ରମାଦେବୀ ଛାତ୍ରୀ ଝରାଫୁଲଙ୍କ ସାଙ୍ଗ ସୋନାଲି କିଏ? କାହିଁକି ଖୋଲୁନାହାନ୍ତି ମୁହଁ? ଜାଣନ୍ତୁ ପ୍ରକୃତ ରହସ୍ୟ….

ନିୟତିର ଖେଳ ଆଜି ଯାଏ କେହି ବୁଝିପାରିଲେ ନାହିଁ କି ଆଗକୁ ମଧ୍ୟ ବୁଝି ପାରିବେ ନାହିଁ । ମନୁଷ୍ୟ ଜୀବନରେ କଣ ଘଟିବ ତାହା ଭଗବାନଙ୍କୁ ହିଁ ଜଣା । କେଉଁ ମଣିଷ କେତେଦିନ ପାଇଁ ଦୁନିଆକୁ ଆସିଛିଏବଂ କେତେଦିନ ପର୍ଯ୍ୟନ୍ତ ସେ ଦୁନିଆରେ ରହିବ ତାହା ପୂର୍ବରୁ ଲେଖା ହୋଇ ଆସିଥାଏ ବୋଲି ପୁରାଣରେ କୁହାଯାଇଛି । ମାତ୍ର ଏ କଥାଟି ସତ୍ୟ କି ମୃତ୍ୟୁ ସୁନିଶ୍ଚିତ, ଜଣେ ବ୍ୟକ୍ତିର ଜନ୍ମ ରହିଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ ।ଆଜି ଆମେ ଆପଣ ମାନଙ୍କୁ ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ବିଷୟରେ କହିବୁ , ଯିଏ କି କେବେ ଜାଣିନଥିଲା ମୃତ୍ୟୁ ତା ଆଗରେ ଆସିକରି ଛିଡା ହୋଇଛି ।

ଝିଅଟି ଖୁସିରେ ତାର ସାଙ୍ଗର ଜନ୍ମଦିନ ସାରି କରି ଘରକୁ ଫେରୁଥିଲା ମାତ୍ର ସେ ଫେରିଲା ତ ନିଶ୍ଚିତ ହେଲେ ଜୀବିତ ନୁହେଁ ବରଂ ମୃତ । ତେବେ ହଠାତ ଏପରି ଏକ କଥା ଶୁଣି ତାର ବାପା ମା ମାନେ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି । କାରଣ ହଠାତ କରି ଜଣେ ବଢିଲା ପିଲା ର ମୃତ୍ୟୁ ଖବର ଶୁଣି ବାପା ମା ନିଜକୁ କିପରି ଧୈର୍ଯ୍ୟରେ ରଖିବେ ।

ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩3ବର୍ଷର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ଝରାଫୁଲ ନାୟକ । ତାର ଘର ହେଉଛି ଗ୍ରାମରେ ମାତ୍ର ସେ ରମାଦେବୀ କଲେଜରେ ପାଠ ପଢୁଥିବାରୁ ସେ ନିଜର ଧରମ ବାପା ଚକ୍ରଧର ବେହେରାଙ୍କର ଘରେ ରହିକରି ପାଠ ପଢୁଥିଲା । ତେବେ କରୋନା ମହାମାରୀ ପାଇଁ କଲେଜ ଏତେ ଦିନ ବନ୍ଦ ରହିବାରୁ ସେ ନିଜ ଘରକୁ ଯାଇଥିଲା ।

ମାତ୍ର ଗତ 25 ତାରିଖରେ ଚକ୍ରଧର ଝଅଙ୍କର ଜନ୍ମ ଦିନ ଥବାରୁ ଝରା ଜନ୍ମଦିନକୁ ଆସବା ପାଇଁ ଗ୍ରାମରୁ ଭୁବନେଶ୍ୱରକୁ ଆସିଥିଲେ । ଏହା ପରେ ଜନ୍ମଦିନ ସରିବା ପରେ ଝରା 26 ତାରିଖ ଅପରାହ୍ନ 11 ଟାରେ ଜୟଦେବ ବିହାରର ଯଶିପୁର ଯାଉଥିବା ଝାଡସୁଗୁଡା ବସରେ ବସିଥିଲେ ।

ଯେତେବେଳେ ଝରାଫୁଲ ବସରେ ଯାଉଥିଲେ ସେହି ସମୟରେ ତାଙ୍କର ବାପା ତାଙ୍କୁ ଫୋନ କରିଥିଲେ ସେହି ସମୟରେ ଝରା ନିଜର ପେଟ ଯନ୍ତ୍ରଣା ହେଉଛି କହି ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ସେ ବାପାଙ୍କୁ କହିଥିଲେ କି ସେ ବସରୁ ୱହ୍ଲାଇ ନିଜର ସାଙ୍ଗ ସୋନଲଙ୍କର ଘରେ ଅଛନ୍ତି । ତାପରେ ତାଙ୍କର ବାପା ଫୋନ କରିବାରୁ ସୋନାଲଙ୍କର ଫୋନ ବନ୍ଦ ଥିଲା । ଏହାପରେ ବୁଧବାର ଦିନ ସକାଳେ ଝରାଫୁଲର ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା ।

ଝରାଫୁଲର ମୃତଦେହକୁ 24 ଘଣ୍ଟା ବିତିଗଲାଣି ମାତ୍ର ଏବେ ପର୍ଯ୍ୟନ୍ତ ତାର ସଠିକ ସନ୍ଧାନ ମିଳିପାରିନାହିଁ । ତେବେ ଏବେ ଚର୍ଚ୍ଚା ହେଉଛି କି ଝରାଫୁଲ ଯେଉଁ ସାଙ୍ଗ ସୋନାଲଙ୍କର ଘରେ ରହିଥିଲେ ସେହି ସୋନାଲ କିଏ , ସେ ଝରାର ମୃତ୍ୟୁକୁ ନେଇ କରି କିଛି କଥା କାହିଁକି ଖୋଲି ନାହାନ୍ତି ।

ଏହା ସହ ଝରାର ବାପା କହିଛନ୍ତି କି ଭୁବନେଶ୍ୱରର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସଂପର୍କ ଥିଲା ଏହା ଜାଣିବା ପରେ ତାଙ୍କର ବାପା ତାଙ୍କୁ ତାଗିଦ କରିଥିଲେ । ତେବେ ଝରାର ବାପା ଝରାଫୁଲର ମୃତ୍ୟୁକୁ ନେଇ କରି ତାର ପ୍ରେମିକ ରାକେଶ ସ୍ୱାଇଁଙ୍କର କିଛି ଭୂମିକା ରହିଛି ବୋଲି କହିଛନ୍ତି । ମାତ୍ର ଏବେକା ସମୟରେ ପୋଲିସ ତାର ତଦନ୍ତ ଜାରି ରଖିଛି ଏବେ ପର୍ଯ୍ୟନ୍ତ କିଛି ସଠିକ ତଥ୍ୟ ମିଳି ପାରିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।