ଜରୁରୀ ଖବର : 2020 ଠାରୁ ମଧ୍ୟ ଅଧିକ ଖରାପ ହେବ 2021…ଭୟାନକ ରହିବ ବର୍ଷ, ସାମ୍ନାକୁ ଆସିଲା ବଡ ସତ….

2020 ମସିହା ର ରୂପ କେତେ ଭୟଙ୍କର ଏହା ଆଉ କାହାରିକୁ ଅଛପା ନାହିଁ । ଏହି ବର୍ଷ ଟି କେତେ କେତେ ଲୋକ ଙ୍କ ଘର ଉଜାଡି ଦେଇଛି ଏହା ଆପଣ ମାନେ ସମସ୍ତେ ଜାଣି ଥିବେ । ଏହି ବର୍ଷ ଆରମ୍ଭ ରୁ କରନା ଭାଇରସ ର ଭାଇରସ ର ଆଗମନ ଲୋକ ମାନଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି କରିଛି ।କୋରୋନା ଭାଇରସ ଯୋଗୁ ସମଗ୍ର ଦେଶ କେବଳ ନୁହଁ ,ସମଗ୍ର ବିଶ୍ବ ଚିନ୍ତା ରେ ଅଛନ୍ତି ।

ଏହି ଭାଇରସ ର ଯୋଗୁ ସମଗ୍ର ଦେଶ ପ୍ରଭାବିତ ହୋଇ ରହିଛି । ତେବେ ଏହି ଭାଇରସ ର ଟୀକା ବାହାରି ପାରି ନ ଥିବାରୁ ଏହି ଭାଇରସ ଆତଙ୍କ ସୃଷ୍ଟି କରି ରଖିଛି।

ତେବେ ଲୋକ ମାନେ ବର୍ତ୍ତମାନ ଏହି ବର୍ଷ କୁ ଯେତେ ଶୀଘ୍ର ବିଦାୟ ଦେବାକୁ ଚାହାଁନ୍ତି ଯାହା ଫଳରେ 2021 ମସିହା ରେ ଲୋକ ମାନେ ଟିକେ ଶାନ୍ତି ରେ ନିଶ୍ବାସ ନେଇ ପାରିବେ। ଆଉ ଯେଉଁ ଭୟାବହ ରେ ସେମାନେ ଜୀବନ ଅତିବାହିତ କରୁଛନ୍ତି ଏହି ଜୀବନ ରୁ ଛୁଟି ପାଇ ପାରିବେ । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ 2020 ମସିହା ଠାରୁ ଆହୁରି ଅଧିକ ଖରାପ 2021 ମସିହା ହେବା ପାଇଁ ଯାଉଛି ।

ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ ବିସ୍ଲି ଚେତାବନୀ ଏହି ବିଷୟ ରେ ପୂର୍ବରୁ ଚେତାବନୀ ଦେଇଛନ୍ତି । 2021 ମସିହାରେ ହଜାର ହଜାର ଲୋକ ଖାଦ୍ୟ ଅଭାବ ରୁ ମୃତ୍ୟୁବରଣ କରି ପାରନ୍ତି । 2020 ମସିହାରେ କରନା ଭାଇରସ ସହିତ ଲଢେଇ କରି ଦେଶ ର ଆର୍ଥିକ ସ୍ଥିତି ସମ୍ପୂର୍ଣ ଭାବେ ଦୋହଲି ଯାଇଛି ।

ତେବେ ଏସୋସିଏଟେଡ଼ ପ୍ରେସ୍ କୁ ଦିଆଯାଇଥିବା ଏକ ମିଟିଂ ଜରିଆ ରେ ଏହା କୁହାଯାଇଥିଲା ଯେ ନରଵେଜିଆନ ନୋବେଲ ସମିତି ସେହି କାର୍ଯ୍ୟକୁ ତଦାରଖ କରୁଥିଲା । ଯେଉଁ ଏଜେନ୍ସି ପ୍ରତିଦିନ ସଂଘର୍ଷ, ଉପାଦାନଏବଂ ‘ଶରଣାର୍ଥୀ’ ଶିବିରରେ ଏହା କରିଥାଏ। ତେବେ ବର୍ତ୍ତମାନ ଆକଳନ ରୁ ଜଣା ପଡିଛି ଯେ ଦେଶ ରେ ଭୋକିଲା ଲୋକଙ୍କୁ ଆହାର ଦେବା ପାଇଁ କର୍ମଚାରୀ ମାନଙ୍କୁ ନିଜ ଜୀବନ କୁ ବିପଦ ରେ ପକାଇବା ପାଇଁ ପଡ଼ିବ ।

ତେବେ କରନା ଭାଇରସ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି ଯେଉଁଥି ପାଇଁ ସମସ୍ତ ବିଶ୍ଵ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଲକ୍ଷ ଲକ୍ଷ ଲୋକ ନିଜର ଚାକିରି ହରାଇ ବସିଛନ୍ତି ଓ ଅନେକ ବ୍ୟବସାୟୀ ମାନେ ବ୍ୟବସାୟ ରେ ବହୁତ୍ କ୍ଷତି ସହିଛନ୍ତି । ତେବେ 2020 ରେ କରନା ସହିତ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶ ଅନେକ ଟଙ୍କା ଖର୍ଚ୍ଚ କରିଛି ଯେଉଁ ଟଙ୍କା ପୂର୍ବରୁ ଦେଶରେ ଉପଲବ୍ଧ ଥିଲା । କିନ୍ତୁ 2021 ରେ ଦେଶର ଆର୍ଥିକ ଅବସ୍ଥା କରନା ସହିତ ମୁକାବିଲା ପାଇଁ ସକ୍ଷମ ରହିବ ନାହିଁ ।

ତେବେ ଦେଶରେ ମରୁଡି କିମ୍ବା ଖାଦ୍ୟ ଅଭାବ ସହିତ ମୁକାବିଲା ପାଇଁ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ 5 ବିଲିଅନ ଡଲାର ଆବଶ୍ୟକ କରିଥାଏ ଆଉ ଅନାଥ ଛୁଆଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ମିଳିତ ଭାବେ 10 ବିଲିଅନ ଡଲାର ଖର୍ଚ୍ଚ ହୋଇଥାଏ । ତେବେ ଏକ ରିପୋର୍ଟ୍ ଅନୁସାରେ ଦେଶରେ 135 ନିୟୁତ ଲୋକ ମାନେ ଖାଦ୍ୟାଭାବ ସମସ୍ୟା ର ସମୁଖୀନ ହେବାର ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।