ଜରୁରୀ ଖବର : ଡିସେମ୍ବର ମାସରେ ବ୍ୟାଙ୍କ୍ ରେ ଲାଗୁ ହେବ ଏହି ନୂଆ ନିୟମ, ଯେକୋଣସି ବ୍ୟାଙ୍କ ରେ ଖାତା ଥିଲେ ଶୀଘ୍ର ଦେଖନ୍ତୁ…..
ବର୍ତ୍ତମାନ ଆର୍ବିଆଇ ତା’ର ଗ୍ରାହକ ମାନଙ୍କ ପାଇଁ ଆଣିଲା ନୂଆ ଯୋଜନା। ସବୁଥର ଭଳି ଏଥର ମଧ୍ୟ RBI ର କୋଟି କୋଟି ଗ୍ରାହକ ମାନେ ଏହାର ନୂଆ ଯୋଜନା ରେ ଫାଇଦା ଓ ଅନେକ ଲାଭ ପାଇ ପାରିବେ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ଘୋଷଣା କରିଛନ୍ତି।ତେବେ ଏହି ଘୋଷଣା ନାମା ଅନୁସାରେ ଗ୍ରାହକ ମାନେ ଆସନ୍ତା ମାସ ଠାରୁ କିଛି ସୁବିଧା ସୁଯୋଗ ପାଇବାକୁ ଯାଉଛନ୍ତି।
ବ୍ୟାଙ୍କ ଅର୍ଥ ବା ଟଙ୍କା ପଇସାର କାରବାର ଉପରେ କିଛି ନୂଆ ପରିବର୍ତ୍ତନ ଆଣିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ମାସ ପାଖରୁ।
ଆପଣ ମାନେ ଜାଣିଛନ୍ତି ଅକ୍ଟୋବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍ବିଆଇ ରିୟଲ୍ ଟାଇମ୍ ଗ୍ରସ୍ ସେଟେଲ୍ମଣ୍ଟ୍ (RTGS) ସିଷ୍ଟମ୍କୁ ୨୪ ଘଣ୍ଟା ୭ ଦିନ ପାଇଁ ଡିସେମ୍ବର ମାସରୁ ଚାଲୁ ରଖିବା ପାଇଁ ଘୋଷଣା କରିଥିଲା।ତେବେ ଆର୍ ବି ଆଇ ଯେଉଁ ଘୋଷଣା କରିଥିଲା ସେହି ଅନୁସାରେ ଯାହା ଉଲ୍ଲେଖ ଥିଲା ।
ଏହି ଘୋଷଣା ଅନୁଯାୟୀ, ଆସନ୍ତା ମାସରୁ ଗ୍ରାହକଙ୍କୁ ବଡ଼ ଧରଣର ଅର୍ଥ ଟ୍ରାନ୍ସଫର ପାଇଁ ଆଉ ବ୍ୟାଙ୍କ୍ ଖୋଲିବା କିମ୍ବା ବନ୍ଦ ହେବା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ତେବେ ଆର୍ବିଆଇ ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗ୍ରାହକ ମାନଙ୍କୁ ବଡ଼ ପୁରସ୍କାର ଦେଇଛନ୍ତି ଏହି ମୁଦ୍ରା ନୀତି ସମିତି (MPC) ର ଏପରି ନିଷ୍ପତ୍ତିକୁ ଘୋଷଣା କରି।
ପୂର୍ବ ପ୍ରଦତ୍ତ ନିୟମ ଅନୁସାରେ RTGS କରିବାର ସମୟ ସୀମା ସକାଳ ୭ଟା ରୁ ସନ୍ଧ୍ୟା ୫ଟା ଯାଏ ଥିବା ବେଳେ ଏବଂ ୨ୟ ଓ ୪ର୍ଥ ଶନିବାର ସମସ୍ତ ବ୍ୟାଙ୍କ୍ ବନ୍ଦ ରହୁଥିବା କାରଣରୁ ଏହିଭଳି ସୁବିଧା ସବୁ ଗ୍ରାହକମାନେ ଉଠାଇ ପାରୁ ନଥିଲେ ।ଏହାଛଡା ସାଧାରଣତଃ ରବିବାର ମଧ୍ୟ ଏହି ସୁବିଧା ବନ୍ଦ ରହୁଥିଲା ।
ମାତ୍ର ଏବେ ୨୪ ଘଣ୍ଟା ଏବଂ ସମସ୍ତ ୭ ଦିନ ଯାକ ଏହି ସୁବିଧା ଗ୍ରାହକମାନେ ପାଇପାରିବେ। ଏହାଛଡା ବର୍ତ୍ତମାନ ର କରନା ମହାମାରୀ ର ସ୍ଥିତି ଅନୁସାରେ ଡିଜିଟାଲ ବ୍ୟାଙ୍କିଙ୍ଗ ର ସୁବିଧା ଯୋଗାଇବା ପାଇଁ ଏବଂ ଲୋକଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ନିଆ ଯାଇଥିବା ଏହି ପଦକ୍ଷେପ ରେ ଆପଣ RTGS ମାଧ୍ୟମରେ ନ୍ୟୁନତମ ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିପାରିବେ ଏବଂ ଅଧିକତମ ଟଙ୍କାର କୈାଣସି ସୀମା ନାହିଁ।
ଆପଣ RTGS ମାଧ୍ୟମରେ ଟଙ୍କା ନେଣ ଦେଣ କଲେ ଏହା ଜଲଦି ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇ ଯିବାର ସୁବିଧା ରହିଛି।୨୦୧୯ ଜୁନ୍ ୬ରୁ ଆର୍ବିଆଇ ସାଧାରଣ ଲୋକଙ୍କ ପାଇଁ ଯେଉଁ ବଡ଼ ସୁବିଧା ଆଣିଛି, ତାହାଦ୍ୱରା RTGS ଓ NEFT ଜରିଆରେ ହେଉଥିବା ନେଣ ଦେଣ ନିଃଶୁଳ୍କ ହୋଇ ପାରିବ। ।ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୨୦୧୯ ଡିସେମ୍ବର ୧୬ରେ ସବୁ ବ୍ୟାଙ୍କ୍ରେ ୨୪ ଘଣ୍ଟା ପାଇଁ NEFT ର ସୁବିଧା ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।