ଜରୁରୀ ଖବର – ଦଶମ ଏବଂ +2 ପରୀକ୍ଷା କେବେ ହେବ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଦେଲେ ସୂଚନା ଦେଖନ୍ତୁ…
ଆପଣମାନେ ଜାଣିଛନ୍ତି କରନା ମହାମାରୀ ର ଭୟାବହତା ପାଇଁ ଏହାକୁ ଦୃଷ୍ଟିରେ ରଖି ଏବେବି ସ୍କୁଲ୍ ବନ୍ଦ ରଖିବା ନେଇ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ତାଙ୍କର ବିବୃତି ରଖିଥିଲେ।ତେବେ ଏନେଇ ଅନିଶ୍ଚିତତା ଭିତରେ ରହିଛନ୍ତି ଅଭିଭାବକ ଏବଂ ଛାତ୍ର ଛାତ୍ରୀ।
ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କୁ ନେଇ କୌଣସି ନିଶ୍ଚିତ ମତ ପ୍ରକାଶ ପାଉ ନଥିବା ବେଳେ ପୁଣି ଥରେ ସାମ୍ନାକୁ ଆସି ଏହି ବିଷୟରେ ମୁହଁ ଖୋଲିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ସେ କହିଛନ୍ତି ଯେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନିଶ୍ଚିତ ଭାବରେ ଅଫଲାଇନ୍ ରେ ହେବ।ସେ ପୂର୍ବରୁ କହିଥିଲେ କି ୩ ମାସର କ୍ଲାସ୍ ରୁମ୍ ପାଠ ପଢ଼ା ପରେ ପିଲା ମାନଙ୍କର ପରୀକ୍ଷା କରାଯିବ।ଏବେ କିନ୍ତୁ ସେ କହିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ପରୀକ୍ଷା ନିଶ୍ଚିତ ଭାବରେ ସଂଘଟିତ ହେବ ଏବଂ ଏହା ଅଫ ଲାଇନ ରେ କରାଯିବ।
ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୁରୁବାର ଏ ନେଇ ଗଣମାଧ୍ୟମ କୁ ତାଙ୍କର ସୂଚନା ଦେଇଛନ୍ତି। ତାଙ୍କ ମତରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍ରେ ହିଁ ଏହା ହେବ। କାରଣ ଅଫ୍ଲାଇନ୍ରେ ପରୀକ୍ଷା କରାଯିବା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ତେଣୁ ସେହି ଆଧାରରେ ଆମ ରାଜ୍ୟରେ ବି ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ମାନଙ୍କର ପରୀକ୍ଷା ଅନଲାଇନ ରେ ନହୋଇ ଅଫଲାଇନ ରେ ହେବ।
ଏହା ସହିତ ସେ କହିଛନ୍ତି ଯେ ପୂର୍ବରୁ ଫେବୃୟାରୀରେ ପରୀକ୍ଷା ହେଉଥିଲେ ହେଁ ଏଥର ଏହା ବିଳମ୍ବରେ ହେବ। କରନା ସଙ୍କଟ ଏବଂ ଅଭିଭାବକ ମାନଙ୍କର ଭାବାବେଗ କୁ ଦେଖି ଓ ପିଲା ମାନଙ୍କର ସୁରକ୍ଷା କୁ ଅନୁଧ୍ୟାନ କରି ପରୀକ୍ଷା କୁ ବିଳମ୍ବରେ କରାଯିବାର ନିଷ୍ପତ୍ତି ନିଆ ଯାଇଛି। ସ୍କୁଲ ଖୋଲିବା ପରେ ଏବଂ ପରୀକ୍ଷା ପୂର୍ବରୁ ପିଲା ମାନଙ୍କୁ ଶିକ୍ଷାଦାନ ପରେ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି।
ଏହାଛଡ଼ା ଯଦି ସ୍କୁଲ ଖୋଲେ ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହା ଖୋଲିବା ପ୍ରସଙ୍ଗରେ ମନ୍ତ୍ରୀଙ୍କ ସୂଚନା ରହିଛି।ତେବେ ସବୁ ଦୃଷ୍ଟିକୁ ବିଚାର କରି, ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାର ବିମର୍ଶ ମଧ୍ୟ ଚାଲି ରହିଛି। ସମସ୍ତଙ୍କ ଦ୍ବାରା ଯାହା ନିଷ୍ପତ୍ତି ଆସିବ ସେହି ଅନୁସାରେ କାର୍ଯ୍ୟ କରାଯିବ ଏବଂ ଖୁବ୍ଶୀଘ୍ର ଏହି ନିଷ୍ପତ୍ତି ବିଷୟରେ ଜଣାଯିବ ବୋଲି ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ୍ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।