ଜୟ ମା” ! ଏହି ମନ୍ଦିର ଭିତରକୁ ସିଲେଇ ହୋଇଥିବା ବସ୍ତ୍ର ପିନ୍ଧି ଯିବା ମନା, ଏହାର ପ୍ରକୃତ ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ହିନ୍ଦୁ ଧର୍ମ ରେ ଦେବୀ ଦେବତା କୁ ବହୁତ୍ ମାନ୍ୟତା ଦିଆଯାଏ। ଏମିତି ମନାଯାଇ ଥାଏ ଯେ ସବୁ ଦେବୀ ଦେବତା ଙ୍କ ର ଅଲୌକିକ ଶକ୍ତି ରହିଛି ଓ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରି ଥାଆନ୍ତି । ତେବେ ବିଭିନ୍ନ ସ୍ଥାନ ରେ ଦେବୀ ଦେବତା ଙ୍କ ମନ୍ଦିର ସ୍ଥାପନ କରାଯାଇ ତାଙ୍କୁ ପୂଜା କରାଯାଏ । ତେବେ ଏମିତି କିଛି ମନ୍ଦିର ରହିଛି ଯାହା ପୁରାତନ କାଳ ରୁ ଅର୍ଥାତ୍ ରାଜା ମହାରାଜା ମାନଙ୍କ କାଳ ରୁ ପୂଜା କରା ଯାଉଚି । ଆଉ ଏହି ସବୁ ମନ୍ଦିର ପଛରେ ଏକ ରୋଚକ କାହାଣୀ ଲୁଚି ରହି ଥିବାର ଅନେକ ସମୟ ରେ ଶୁଣିବାକୁ ମିଳିଥାଏ।

ଏହି କାହାଣୀ ସବୁ ଏହି ମନ୍ଦିର ର କୀର୍ତ୍ତି ଗାଥା ଗାଈ ଥାଏ ତେବେ ଆଜି ଆମେ ସେମିତି ଏକ ମନ୍ଦିର ଓ ଏହି ମନ୍ଦିର ନିର୍ମାଣ ପଛରେ ରହିଥିବା ଅକୁହା କାହାଣୀ ବିଷୟ ରେ ଜାଣିବା । ଆମେ ଯେଉଁ ମନ୍ଦିର ବିଷୟ ରେ କହିବାକୁ ଯାଉଛୁ ସେହି ମନ୍ଦିର ଟି ହେଉଛି ତାନ୍ତିୱାଡ଼ା ଜିଲ୍ଲା ର ନକ୍ସଲ ଇଲାକାରେ ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ ମଧ୍ୟରେ ଥିବା ଏହି ୧୩୭ ବର୍ଷ ପୁରୁଣା ମନ୍ଦିର ।

ଏହି ମନ୍ଦିର ଟି ମାତ୍ର ୩୨ ଟି ଖମ୍ବରେ ଛିଡ଼ା ହୋଇଛି ଯେଉଁଥିପାଇଁ କୁହାଯାଏ ଯେ ଏହି ମନ୍ଦିର କୁ ରାଜା ଅନମଦେବ ଭୁଲ୍ ରେ ନିର୍ମାଣ କରିଥିଲେ । ଏହି ମନ୍ଦିର ର ଆଉ ଏକ ବିଶେଷତା ହେଉଛି ଏହି ମନ୍ଦିର କୌଣସି ପ୍ରକାର ସିଲେଇ ହୋଇଥିବା ବସ୍ତ୍ର ପିନ୍ଧିଯିବା ମନା ହୋଇଥାଏ। ତେବେ ଏହି ମନ୍ଦିର ନିର୍ମାଣ ପଛରେ ଏକ କାହାଣୀ ରହିଛି ଆସନ୍ତୁ ଜାଣିବା ସେହି କାହାଣୀ ;

ଅନମଦେବ ଯେତେବେଳେ ମୋଗଲଙ୍କ ଠାରୁ ପରାଜିତ ହୋଇ ଜଙ୍ଗଲରେ ଏଣେତେଣେ ବୁଲୁଥିଲେ ସେତେବେଳେ ସେତେବେଳେ ତାଙ୍କୁ କୁଳଦେବି ଦର୍ଶନ ଦେଇ କହିଥିଲେ ଯେ ସେ ଘୋଡ଼ା ରେ ଏକ ବିଜୟ ଯାତ୍ରା ଆରମ୍ଭ କରିବେ। ରାଜା ଆଗରେ ଚାଲିବ ଓ ମା ରାଜା ଙ୍କ ପଛରେ ଯିବେ ।ଆଉ ରାଜା ପଛକୁ ବୁଲି ଚାହିବେ ନାହିଁ । ତେବେ ସେ ଯେଉଁ ଯେଉଁ ରାଜ୍ୟ ସବୁ ବୁଲିବେ ସେହି ରାଜ୍ୟ ସବୁ ତାଙ୍କର ହୋଇଯିବ । ତେବେ ଏହା ଶୁଣି ରାଜା ନିଜର ଯାତ୍ରା ଉତ୍ତର ଦିଗକୁ ଆରମ୍ଭ କରିଥିଲେ ଓ ସେ ମା ଙ୍କ ପାଉଁଜି ଶବ୍ଦ ଶୁଣି ଜାଣୁଥିଲି ଯେ ମା ତାଙ୍କ ପଛରେ ଆସୁଛନ୍ତି ।

ଏହାପରେ ସଂଖିନୀ ଏବଂ ଡଂକିନୀ ର ତ୍ରିବେଣୀ ନଦୀ ସ୍ରୋତରେ ମା ଙ୍କ ପାଉଁଜି ଶବ୍ଦ ଆଉ ଶୁଭିଲା ନାହିଁ ଓ ରାଜା ପଛକୁ ବୁଲି ଚାହିଁ ଦେଲେ । ମା ସେଇଠି ପାତାଳୀ ହୋଇଗଲେ ମାତା ଦନ୍ତେଶ୍ୱରୀ ରାଜାଙ୍କୁ ସ୍ୱପ୍ନାଦେଶ ଦେଇ କହିଲେ ଯେ ସଂଖିନୀ ଏବଂ ଡଂକିନୀ ନଦୀ ସଙ୍ଗମରେ ସେ ସ୍ଥାପିତ ଅଛନ୍ତି । ତେବେ କୁହାଯାଏ ଯେ ମା ଦନ୍ତେଶ୍ୱରୀ ଙ୍କ ଯେଉଁ ମୂର୍ତ୍ତି ଏବେ ମନ୍ଦିର ରେ ପୂଜା ପାଉଛି ତାହା ଏକ ପ୍ରକଟ ହୋଇଥିବା ମୂର୍ତ୍ତି ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।