ଆଜିର ଡିଜିଟାଲ ଯୁଗରେ ଇଣ୍ଟର୍ନେଟ୍ ବିନା ଜୀବନ ଏବଂ ଜୀବନଶୈଳୀ ସହ ଜଡ଼ିତ କୌଣସି କାର୍ଯ୍ୟ କଲାପକୁ କଳ୍ପନା କରିବା ସମ୍ଭବ ନୁହେଁ। ଆଉ ଦେଶ ଦୁନିଆର ଟିକି ନିକି ଖବର ଆମେ ଇଣ୍ଟରନେଟ୍ ସାହାଯ୍ୟରେ ଗୁଗଲ୍ ମାଧ୍ୟମରେ ଜାଣିବାକୁ ସକ୍ଷମ ହୋଇଥାଉ।ତେଣୁ ଡିଜିଟାଲ ଦୁନିଆରେ ଗୁଗୁଲ୍ ଏମିତି ଏକ ପ୍ଲାଟର୍ଫମ ପାଲଟିଛି ଯାହା ବିନା ଆଜିକାଲି ସମୟରେ ସବୁକିଛି ଅଧୁରା ଭଳି ଲାଗୁଛି।ଆଉ ଏହା ମଧ୍ୟ ସ୍ୱାଭାବିକ କଥା। କାରଣ ଏହା ଲୋକମାନଙ୍କ କାର୍ଯ୍ୟକୁ ଅଧିକ ସହଜ କରି ଦେଇଥାଏ।
ଦୁନିଆର ଯେକୌଣସି ଖବର କିମ୍ବା ଅଜଣା ତଥ୍ୟ ବିଷୟରେ ଜାଣିବାକୁ ଚାହୁଁଥିଲେ କିମ୍ବା ତାର ବିଷୟରେ ଜାଣିବାକୁ ଚାହୁଁଥିଲେ ଲୋକେ ସଙ୍ଗେ ସଙ୍ଗେ ଗୁଗଲ୍ର ସହାୟତା ନେଉଛନ୍ତି। କାରଣ ଅଳ୍ପ ସମୟ ମଧ୍ୟରେ ଗୁଗୁଲ ଆପଣ ଚାହୁଁଥିବା ତଥ୍ୟ ଆପଣଙ୍କୁ ଦେଇଥାଏ।
ମାତ୍ର ଆପଣ କଣ ଜାଣନ୍ତି କି ଆପଣ ଗୁଗୁଲ ରେ ସମସ୍ତ ତଥ୍ୟ କୁ ସର୍ଚ୍ଚ କରିବା ପୂର୍ବରୁ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। କାରଣ ଏମିତି କିଛି ପ୍ରସଙ୍ଗ ରହିଛି ବା ଘଟଣା ରହିଛି ଯାହାକୁ ଆପଣ ଗୁଗଲ୍ରେ ସର୍ଚ୍ଚ କଲେ ଆପଣଙ୍କୁ ଜେଲ୍ ଯିବାକୁ ପଡିବ।କେବଳ ଏତିକି ନୁହେଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ତେବେ ଜାଣନ୍ତୁ ଏ ସମ୍ପର୍କରେ ଏବଂ ସଚେତନ ରୁହନ୍ତୁ ଯେତେବେଳେ ବି ଆପଣ ଗୁଗୂଲ୍ ରେ କିଛି ସର୍ଚ୍ଚ କରୁଛନ୍ତି। ଧ୍ୟାନ ଦିଅନ୍ତୁ ଆପଣ କେଉଁ କେଉଁ ପ୍ରସଙ୍ଗ କୁ ଏଠାରେ ସର୍ଚ୍ଚ କରିବେ ନାହିଁ।କାରଣ ଯଦି ଆପଣ ଏହି ପ୍ରସଙ୍ଗ କୁ ସର୍ଚ୍ଚ କରୁଛନ୍ତି ତାହାଲେ ହ୍ୟାକର୍ସମାନେ ଯେଉଁମାନେ ଗୁଗଲ୍ରେ ବହୁତ ମାତ୍ରାରେ ଆକ୍ଟିଭ୍ ରହୁଛନ୍ତି ସେମାନେ ଆପଣଙ୍କୁ ସମସ୍ୟା ରେ ପକାଇବେ।
୧)ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ-
ଯଦି ଆପଣ ବ୍ୟାଙ୍କିଙ୍ଗ ସମ୍ପର୍କରେ ସର୍ଚ୍ଚ କରୁଛନ୍ତି ତେବେ ଏହା ଦ୍ୱାରା ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି। କେବେ ବି ଗୁଗଲ୍ରେ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ।
୨)ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ-
ଆପଣଙ୍କୁ କହି ରଖୁଛୁ କି ବ୍ୟାଙ୍କ ସମ୍ବନ୍ଧିତ ତଥ୍ୟ ବ୍ୟତୀତ ଆପଣ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ଜିନିଷ ମଧ୍ୟ ଗୁଗୁଲ ରେ ସର୍ଚ୍ଚ କରନ୍ତୁ ନାହିଁ। ଏହା ମଧ୍ୟ ଆପଣଙ୍କ ପାଇଁ ବହୁତ ହାନିକାରକ ଅଟେ।
୩) ବମ୍ ତିଆରି କରିବା ପ୍ରକ୍ରିୟା ସର୍ଚ୍ଚ କରନ୍ତୁ ନାହିଁ-
ଏହାଛଡା ଆପଣଙ୍କୁ ଏହା ମନେ ରଖିବା ପାଇଁ ପଡ଼ିବ ଯେ ଆପଣ ଯେମିତି ଗୁଗଲ୍ରେ କେବେ ବମ୍ ତିଆରି କରିବା ପ୍ରକ୍ରିୟା ବିଷୟରେ ସର୍ଚ୍ଚ କରିବେ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଜେଲ୍ ହୋଇଯିବ। ଆପଣଙ୍କୁ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।