ହେ ଭଗବାନ ! ଏହି ଝିଅର ସ୍ବପ୍ନ ଥିଲା ପୋଲିସ ହୋଇ ଜନସାଧାରଣଙ୍କ ସେବ କରିବ କିନ୍ତୁ ବିଧାତା ଖେଳିଲା ବ୍ରେନ୍ ଟୁମ୍ୟର ଖେଳ ! ଦୟାକରି ଏହି ଝିଅ ପାଇଁ ଗୋଟିଏ ସାହାର୍ଯ୍ୟ ନିଶ୍ଚିତ କରନ୍ତୁ …

ବିଛଣାରେ ଶୋଇଛି ପୋଲିସିଆ ସ୍ୱପ୍ନ , ରୋଗ ଯନ୍ତ୍ରଣାର ଚାବୁକ ମାଡରେ ମଉଳି ଯାଇଛି ଜୀବନକୁ ନେଇ କରି ଦେଖିଥିବା ସୁନେଲି ସପନ । ସେ ହାରି ଯାଇଛି ସେ ଭାଙ୍ଗି ଯାଇଛି ନିଜକୁ ନେଇ ଜାଳିଥିବା ଆସାର ଆଲୋକ ଆନ୍ଧାର ହୋଇଛି । ଅନ୍ୟ ମାନଙ୍କ ପରି ବାପା ମାଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ସୁମିତ୍ରା ମଧ୍ୟ କରୁଥିଲେ ଉଦ୍ୟମ । ପୋଲିସ ଚାକିରୀ କରି ଘରର ଦୁଃଖ ଦୂର କରିବା ସହ ସମାଜର ସେବା ପାଇଁ ସେ ଦେଖୁଥିଲେ ଅହରହ ସ୍ୱପ୍ନ ।

ମାତ୍ର ତାଙ୍କର ସେହି ସ୍ୱପ୍ନରେ ଲାଗିଲା ସମୟର ନଜର । ଯେଉଁଥିରେ ବିଧାତା ଖେଳିଲା ବ୍ରେନ ଟ୍ୟୁମରର ଖେଳ । ଏବେ ସେହି ସୁମିତ୍ରାଙ୍କର ସମସ୍ତ ସ୍ୱପ୍ନ ରୋଗ ଶର୍ଯ୍ୟାରେ ଶୋଇ ପଡିଛି ।

ପୁରୀ କପିଳେଶ ପୁର ଗ୍ରାମରେ ପ୍ରଥମ ସହରରେ ରୁହନ୍ତି ଗୁମର ନାୟକ । ଶ୍ରୀ ମନ୍ଦିରରେ କାଠ ଚିରି ନିଜ ପେଟ ପୋଷୁଥିବା ଗୁମର ଝିଅକୁ ନେଇ କରି ଅନେକ ସ୍ୱପ୍ନ ଦେଖୁଥିଲେ । ଜଗା ଆଗରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରୁଥିଲେ କି ଝିଅ ତାର ନାମ ରଖୁ ।

ସେ ଭାବୁଥିଲେ କି ଝିଅ ତାଙ୍କର ଚାକିରୀ କରୁ ଏବଂ ଝିଅ ସୁମିତ୍ରା ମଧ୍ୟ ବାପାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ 2018ରେ ଓଡିଶା ପୋଲିସରେ ଇଣ୍ଟରଭ୍ୟୁୟ ଦେଇଥିଲେ । ମାତ୍ର କିଏ ଜାଣିଥିଲା କି ସେହି ଦିନ ହିଁ ହେବ ତାଙ୍କ ଜୀବନର ସବୁଠୁ ଦୁଃଖଦ ଦିନ ।

ଇଣ୍ଟରଭ୍ୟୁୟ ଚାଲିଥିବା ସମୟରେ ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡିଯାଇଥିଲେ , ପରେ ଝିଅ ଦୁର୍ବଳ ଥିବା ଭାବି ସାଧାରଣ ଔଷଧ ଦେଇ ଚିକିତ୍ସା କରାଇଥିଲେ ପରିବାର ଲୋକେ । ମାତ୍ର ସେବେ ଠାରୁ କେବେବି ସୁମିତ୍ରାଙ୍କର ଦେହ ଭଲ ରହେ ନାହିଁ । ପରେ ସେ ପୁରୀ ବଡ ମେଡିକାଲ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେଖାଇବା ପରେ ଜଣାପଡିଥିଲା କି ଝିଅଙ୍କୁ ବ୍ରେନ ଟ୍ୟୁମର ହୋଇଥିଲା । ଝିଅ ଦେହରେ ଏତେ ବଡ ରୋଗ କଥା ଶୁଣି ବାପା ମାଙ୍କର ପାଦରୁ ମାଟି ଖସି ଯାଇଥିଲା ।


ସୁମିତ୍ରାକୁ ଭଲ କରିବା ପାଇଁ ବାପା କଷ୍ଟ ମଷ୍ଟେ 1 ଲକ୍ଷ ଟଙ୍କା ଯୋଗାଡ କରିଥିଲେ ମଧ୍ୟ ଅପରେସନ ପାଇଁ ଦରକାର ଆହୁରି 4 ଲକ୍ଷ ଟଙ୍କା । ଏତେ ଟଙ୍କା ଆସିବ କୁଆଡୁ କାଳିଆ ଘରେ କାଠ ଚିରିଲେ ଦିନକୁ ଗଣ୍ଡେ ଖାଇବାକୁ ମିଳେ ସେହି ସମୟରେ 4 ଲକ୍ଷ କିଏ ନା ଗୁମର କିଏ । ତେଣୁ କରି ହସ୍ପିଟାଲରୁ ଫେରିଆଣି ଏବେ କାଳିଆ ଭରସାରେ ଘରେ ରଖିଛନ୍ତି ।

ଅନ୍ୟ ପଟେ ଝିଅ ପାଇଁ ବିବାହର ଅନେକ ପ୍ରସ୍ତାବ ଆସୁଥିବା ସମୟରେ ବ୍ରେନ ଟ୍ୟୁମର ବାଡ ସାଜିଛି । ଯନ୍ତ୍ରଣାର ଜଉ ଭିତରେ ସୁମିତ୍ରା ଅହରହ ହେଉଥିଲେ ମଧ୍ୟ ସଂଘର୍ଷ ମଧ୍ୟରେ ତାଙ୍କ ପାଟିରୁ ପଦେ କଥା ମଧ୍ୟ ବାହାରୁନି । ନିଜ ଦେହ ଭଲ ହେବା ପାଇଁ ସେ କାଳିଆ ପାଖରେ ହାତ ଟେକି ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।