ଜନ୍ମାଷ୍ଟମିରେ ମାଆଠାରୁ ତା କାହ୍ନାକୁ ଛଡ଼ାଇନେଲା ବନ୍ୟା । କାହ୍ନା ବିନା ମାଆର କୋଳ ଆଜି ପୁରା ଫାଙ୍କା….ଏହି ଭିଡିଓ ଦେଖିଲେ ଆପଣ ଙ୍କ ଛାତି କମ୍ପି ଉଠିବ…..

ଜନ୍ମାଷ୍ଟମୀ ରେ ହିଁ ଏକ ମା ଠାରୁ ଭୟଙ୍କର ବନ୍ୟା ତା କାହ୍ନା ଛଡାଇ ନେଲା କାହ୍ନା ବିନା ମା ର କୋଳ ଆଜି ପୁରା ଫାଙ୍କା | ରାତିରେ ମା କାହ୍ନା କୁ ପୂଜା କରି ଥାଆନ୍ତେ ହେଲେ କିଏ ଜାଣି ଥିଲା ତାଙ୍କ କୋଳ ତୁ ପୁଅ ଚାଲି ଯିବ ବୋଲି | ବୋଉ ମୁଁ ଗାଧୋଇବାକୁ ଯାଉଛି ଆଉ ଘର ବାହାରେ ଉବୁଟୁବୁ ବନ୍ୟା ପାଣି ସେହି ପାଣିରେ ମୁଁ ଟ୍ୟୁ ଧରି ପହଁରିବି |

ମୁଁ ଏକା ଯାଉ ନାହିଁ ବୋଲି ମୋ ସାଙ୍ଗରେ ଆମ ଗାଁ ରୁ ଚାରି ଜଣ ଯାଉଛନ୍ତି ଆମେ ସମସ୍ତେ ମିଶି ବନ୍ୟା ପାଣିରେ ଗାଧୋଇବି | ବୋଉ ତୁ ମୋ ପାଇଁ ଅରୁଆ ଡାଲମା କରି ରଖିଥା ମୁଁ ଗାଧୋଇକି ଆସିବା ପରେ ଖାଇବି | ମାଆ ବି କହି ଥିଲେ କି ହଉ ପୁଅ ତୁ ଯା ଗାଧେଇବାକୁ ହେଲେ ବାଗେଇକି ଗାଧେଇବୁ ପାଣିରେ ଏବେ ଏବେ ସୁଅ ବହୁତ ରହିଛି ଟାଣି ନେବ |

ପୁଅ ବି କହି ଥିଲା କି ହଁ ମା ମୁଁ ଭଲସେ ଗାଧୋଇବି ତୁ ବ୍ୟସ୍ତ ହନା | ଏମିତି କିଛି କହି ଘରୁ ଗେହ୍ଲା ପୁଅ ବାହାରି ଥିଲା ହେଲେ କିଏ ବା ଜାଣି ଥିଲା ଘରୁ ଗାଧୋଇବାକୁ ଯାଇ ଥିବା ପୁଅ ଆଉ ଫେରିବ ନାହିଁ ବୋଲି | ବନ୍ୟା ସବୁଦିନ ପାଇଁ ତାଙ୍କ ପୁଅ କୁ ନେଇ ଯିବ ବୋଲି, ଏମିତି ଏକ ହୃଦୟ ବିଦାରକ ଘଟଣା ଆଠଗଡ ବ୍ଲକ ମଞ୍ଚେଶ୍ୱର ପଞ୍ଚାୟତ ବ୍ରାହ୍ମଣହସ୍ତ ଗାଁ ରେ ଦେଖିବା ପାଇଁ ମିଳିଛି |

 ଖବର ମୁତାବକ ଉକ୍ତ ଗାଁ ର ପ୍ରଶାନ୍ତ ରାଉତ ଙ୍କ ପୁଅ ପ୍ରଦ୍ୟୁମ୍ନ ରାଉତ ଆଜି ସକାଳୁ ଘରୁ ଟ୍ୟୁବ ଧରି ଗାଧୋଇବା ପାଇଁ ବାହାରି ଥିଲେ | ତାଙ୍କର ଚାରି ଜଣ ସାଙ୍ଗ ଙ୍କ ସହ ବନ୍ୟା ପାଣିରେ ଗାଧୋଉ ଥିଲେ, କିଛି ସମୟ ଗାଧୋଇବା ପରେ ଧୀରେ ଧୀରେ ବନ୍ୟା ର ସ୍ରୋତ ରେ ଭାସିବାକୁ ଲାଗିଲେ |

ଆଉ କିଛି କ୍ଷଣ ରେ ପୁରା ବନ୍ୟା ପାଣିରେ ମଝିକୁ ଭାସି ଯାଇ ଥିଲେ ନିଜକୁ ଆଉ ସମ୍ଭାଳି ପାରି ନଥିଲେ ଯାହା ଫଳରେ ପାଣିରେ ବୁଡ଼ିବାକୁ ଲାଗିଲେ | ଗାଁ ଲୋକ ଖବର ପାଇବା ପରେ ଉଦ୍ଧାର ପାଇଁ ପାଣିକୁ ଯାଇ ଥିଲେ ହେଲେ ସେତେ ବେଳକୁ ସବୁ ସରି ଯାଇଥିଲା |

ପାଞ୍ଚ ଜଣ ଯାକ ଙ୍କୁ ଉଦ୍ଧାର କରା ଯାଇ ଥିଲା ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି | ସେପଟେ ମୃତ ପୁଅ କୁ ଧରି ମା ବାହୁନି ବାହୁନି କାନ୍ଦୁଛି ଏବଂ ଘର କାନ୍ଦ ବୋବାଳି ରେ ଫାଟି ପଡୁଛି | ଘରର ଗେହ୍ଲା ପୁଅ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛି ଆଉ ପୁରା ଗାଁ ଆଜି ପ୍ରଦ୍ୟୁମ୍ନ କୁ ହରାଇ ନିଶବ୍ଧ ପାଲଟି ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।