ଜରୁରୀ ଖବର – ହାଇକୋର୍ଟଙ୍କ ବଡ ନିଷ୍ପତି ! ଏଣିକି ସ୍ତ୍ରୀ ଆଉ କରିବେନି ଘର କାମ ଏଥିରେ ଆପଣଙ୍କ ମତାମତ କ’ଣ କମେଣ୍ଟ କରି ଜଣାନ୍ତୁ….

ଯୁଗ ଯେତେ ଆଧୁନିକ ହେଲେ ମଧ୍ୟ ଆଜିବି ଏହି ସମାଜ ରେ ନାରୀ ମାନଙ୍କୁ ଅବହେଳା କରାଯାଏ। ଜଣେ ଝିଅ ବିବାହ ପୂର୍ବରୁ ଘରର ସବୁ ଦାୟିତ୍ଵ ଗ୍ରହଣ କରି ଥାଏ ଓ ବାହା ହୋଇ ସାରିଲେ ମଧ୍ୟ ଶାଶୁଘର ର ସମସ୍ତ ଦାୟିତ୍ବ ଜଣେ ନାରୀ ଉପରେ ଥାଏ । ଘର ର ସବୁ କାମ କରିବା ସହିତ, ସମସ୍ତଙ୍କ ର ଯତ୍ନ ନେବା ପାଠ ପଢା ବିଷୟ ରେ ବୁଝିବା ସବୁ ଦାୟିତ୍ଵ ନିର୍ବାହ ଜଣେ ମହିଳା କରିଥାଏ ।

ତେବେ ଗୋଟେ ଝିଅ ଯେତେ ଶିକ୍ଷିତ ହୋଇ ମଧ୍ୟ ଚାକିରି କରିଥିଲେ ମଧ୍ୟ ସେ ଶାଶୁଘର ର ସମସ୍ତ କାର୍ଯ୍ୟ କରୁଥାଏ। ଏହା ସହିତ ଆମେ ଅନେକ ଥର ଏହି କାମ କରିବା ପାଇଁ ନାରୀ ମାନଙ୍କ ଉପରେ ନିର୍ଯ୍ୟାତନା ହେଉଥିବାର ଘଟଣା ଶୁଣିବାକୁ ପାଇଥିବେ । ଜଣେ ପୁରୁଷ ବାହାରକୁ ଯାଇ ରୋଜଗାର କରି ଘରକୁ ପଇସା ଦେଇଥାଏ ଓ ଜଣେ ନାରୀ ଘରେ ରହି ଘର ର ସମସ୍ତ କାର୍ଯ୍ୟ କରିଥାଏ।

ତେବେ କେଉଁ ପୁରାତନ କାଳ ରୁ ଏହା ଏକ ନିୟମ ପରି ପରିଲକ୍ଷିତ ହୁଏ ଯେ ଜଣେ ନାରୀ ଘରର ସମସ୍ତ କାମ କରିବ ଓ ଦାୟିତ୍ଵ ନିର୍ବାହ କରିବ ଓ ଅନ୍ୟ ପକ୍ଷରେ ଜଣେ ପୁରୁଷ ବାହାରକୁ ଯାଇ ରୋଜଗାର କରିବ । ତେବେ ଆଜି କାଲି ର ନାରୀ ଯେତେ ଉଚ୍ଚ ଶିକ୍ଷିତ ଓ ପେଶାଦାର ହେଲେ ମଧ୍ୟ ଅନେକ ମହିଳା ମାନେ ଏମିତି ଅଛନ୍ତି ଯେଉଁମାନେ ଘରର ଚାରି କାନ୍ଥ ମଧ୍ୟରେ ଆବଧ ହୋଇ ରହିଛନ୍ତି । ତେବେ ଅନେକ ସମୟ ରେ ନାରୀ ମାନଙ୍କ ପ୍ରତି ଏହି ସମ୍ବଧ ରେ ହେଉଥିବା ଅତ୍ୟାଚାର ବିଷୟ ରେ ଶୁଣିବା ପାଇଁ ପାଇଥାଉ । ତେବେ ଏବେ ଏହା ସମ୍ବଧରେ ଏକ ହୃଦୟ ବିଦାରକ ଘଟଣା ଆସିଛି ।

ବମ୍ବେ ହାଇକୋର୍ଟ ରେ ବର୍ତ୍ତମାନ ଏକ ମାମଲା ରୁଜ୍ଜୁ ହୋଇଛି ଯେଉଁଥିରେ ଅଭିଯୁକ୍ତ ନିଜ ସ୍ତ୍ରୀ କୁ ହାମର ସାହାର୍ଯ୍ୟ ରେ ହତ୍ୟା କରି ଦେଇଛନ୍ତି। ତେବେ ଅଭିଯୁକ୍ତ ଏମିତି କାହିଁକି କରିଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ନିଜ ସ୍ତ୍ରୀ କୁ ସକାଳୁ ଚା ତିଆରି କରିବା ପାଇଁ କହିଥିଲେ କିନ୍ତୁ ତାଙ୍କ ସ୍ତ୍ରୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ସେ ଚା ତଆରି କରି ପାରିନଥିଲେ ଓ ତାଙ୍କ ସ୍ଵାମୀ କୁ କହିଥିଲେ ନିଜେ ତିଆରି କରି ପିଇ ଦେବା ପାଇଁ। ବାସ ଏତିକି କଥାରେ ହିଁ ଅଭିଯୁକ୍ତ ରାଗି ଯାଇଥିଲେ ଓ ହାମାର ରେ ପିଟି ପିଟି ନିଜ ସ୍ତ୍ରୀ କୁ ହତ୍ୟା କରିଦେଇଥିଲେ।

ତେବେ ଏହି ଘଟଣା ସମ୍ପୂର୍ଣ ଶୁଣି ସାରିବା ପରେ ଜଜ୍ ନିଜର ରାୟ ଦେଇ କହିଥିଲେ ଯେ କୌଣସି ସ୍ତ୍ରୀ କୌଣସି ପୁରୁଷ ପାଇଁ ଗୃହ ପାଳିତ ପଶୁ ନୁହେଁ କିମ୍ବା ସେ କେବଳ ଘର କାମ କରିବା ପାଇଁ ଜନ୍ମ ହୋଇ ନାହିଁ। ସମାଜ ରେ ଉଭୟ ନାରୀ ଓ ପୁରୁଷ ମାନଙ୍କ ର ସମାନ ଅଧିକାର ଓ ସମାଜକୁ ଆଗକୁ ବଢ଼ାଇବା ପାଇଁ ଯୋଗଦାନ ରହିଛି । ତେବେ ଯଦି କୌଣସି ପୁରୁଷ ଏପରି ମାନଭାବ ରଖି ନାରୀ ମାନଙ୍କ ଉପରେ ଅତ୍ୟାଚାର କରିଥାଏ ।

ତେବେ ଏହା ଆଇନ୍ ବିରୋଧ ଅଟେ ଓ ଇଥପାଇଁ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।