ଜରୁରୀ ଖବର – ରାଜ୍ୟରେ ଖୁବ ଶିଘ୍ର ଖୋଲିବାକୁ ଯାଉଛି +2 କଲେଜ ଏବଂ ଏହି ମାସରେ ହେବ ପରୀକ୍ଷା ଶୀଘ୍ର ଦେଖନ୍ତୁ…..

କୋଭିଡ-୧୯ ଆସିବା ପରଠୁ ସମସ୍ତ ଶିକ୍ଷାଅନୁଷ୍ଠାନ ବଂଦ ହେଇଯାଇଥିବାବେଳେ, ସରକାରଙ୍କ କୋଭିଡ-୧୯ ଗାଇଡ଼ଲାଇନ ଆନୁସାରେ ଛାତ୍ରଛାତ୍ରୀ ଘରେ ରହି ଅନଲାଇନ କ୍ଲାସ କରୁଥିବା ବେଳେ ଏହା ସମସ୍ତ ଛତ୍ରଛାତ୍ରୀ ମାନଙ୍କ ପାଇଁ ସଠିକ ଭାବେ ଫଳପ୍ରଦ ହୋଇପାରୁନାହିଁ। ଆଗକୁ ପରୀକ୍ଷା ଆସୁଥିବା ଦେଖି ଛାତ୍ର୍ରଛାତ୍ରୀ ମାନଙ୍କ ମଧ୍ୟରେ କଲେଜ କେବେ ଖୋଲିବ ଦ୍ୱନ୍ଦ ଲାଗିରହିଥିଲା।

ତେବେ ଖୁବଶୀଘ୍ର ରାଜ୍ୟରେ+2 କଲେଜ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର କୋଭିଡ-୧୯ ଗାଇଡ଼ଲାଇନ ଅନୁସାରେ।

ରାଜ୍ୟରେ ସମସ୍ତ +2 କଲେଜ କ୍ୟାମ୍ପସ ବିଷଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ସରକାରୀ ଓ ଘରୋଇ କଲେଜର ଅଧ୍ୟକ୍ଷ ମାନକୁ ନିର୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷାନିର୍ଦେଶାଳୟ। ନିର୍ଦେଶାଳୟରେ ପରୀକ୍ଷାଗାର, କ୍ଲାସରୁମ ଓ ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସପ୍ତାହ ମଧ୍ୟରେ ରିପୋର୍ଟ ରଖିବାକୁ ନିର୍ଦ୍ଦେଶ ହୋଇଛି। ପୂର୍ବରୁ ପ୍ରସ୍ତୁତ ହୋଇରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବାବୁ ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ୩୦ ତାରିଖରୁ ଡିସେମ୍ବର ମାସ ଲାଗି କୋଭିଡ-୧୯ କଟକଣା କିଭଳି ରହିବ ଗାଇଡ଼ଲାଇନ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ଏହି ଗାଇଡଲାଇନ୍ ଅନୁସାରେ ଡ଼ିସେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ଖୋଲିବାକୁ ଅନୁମତି ଦେବାସହିତ, ବିଶ୍ୱବିଦ୍ୟାଳୟ ଏବଂ କଲେଜ ଖୋଲିବାର ନିଷ୍ପତି ନେବେ ବୋଲି ରାଜ୍ୟସରକାର କହିଥିଲେ।

ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖଛନ୍ତିି ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର , ରିସର୍ଚ୍ଚ ସ୍କର୍ଲାର(ପିଏଚଡି), ଏମଫିଲ୍ , ଟେକ୍ନୋଲୋଜି ଓ ପିଜି ଛାତ୍ରଛାତ୍ରୀ ମାନଙ୍କ ପ୍ରାକ୍ଟିକାଲ ନିମନ୍ତେ ପାଇଁ ଲ୍ୟାବ୍ରେଟୋରୀ ଖୋଲିବାକୁ ଅନୁମତି ଦେଇଛନ୍ତି ।କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ।

ପୁର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କଲେଜ ଖୋଲିବା ନେଇ ଦ୍ୱନ୍ଦ ରହିଥିଲା, ଏବେ ତାହା ଦୁର ହେଇଛି।ଖୁବଶୀଘ୍ର କଲେଜ ଖୋଲିବ ବୋଲି ରାଜ୍ୟସରକାର ସ୍ପଷ୍ଟ କରିଛନ୍ତି। ତେବେ ବିଦ୍ୟାଳୟ କେବେ ଖୋଲିବ ତାହା ସ୍ପଷ୍ଟ ହୋଇନାହିଁ। ଥଣ୍ଡାରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ବିଦ୍ୟାଳୟ ଖୋଲିବାରେ ସ୍ପଷ୍ଟ ହୋଇପାରିନାହିଁ। ତେବେ ପରୀକ୍ଷା ମଧ୍ୟ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।