ajira anuchinta– ଯେଉଁ ନାରୀ ମାନଙ୍କ ଛାତିରେ କଳାଜାଇ ରହିଥାଏ ତାଙ୍କ ଚରିତ୍ର ଏବଂ ସ୍ବଭାବ କିପରି ହୋଇଥାଏ ?

ସକାଳୁ ଉଟିଲା ପରେ ଖାଲି ପେଟରେ ତିନି ଗ୍ଲାସ୍ ପାଣି ପିଇଲେ ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ ।ଏକ ଗ୍ଲାସ୍ ପାଣି ଗାଧୋଇବା ପୂର୍ବରୁ ବା ପରେ ପିଇଲେ ବ୍ଲଡ ପ୍ରେସର ନିୟନ୍ତ୍ରଣ ହୋଇଥାଏ ।ଖାଇବାର ଅଧଘଣ୍ଟା ପୂର୍ବରୁ ଦୁଇ ଗ୍ଲାସ ପାଣି ପିଇଲେ ଖାଦ୍ୟ ଭଲ ହଜମ ହୋଇଥାଏ ଓ ଆପମଙ୍କ ଶରୀର ମଧ୍ୟ ସୁସ୍ଥ ରହିଥାଏ ।ରାତିରେ ଶୋଇବା ପୂର୍ବରୁ ଅଧଗ୍ଲାସ୍ ପାଣି ପିଇଲେ ହୃଦ୍ ଘାତ ର ସମ୍ଭାବନା କମ୍ ଥାଏ ।ପାଞ୍ଚୋଟି ଗୋଲମରିଚ,ଗୋଟିଏ ପିଆଜ, ଅଧ ଚାମୋଚ ଲୁଣ କୁ ବାଟି କେଶରେ ଲଗାଇଲେ କେଶ ଝଡିବା ବନ୍ଦ ହୋଇଯାଇଥାଏ ।

ଆପଣଙ୍କ ମୁହଁ ରେ କଳା ଦାଗ ଥିଲେ ତେବେ ଦହିରେ ବିଲାତି ରସ ମିଶାଇ ତାହାକୁ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ରଖି ଧୋଇଲେ ମୁହଁ ସଫା ହୋଇଥାଏ ।ମୁହଁର ରଙ୍ଗ କୁ ସଫା କରିବାକୁ ଚାହୁଁଥିଲେ ତେବେ ଆଳୁର ରସକୁ ରାତିରେ ଶୋଇବା ପୂର୍ବରୁ ଲଗାଇବା ଦ୍ୱାରା ମୁହଁ ସଫା ହୋଇଥାଏ ।

ଦୁଇଟି ଗୁଜୁରାତି କୁ ଗୁଣ୍ଡ କରି ରାତିର ରେ ଶୋଇବା ବେଳେ ଉଷୁମ ପାଣି ରେ ଖାଇଲେ କେଶ ମୂଳ ମଜବୁତ ହୋଇଥାଏ ।ଯଦି ଆପଣଙ୍କ ଅଣ୍ଟା ଦରଜ ହେଉଥାଏ , ତେବେ ପାଞ୍ଚୋଟି ଖଜୁରୀ କୋଳି ସହିତ ମେଥି ଗୁଣ୍ଡ କୁ ସିଝାଇ ଖାଇଲେ ଅଣ୍ଟା ଦରଜ ଭଲ ହୋଇଥାଏ ।

ପେଟରେ ଗ୍ୟାସ ସମସ୍ୟା ଦେଖାଦେଲେ ଏକ ଚାମୋଚ ଜୁଆଣି ସହ ଟିକେ କଳା ଲୁଣ ମିଶାଇ ଉଷୁମ ପାଣି ରେ ଖାଆନ୍ତୁ ।ରୋଷେଇ କରି ସାରିବା ପରେ ଚୁଲା କୁ ସର୍ବଦା ସଫା କରିବା ଉଚିତ୍ , ଏହା ସମୃଦ୍ଧିର ପ୍ରତୀକ ହୋଇଥାଏ ।ରାତିରେ ରୋଷେଇ ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ , ଏହା ଅଶୁଭ ହୋଇଥାଏ ।ଭଙ୍ଗା ବାସନରେ କେବେ ବି ଖାଆନ୍ତୁ ନାହିଁ କିମ୍ବା ରୋଷେଇ କରନ୍ତୁ ନାହିଁ , ଏହା ଅଶୁଭ ହୋଇଥାଏ ।

ରୋଷେଇ ଘରେ କେବେ ବି ଔଷଧ କିମ୍ବା ପୂଜା ବାସନ ରଖନ୍ତୁ ନାହିଁ , ଏହା ଦ୍ୱାରା ଘରର ଆମଙ୍ଗଳ ହୋଇଥାଏ ।ରୋଷେଇ ଘରେ କେବେ ବି ଆଇନା ଲଗାଇବା ଅନୁଚିତ୍ , ଏହା କଲେ ଅମଙ୍ଗଳ ହୋଇଥାଏ ।ଘରର ଉତ୍ତର ଦିଗରେ ବିବାହ ଫୋଟ ଲଗାଇଲେ ମଙ୍ଗଳ ହୋଇଥାଏ ।ଶୋିବା ସମୟରେ ତମ୍ବା ପାତ୍ରରେ ପାଣି ରଖିଲେ ଶୁଭ ହୋଇଥାଏ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯେଉଁ ଲୋକର ନୟନରେ କଳା ଜାଇ ରହିଥାଏ , ସେ ଚତୁର ବୁଦ୍ଧିମାନୀ ଏବଂ ଦୂରଦୃଷ୍ଟି ସଂପର୍କ ହୋଇଥାଏ ।ଯେଉଁ ଲୋକର କାନରେ କଳା ଜାଇ ଥାଏ ସେ ଲୋକ ମିଷ୍ଟଭାଷୀ ଓ ଧର୍ମ ପରାୟଣ ହୋଇଥାଏ ।ଯେଉଁ ଲୋକର ପାଦ ତଳେ କଳା ଜାଇ ଥାଏ ସେ ଅଶିକ୍ଷିତ ଓ ଧନ ନଷ୍ଟକାର ହୋଇଥାଏ ।

ଯେଉଁ ଲୋକର ପୃଷ୍ଠ ଭାଗରେ କଳା ଜାଇ ଥାଏ ସେ ଧୀର ସ୍ୱଭାବୀ , ଦାନୀ ହୋଇଥାଏ ।ଦକ୍ଷିଣ ବାହୁରେ ତିଳ ଚିହ୍ନ ଥିଲେ ସେ ଲୋକ ଧର୍ଯ୍ୟଶାଳୀ ଓ ଶାନ୍ତ ସ୍ୱଭାବର ହୋଇଥାଏ ।ଦକ୍ଷିଣ ବକ୍ଷରେ ତିଳ ଚିହ୍ନ ଥିଲେ ବିଦ୍ୟାବାନ ହୁଏ ଏବଂ ଦକ୍ଷିଣ ପାଦରେ ଥିଲେ ଧର୍ମବନ୍ତ ଓ ଜ୍ଞାନବନ୍ତ ହୁଏ ।