ଜରୁରୀ ଖବର – ମାର୍କେଟ କୁ ଆସିଲା ନୂଆ ୨୦ ଟଙ୍କିଆ, ଏହା ଦେଖିବାକୁ କିପରି ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..
ମାର୍କେଟ କୁ ଆସିଲା ନୂଆ କୋଡ଼ିଏ ଟଙ୍କିଆ କଏନ। ଯାହା ଦେଖିବା ପାଇଁ ନୂଆ ଏବଂ ଚକ୍ ଚକ୍। ଆପଣ ଏହାକୁ ଦେଖିଲେ ଏହି ମୁଦ୍ରା କୁ ପାଖରେ ରଖିବାକୁ ମନ ବଲାଇବେ। କାରଣ ଅନ୍ୟ ମୁଦ୍ରା ଠାରୁ ଏହାକୁ ଦେଖିବାକୁ ସଂପୂର୍ଣ୍ଣ ଅଲଗା ଅଟେ।ଆଉ ଏହି ମୁଦ୍ରାର ଡିଜାଇନ୍ ବି ସମ୍ପୁର୍ଣ୍ଣ ଅଲଗା ଅନ୍ୟ ମୁଦ୍ରା ଠାରୁ।ଏହା ଦେଖିବାକୁ ବହୁତ୍ ସୁନ୍ଦର୍ ମଧ୍ୟ ଲାଗୁଛି।
ଏହି ମୁଦ୍ରା ରେ କୃଷି ପ୍ରଧାନ ଭାରତର ଝଲକ ଦେଖିବାକୁ ମିଳୁଥିଲା ବେଳେ ଏଥିରେ ରହିଛି ୧୨ ଟି କୋଣ।ଆଉ ଏହି ମୁଦ୍ରାର ମଝିରେ କପର୍ ଓ ନିକେଲ୍ ର ବ୍ୟବହାର ହୋଇଥିବା କୁହା ଯାଉଛି ଯାହା ଫଳରେ ଦୃଷ୍ଟି ହୀନ ବ୍ୟକ୍ତି ଏହାକୁ ସହଜରେ ଜାଣି ପାରିବେ।
ଏହି ନୂଆ ୨୦ ଟଙ୍କିଆ ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ବେଳେ ତଳେ ସତ୍ୟମେବ ଜୟତେ ଲେଖା ଥିବାର ଦେଖା ଯାଉଛି। ତେବେ ଏହି ମୁଦ୍ରାର ଅଶୋକ ସ୍ତମ୍ଭ ର ଡାହାଣ ପାର୍ଶ୍ଵରେ ଭାରତ ଏବଂ ବାମ ପାର୍ଶ୍ଵରେ ଇଣ୍ଡିଆ ଲେଖା ହୋଇଛି। ମୁଦ୍ରାର ପଛ ପାର୍ଶ୍ଵରେ ହିନ୍ଦୀ ଏବଂ ଇଂରାଜୀରେ ୨୦ ମଧ୍ୟ ଲେଖା ହୋଇଛି।ତେବେ ଆସନ୍ତୁ ଜାଣିବା ଏହି ନୁଆ କୋଡ଼ିଏ ଟଙ୍କିଆ ମୁଦ୍ରା କୁ କିଏ ତିଆରି କରିଛି।
ତେବେ ସୂଚନା ଅନୁସାରେ ଛତିଶଗଡ଼ ରାଜ୍ୟର ମଙ୍ଗେଲି ଜିଲ୍ଲା ରେ ବିରେନ୍ଦ୍ର ସୋନି ଙ୍କ ପୁଅ ସ୍ଵପ୍ନିଲ୍ ସୋନି ଙ୍କ ଦ୍ଵାରା କରା ଯାଇଥିବା ଏହି ଡିଯାଇନ ର ମୁଦ୍ରା ସଂପୂର୍ଣ୍ଣ ଭାରତ ରେ ପ୍ରଚଳିତ ହେଉଛି। ଏହାର ଡିଜାଇନ୍ ସ୍ଵପ୍ନିଲ ହିଁ କରିଛନ୍ତି। ଏମିତି ଏକ ଦିନ ଆସିବ ଏବଂ ତାଙ୍କ ମୁଦ୍ରା ସାରା ଦେଶରେ ପ୍ରଚଳିତ ହେବ ଏକଥା ସେ କେବେ ହେଲେ ବି ଭାବି ନଥିଲେ।
ହେଲେ ଏହା ସତ ହୋଇଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କୋଡ଼ିଏ ଟଙ୍କିଆ ନୋଟ୍ କୁ ଲଞ୍ଚ କରି ସାରିଛନ୍ତି।ତେବେ କୋଡ଼ିଏ ଟଙ୍କିଆ ନୋଟ୍ ର ଡିଜାଇନ୍ ପାଇଁ ଗତବର୍ଷ ଆବେଦନ ମାଗିଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ।ଆଉ ଏଥିପାଇଁ ଦେଶର ଅନେକ ଡିଜାଇନର ଏହି ମୁଦ୍ରାର ଭିନ୍ନ ଭିନ୍ନ ଡିଜାଇନ୍ ଦେଇଥିଲେ।
ହେଲେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନିଂ ବା NID ର ଛାତ୍ର ସ୍ବପ୍ନିଲ ଙ୍କ ଡିଜାଇନ୍ ଏଥିପାଇଁ ମନୋନୀତ ହୋଇଛି। ସ୍ଵପ୍ନିଲ ଙ୍କ ଡିଜାଇନ୍ କୁ ଆର୍ ବି ଆଇ ଚୟନ କରିଛନ୍ତି।ଆଉ ଏଥିପାଇଁ ଏହି ଯୁବକଙ୍କୁ ମିଳିଛି ଲକ୍ଷେ ଟଙ୍କାର ପୁରସ୍କାର ରାଶି। ତାଙ୍କର ବାପା ଅବକାରୀ ବିଭାଗର ଜଣେ ଗାଡ଼ି ଚାଳକ ଭାବରେ କାର୍ଯ୍ୟ କରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।