ଦେଖନ୍ତୁ ଭିଡ଼ିଓ । ଜେଜେ ମା’ ଏବଂ ନାତି ଙ୍କ ଏହି ଆଶ୍ଚର୍ଯ୍ୟକର ଡ୍ୟାନ୍ସ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…..

ଦୁର୍ଗତି ନାଶିନୀ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ସାରା ଦେଶରେ ପାଳିତ ହେଉଛି। ସମସ୍ତଙ୍କ ମନରେ ଉତ୍ସାହ ଏବଂ ଖୁସି କହିଲେ ନସରେ।ଏହି ସମୟରେ ମାଆ ଙ୍କ ନବରାତ୍ରିରେ ଜଣେ ବୃଦ୍ଧା ଏବଂ ଯୁବକ ମଜା କରୁଥିବାର ଏକ ସୁନ୍ଦର୍ ଭିଡିଓ ସାମ୍ନାକୁ ଆସିଛି।ଏହାକୁ ଆଇଏଏସ ପ୍ରିୟଙ୍କା ଶୁକ୍ଲା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଏହାର କ୍ୟାପ୍ସନ ରେ ସେ ଲେଖିଛନ୍ତି ଯେ, ନବରାତ୍ରିରେ ଗରବା ଏମିତି ହିଁ ଖେଳିବା ଉଚିତ ।

ଏହାଠାରୁ ଅଧିକ ସୁନ୍ଦର୍ ଦୃଶ୍ୟ ଆଉ କଣ ହୋଇପାରେ।ଏଠାରେ ଯାହା ଦେଖିବାକୁ ମିଳିଛି ତାହା ସମସ୍ତଙ୍କୁ ଖୁସି ଦେବ ନିଶ୍ଚିତ ଥରେ ଦେଖିବା ପରେ।

କାରଣ ଭିଡିଓ ଟିରେ ସେମିତି ହିଁ କିଛି ଦେଖିବାକୁ ମିଳିଛି। ଏହି ଭିଡିଓଟିରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ଜଣେ ବୃଦ୍ଧାଙ୍କ ସହ ଜଣେ ଯୁବକ ଖୁବ ମଜାର ସହ ଗୁଜୁରାଟର ପାରମ୍ପରିକ ନୃତ୍ୟ ତଥା ନବରାତ୍ରି ସମୟର ସ୍ପେଶାଲ ନାଚ ଗରବା ଖେଳୁଛନ୍ତି।ଏହି ଖେଳ ଖେଳି ଦୃଶ୍ୟ ଅତି ମନୋରମ ଅଟେ ଏବଂ ଏଠାରେ ସେମାନେ ଯେତେ ଖୁସି ନଜର ଆସିଛନ୍ତି ତାହା ମଧ୍ୟ ଆପଣ ଥରେ ଦେଖନ୍ତୁ ।

ବୟସାଧିକ କାରଣରୁ ବୃଦ୍ଧା ଜଣଙ୍କ ଏକ ଚୌକି ଉପରେ ବସିଛନ୍ତି । ଯାହା ଜଣା ପଡୁଛି ଶାରୀରିକ ଦୁର୍ବଳତା କାରଣରୁ ଚୌକିରୁ ଉଠି ପାରୁନାହାନ୍ତି ବୃଦ୍ଧା । ଆଉ ଚୌକି ଉପରେ ବସି ହାତରେ ଗରବାର ଆକ୍ସନ କରି ନାଚର ମଜା ନେବାରେ ଲାଗିଛନ୍ତି ବୃଦ୍ଧା ଜଣଙ୍କ।

ତେବେ ବୃଦ୍ଧାଙ୍କ ସହ ଯୁବକ ଜଣଙ୍କ ମଧ୍ୟ ଛିଡା ହୋଇ ବହୁତ୍ ଖୁସିର ସହିତ ଗରବା ନାଚ କରୁଛନ୍ତି । ଯାହା ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଛି।ତେବେ ଆଇଏଏସ ପ୍ରିୟଙ୍କାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓଟି ଖୁବ ଲୋକପ୍ରିୟତା ପାଇବାରେ ଲାଗିଛି । ଭିଡିଓ ଟି ସେୟାର ହେବା ପରେ ଏହାକୁ ୨ ଲକ୍ଷରୁ ଅଧିକ ଜଣ ଦେଖିବା ସହ ୫୦ ହଜାରରୁ ଅଧିକ ଥର ସେୟାର କରାଯାଇଛି ।

ଏହା ସହ ଦେଢ଼ ଲକ୍ଷରୁ ଅଧିକ ଲାଇକ୍ସ ମଧ୍ୟ ମିଳିଛି ।ବୃଦ୍ଧାଙ୍କ ସହ ଯୁବକ ଜଣଙ୍କ ମଜାର ସହ ଗରବା ଖେଳୁଥିବା ଏହି ଭିଡିଓ ନବରାତ୍ରିର ମଜା କେମିତି ନିଆଯାଏ ତାହା ଶିଖେଇବା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମଧ୍ୟ ଦେଉଛି ଯେ କିପରି ଘରର ବୟସ୍କ ମାନଙ୍କୁ ଅଣଦେଖା ନକରି ପ୍ରତିଟି ଉତ୍ସବରେ ସେମାନଙ୍କୁ କିପରି ସାମିଲ କରାଯାଇ ପାରିବ।

ଏହି ଭିଡିଓ ର ସୁନ୍ଦର୍ ଅନୁଭବ ସମାଜକୁ ଭଲ ଶିକ୍ଷା ଦେଉଛି। ଏମିତି ବୃଦ୍ଧା ମାନଙ୍କ ସହ ମଜା କରିବା ଦ୍ୱାରା ସେମାନେ ମଧ୍ୟ ନିଜକୁ ଅସହାୟ ମନେ କରିବେ ନାହିଁ । ଏହି ଉଦ୍ଦେଶ୍ୟ ରଖି ଆଇଏଏସ ପ୍ରିୟଙ୍କା ଏହାମଧ୍ୟ ଲେଖିଛନ୍ତି ଆପଣ କଣ ନିଜ ଘରର ବୟୋଜ୍ୟୋଷ୍ଠ ମାନଙ୍କ ସହିତ ଏମିତି କେବେ ଡ୍ୟାନ୍ସ କରିଛନ୍ତି କି। ଆପଣ ବି ନିଶ୍ଚିତ ଭାବରେ ଘରେ ବୃଦ୍ଧ ବୃଦ୍ଧା ଙ୍କ ସହିତ ଏହିଭଳି ହସଖୁସିର ସହିତ ସମୟ ଅତିବାହିତ କରନ୍ତୁ ଏବଂ ସେମାନଙ୍କୁ ଉତ୍ସାହିତ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।