ଯେକୋଣସି ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବେ ଜାଣି ରଖନ୍ତୁ, ନଚେତ ଯାଇପାରେ ଜୀବନ – Health Tips
ଆପଣମାନେ ଜାଣିଛନ୍ତି ସାପ କାମୁଡିବା ଏକ ସାଧାରଣ ଜିନିଷ। ଯାହା ଦେଖା ଯାଇଛି ଓଡ଼ିଶାରେ ଗତ ୩ ବର୍ଷ ଭିତରେ ସାପ କାମୁଡାରେ ୧୭୦୦ ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି।ତେବେ ଲୋକ ମାନଙ୍କ ଭିତରେ ଏହାକୁ ନେଇ ଯଦି ସଚେତନତା ସୃଷ୍ଟି କରି ହୁଏ ତେବେ ଏହି କାରଣରୁ ହେଉଥିବା ମୃତ୍ୟୁକୁ ଆମେ କମାଇ ପାରିବା। ଯାହା ଦେଖାଯାଏ ୫୦୦ ରୁ ଉର୍ଦ୍ଧ୍ବ ପ୍ରଜାତିର ସାପ ଅଛନ୍ତି ଭାରତରେ। ତାହା ମଧ୍ୟରୁ କେବଳ ୧୦-୧୫ ଟି ସାପ ବିଷଧର ଅଟନ୍ତି। ସବୁ ସାପ କାମୁଡିବା ଜୀବନ ପ୍ରତି ବିପଦ ପୂର୍ଣ୍ଣ ନୁହେଁ। ତେଣୁ ଏଥିପ୍ରତି ଭୟଭୀତ ହୁଅନ୍ତୁ ନାହିଁ।
ସାପ କାମୁଡିଲେ କଣ ଲକ୍ଷଣ ଦେଖାଯାଏ?
ଏହା ନିର୍ଭର କରେ କେଉଁ ପ୍ରକାର ସାପ କାମୁଡିଚି। କିଛି ସାପ କାମୁଡ଼ିଲେ ସ୍ଥାନୀୟ ଲକ୍ଷଣ ଦେଖାଯାଏ ନାହିଁ।ଆଉ କିଛି ସାପ କାମୁଡ଼ିଲେ ସ୍ଥାନୀୟ ଲକ୍ଷଣ ଦେଖାଯାଏ।ଏକ ସେଣ୍ଟି ମିଟର ଦୂରତା ରେ ଦୁଇଟି ଚିହ୍ନ ଦେଖାଯାଏ ଓ ତାର ଚାରି ପାଖରେ ଫୁଲା ଦେଖାଯାଏ। ଦରଜ ହୁଏ ଏବଂ ଦାଗ ଗଭୀର ଦେଖାଯାଏ। ସ୍ଥାନୀୟ ଲକ୍ଷଣ ବା ପ୍ରତିକ୍ରିୟା ହେବାର ଅର୍ଥ ଯେଉଁ ଜାଗାରେ ସାପ କାମୁଡିଛି ସେହି ଜାଗାରେ ରକ୍ତ କ୍ଷରଣ ହେବ, ଫୁଲିଯିବ ଇତ୍ୟାଦି।
କ୍ରମାଗତ ଏହି ଫୁଲା ଉପରକୁ ଉଠି ଯାଏ।ଏହାପରେ ଯଦି ସ୍ନାୟବିକ ସମସ୍ୟା ସୃଷ୍ଟି କରାଉଥିବା ସାପ କାମୁଡି ଥାଏ ତେବେ ଏହାଦ୍ଵାରା ଧୀରେ ଧୀରେ ଆଖି ପଡ଼ିଯିବା, ଛେପ ଢ଼ୋକିବାରେ କଷ୍ଟ ହେବା, ଛାତିରେ ଯନ୍ତ୍ରଣା ହେବା, ନିଃଶ୍ୱାସ ପ୍ରଶ୍ୱାସ ରେ କଷ୍ଟ ଅନୁଭୂତ ହେବା ଆଦି ସମସ୍ୟା ଦେଖାଦିଏ ଓ ଶେଷରେ ରୋଗୀ ମୃତ୍ୟୁ ବରଣ କରିଥାଏ।
ଆଶୁ ଚିକିତ୍ସା-
ସାପ କାମୁଡ଼ିଲେ ଯଥାଶୀଘ୍ର ଡାକ୍ତରଙ୍କ ପାଖକୁ ଅାନନ୍ତୁ, ଏହାର ଆଶୁ ଚିକିତ୍ସା କରନ୍ତୁ। ତା ପୂର୍ବରୁ ପ୍ରଥମେ ସାପ କାମୁଡି ଥିବା ସ୍ଥାନରେ ସାବୁନ୍ ରେ ଭଲ ଭାବରେ ଧୋଇ ଦିଅନ୍ତୁ। ହାତ ଓ ଗୋଡ଼କୁ ହଲାନ୍ତୁ ନାହିଁ। ଫଳରେ ରକ୍ତ ସଞ୍ଚାଳନ କମ୍ ହୋଇଥାଏ ଓ ଯଦି ବିଷଧର ସାପ କାମୁଡି ଥିବ ତେବେ ବିଷ ଉପରକୁ ଜଲଦି ଉଠି ନଥାଏ। ଅନ୍ଧ ବିଶ୍ବାସ ର ଶିକାର ହୁଅନ୍ତୁ ନାହିଁ। ସାପ କାମୁଡି ଥିବା ସ୍ଥାନର ଉପରେ ଫିତା ବା ଗାମୁଛାରେ ବାନ୍ଧି ଦିଅନ୍ତୁ।
ବେଶି ଟାଇଟ୍ ବାନ୍ଧନ୍ତୁ ନାହିଁ।ପରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯଥାଶୀଘ୍ର ନେଇ ଯାଆନ୍ତୁ। ଯଦି ପାରିବେ ସାପର ଫଟୋ ଉଠାଇ ଆପଣ ରଖି ପାରିଲେ ଏହା ଡାକ୍ତରଙ୍କ ପାଇଁ ସୁବିଧା ହୋଇଥାଏ ଚିକିତ୍ସା କରିବାକୁ। ଯେହେତୁ ବିଭିନ୍ନ ପ୍ରଜାତିର ସାପ ରହିଛନ୍ତି ଯାହା ଶରୀରର ଭିନ୍ନ ଅଙ୍ଗରେ ପ୍ରତିକ୍ରିୟା ଦେଖାଇ ଥାଆନ୍ତି। ତେଣୁ ଡାକ୍ତର ଏହାକୁ ଜାଣିବା ପରେ ସେହି ଅନୁସାରେ ଚିକିତ୍ସା ପଦ୍ଧତି କୁ ଆପଣେଇ ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।