ୍ନକୁ ମାମୁଁ କହି ଆମ ମଥାରେ କଳାଟିପା ଲଗେଇ ଦେଇଥାଏ । ବୋଧେ ସେଥିପାଇଁ ପିଲା ବେଳୁ ଜହ୍ନୁକୁ ନେଇ ମନରେ କିଛି ଅଲଗା ଅନୁଭବ ରହିଥାଏ । ଇଚ୍ଛା ହୁଏ ଜହ୍ନ ରାଇଜକୁ ଉଡିଯିବାକୁ ଆଉ ସେଠାରେ ଘର ଟିଏ ତୋଳିବାକୁ ।
ତେବେ ସେମତି ଏକ ସ୍ୱପ୍ନକୁ ସାକାର କରିଛନ୍ତି କେନ୍ଦ୍ରାପଡାର ଜଣେ ଯୁବକ , ନିଜର ନବଜାତ ଶିଶୁକୁ ଦେଇଛନ୍ତି ଜହ୍ନର ଉପହାର । ଜହ୍ନରେ ଜାଗା କିଣି କୁନି ଝିଅକୁ ବଡ ଉପହାର ଦେଇଛନ୍ତି କେନ୍ଦ୍ରପଡାର ବାପା ।
କେନ୍ଦ୍ରପଡା ପଟ୍ଟାମୁଣ୍ଡାଇ ଝୁମ୍ପୁଡି ଗ୍ରାମର ଅଭୟ କୁମାର ସେନାପତି ବେଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରନ୍ତି । ଗତ ଜାନୁଆରୀରେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ଅର୍ଥାତ ଜାଉଆରୀ 15 ରେ ଅଭୟଙ୍କର ଏକ ଝିଅ ଜନ୍ମ ହୋଇଥିଲା । ସେହି ଖୁସିରେ ଉପହାର ସ୍ୱରୂପ ଜହ୍ନରେ ଜାଗା କିଣିବାର କତାକୁ ସେ ମନେ କରିଥିଲେ ।
ତାଙ୍କର କମ୍ପାନୀର ଜଣେ ସହଯୋଗୀ ଜହ୍ନରେ ଜାଗା କିଣିବାକୁ ସାହାର୍ଯ୍ୟ କରିଥିବା ସମୟରେ ନ୍ୟୁୟର୍କ ସ୍ଥିତ ଲୁନାର ସୋସାଇଟି ଇଣ୍ଟରନେସନାଲରେ ତାଙ୍କୁ ଜମି ଯୋଗାଇ ଦେଇଛନ୍ତି ।
ଅଭୟ କହିଛନ୍ତି କି ସେ ଆମେରିକାର ଜଣେ ଲୋକଙ୍କ ସହିତ କଥା ହୋଇଥିଲେ ଏବଂ ତାଙ୍କ ସହ କଥା ହେବା ପରେ ସେ ଜମି କିଣିଛନ୍ତି ବେଶି କିଣିନାହାନ୍ତି 1 ଏକର ଜମି କିଣିଛନ୍ତି ଯାହାର ଦାମ 10000 ରୁ ଅଧିକ ଅଟେ । ତାଙ୍କର ଝିଅର ଜନ୍ମଦିନ ଥିଲା ତେବେ ସେହି ଜନ୍ମଦିନର ଗିଫ୍ଟ ହିସାବରେ ସେ ଜହ୍ନରେ ଜାଗା କିଣି ଦେଇଛନ୍ତି । ଅଭୟ କହିଛନ୍ତି କି ତାଙ୍କର ଝିଅ ହେଉଛନ୍ତି ତାଙ୍କ ପାଇଁ ଲକ୍ଷ୍ମୀ ।
ମାର୍ଚ୍ଚ 6 ତାରିଖରେ ତାଙ୍କୁ ଚନ୍ଦ୍ରପୃଷ୍ଟରେ କିଣିଥିବା ଜମିର ସମସ୍ତ କାଗଜପତ୍ର ମିଳିଛି । ମାତ୍ର 10,000 ଟଙ୍କାରେ ସେ ନିଜ ଝିଅ ପାଇଁ ଜହ୍ନ ରାଇଜରେ ଜାଗା କିଣିଥିବା ସମୟରେ ନିଜର ପିଲା ଦିନର ସ୍ୱପ୍ନକୁ ସତ ମଧ୍ୟ କରିଛନ୍ତି ।
ପୂର୍ବରୁ ଜଣେ ଯୁବକ ଜହ୍ନରେ ଜାଗା କିଣି ନିଜର ଜୀବନସାଥୀକୁ ଉପହାର ଦେଇଥିବା କଥା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ରାଜସ୍ଥାନର ଜଣେ ଯୁବକ ତାଙ୍କର ବିବାହ ବାର୍ଷିକିରେ ତାଙ୍କର ପ୍ରାଣ ପ୍ରିୟାକୁ ଜହ୍ନରେ ଜାଗା କିଣିଦେଇଥିଲେ ଏବଂ ଓଡିଶାରେ ଜଣେ ବାପା ଏବେ ତାଙ୍କର ଝିଏର ଜନ୍ମଦିନରେ ଜହ୍ନରେ ଜାଗା କିଣି ଦେଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।