ଜାନୁଆରୀ ୪ରୁ ଖୋଲିବ ସ୍କୁଲ ଓ କଲେଜ, ସରକାର ଜାରି କଲେ ଗାଇଡଲାଇନ୍, ସ୍କୁଲରେ ଦିଆଯିବ ମାଗଣା ମାସ୍କ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଖୋଲିବାକୁ ଯାଉଛି ସ୍କୁଲ୍, କଲେଜ୍ ଏବଂ କୋଚିଂ ସେଣ୍ଟର୍। ଆପଣ ଜାଣିଛନ୍ତି କରନା ଭାଇରସ ର ଭୟାବହତା ଏବେବି ଲାଗି ରହିଛି। ଦୀର୍ଘ ଦିନର କାୟା ବିସ୍ତାର ପରେ ଯଦିଓ ସାମାନ୍ୟ ନିୟନ୍ତ୍ରଣ ମଧ୍ୟରେ ଏହା ରହିଥିଲା ତଥାପି ଏହାର ପ୍ରକୋପ ଏବେବି ଜାରି ରହିଛି। ସମ୍ପୂର୍ଣ୍ଣ ରୂପରେ ଥମିବାର ନାମ ନେଉନାହିଁ ଏହି ମାରାତ୍ମକ ଭାଇରସ୍।ଯାହାକୁ ନେଇ ପୁଣି ଲୋକଙ୍କ ମଧ୍ୟରେ ଭୟ ଦେଖା ଦେଇଛି।

ଆଉ ଏହି ସମୟରେ ଜନ ସାଧାରଣ ଅନେକ ଅସୁବିଧା ଓ ଗୁରୁତର ସମସ୍ୟା ଦେଇ ଗତି କରୁଥିବା ବେଳେ ପିଲାଙ୍କ ପାଠ ପଢ଼ା ରେ ମଧ୍ୟ ଅନେକ ଅସୁବିଧା ପରିଲକ୍ଷିତ ହେଉଛି। ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର୍ ଏବେ ଚିନ୍ତାରେ ରହିଛନ୍ତି।

ସାରା ଦେଶରେ ସ୍କୁଲ ପାଠ୍ୟ କ୍ରମ ଏବେ ବନ୍ଦ ରହିଛି।ତେବେ ଏହାକୁ ନେଇ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିହାର ସରକାର୍।ରାଜ୍ୟରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ପୁଣି ଖୋଲିବା ନେଇ ସେ ସୂଚନା ଦେଇଛନ୍ତି।ତେବେ ୪ ଜାନୁଆରୀରୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ
ଗୁଡ଼ିକୁ ଖୋଲିବାକୁ ଯାଉଛନ୍ତି ବିହାର ସରକାର୍। ଏଥିପାଇଁ ଏକ ଗାଇଡ ଲାଇନ୍ ମଧ୍ୟ କରିଛନ୍ତି ସରକାର୍। ଯେଉଁଥିରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ଜାନୁଆରୀ ୪ରୁ ନବମରୁ ଦ୍ୱାଦଶ ଶ୍ରେଣୀଯାଏଁ ପିଲା ସ୍କୁଲ ଯାଇ ପାରିବେ।

ଆଉ ଏହାର ଗୋଟିଏ ସପ୍ତାହ ପରେ ସ୍ଥିତିର ସମୀକ୍ଷା କରାଯିବ। ଯଦି ସମୀକ୍ଷାରେ ସବୁକିଛି ଠିକ୍ ରୁହେ ବା ସୁଚାରୁରୂପେ ହୁଏ,ତେବେ ଏହାପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପାଇଁ ସ୍କୁଲ ଖୋଲିବା କଥା କୁ ନେଇ ନିଷ୍ପତି ନେବେ ସରକାର୍।ତେବେ ଯାହା ଜଣା ପଡୁଛି ଏହି ଅନୁସାରେ ଜାନୁଆରୀ ୧୮ ତାରିଖ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇ

ପାରନ୍ତି।ତେବେ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ପରେ ନିୟମିତ ଭାବରେ ସ୍ଥିତିର ସମୀକ୍ଷା କରାଯିବ ବୋଲି ବିହାର ସରକାର କହିଛନ୍ତି। ପିଲାଙ୍କ ଦୃଷ୍ଟି କୁ ଧ୍ୟାନ ଦେଇ ସରକାର୍ ଏଥିପାଇଁ ବିହିତ ପଦକ୍ଷେପ ମାନ ସବୁ ନେଇଥିବାର ଜଣା ପଡିଛି।କାରଣ ଏହାର ଫଳସ୍ୱରୁପ ସାମାଜିକ ଦୂରତା ପାଳନ କରିବା ସହିତ ସ୍କୁଲ ଓ କଲେଜରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ସବୁ ପିଲା ନିୟମିତ ଭାବରେ ସ୍କୁଲ୍ ନ ଆସି ଅଧା ଅଧା ହୋଇ ପ୍ରତିଦିନ ଆସିବେ। ସ୍କୁଲରେ ପିଲାଙ୍କୁ ମାଗଣାରେ ମାସ୍କ ଯୋଗାଇ ଦିଆଯିବା ସହିତ ଶିକ୍ଷକଙ୍କୁ ମଧ୍ ଦୁଇଟି ଲେଖାଏଁ ମାସ୍କ ମିଳିବ ବୋଲି କୁହା ଯାଇଛି। ଏଥିସହ ସମସ୍ତ କୋଚିଂ ସେଣ୍ଟର୍ ର ଖୋଲିବା କୁ ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି ବିହାର ସରକାର।ତେବେ ୪ ଜାନୁଆରୀ କୁ ଏବେ ଅଭିଭାବକ ଏବଂ ପିଲାଙ୍କ ନଜର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।