Pregnancy Tips – ଜଣେ ମହିଳା ଗର୍ଭବତୀ ନ ହେବା ପଛରେ ରହିଥାଏ ଏହି ସବୁ କାରଣ ଜାଣନ୍ତୁ ଏହାର କାରଣ ଓ ନିରାକରଣ ବିଷୟରେ…..

ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ ।ମହିଳା ବିବାହର ପରେ ପରେ ହିଁ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ତା କିଏ କିଏ ବିବାହ ର କିଛି ଦିନ ପରେ ମା ହେବାକୁ ପସନ୍ଦ କରନ୍ତି । କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହୋଇପାରନ୍ତି ନାହିଁ ।ତେବେ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯେ ମହିଳା ମାନେ କହିଁକି ମା ହୋଇପାରନ୍ତି ନାହିଁ ଏବଂ କଣ କଲେ ଜଣେ ମହିଳା ମା ହୋଇପାରିବେ ।

ଗର୍ଭବତୀ ନ ହେବା ର କାରଣ ଗୁଡିକ ଜଣାନ୍ତୁ :-

୧.ଯଦି ବହୁତ ଚେଷ୍ଟା କଲା ପରେ ମଧ୍ୟ ଆପଣ ମା ହୋଇପାରୁନାହାନ୍ତି ତ ପ୍ରଥମେ ନିଜର ଥାଇରଏଡ଼ ପରୀକ୍ଷା କରନ୍ତୁ ।କାରଣ ଶରୀରରେ ଥାଇରଏଡ଼ ଥିବ ଭାବରେ କାମ କରୁନଥିଲେ ଜଣେ ମହିଳା ମା ହୋଇପାରିବ ନାହିଁ ।

୨.ଉଭୟ ସ୍ୱାମୀ ଓ ସ୍ତ୍ରୀ ଡାଇବେଟିସ ପରୀକ୍ଷା କରିବା ଉଚିତ ।ଯଦି ଦୁହିଁଙ୍କ ମଧ୍ୟରୁ କାହାର ବି ଡାଇବେଟିସ ରହିଥାଏ ତାହେଲେ ମହିଳା ଜଣଙ୍କ ଗର୍ଭବତୀ ହୋଇପାରନ୍ତି ନାହିଁ ।

୩.ଓଭାରୀ ଜନିତ ରୋଗ ବା POCS ରୋଗ ଏହି ରୋଗ ମହିଳା ଙ୍କ ପାଖରେ ଥିଲେ କେବେବି ଗର୍ଭବତୀ ହୋଇପାରିବେ ନାହିଁ ।କାରଣ ଏହି ରୋଗ ଦ୍ବାରା ମହିଳା ଙ୍କର ଓଭାରୀ ବା ଗର୍ଭାଶୟ ବଡ଼ ହୋଇଥାଏ ଓ ପିଲାଟି ରହିନଥାଏ ।

୪.ଗର୍ଭବତୀ ନହେଉଥିଲେ ପୁରୁଷ ମାନେ ନିଜର ସ୍ପର୍ମ ଟେଷ୍ଟ କରିବା ଉଚିତ ।ସାଧାରଣତ୍ୱ ଯେଉଁ ପୁରୁଷ ମାନେ ଅନିଦ୍ରା ରୁହନ୍ତି ଓ ଅଧିକ ତାପମାତ୍ରା ରହୁଥିବା ସ୍ଥାନରେ ରହିଥାନ୍ତି ତାଙ୍କର ସ୍ପର୍ମ ଦୁର୍ବଳ ଥାଏ ତେଣୁ ମହିଳା ମା ହୋଇପାରନ୍ତି ନାହିଁ।

୫.ଉଭୟ ମହିଳା ଓ ପୁରୁଷ ଙ୍କର ଓଜନ ଯଦି ବହୁତ ଅଧିକ ଥାଏ ତେବେ ସେମାନେ ନିଜର ପ୍ରଜଜନ କ୍ଷମତା ହରାଇ ବସନ୍ତି ।ତେଣୁ ନିଜର ଓଜନ ଅଧିକ ବା କମ ନହୋଇ ଏକ ନିୟନ୍ତ୍ରଣ ରେ ରହିବା ଉଚିତ ।

୬.ସଠିକ ସମୟରେ ସହବାସ କରିବା ।ସାଧାରଣ ଭାବରେ ଅନେକ ଦମ୍ପତି ମାନେ ଭୁଲ ସମୟରେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ।ଯାହା ଫଳରେ ସେମାନେ ମା ହେବାରୁ ବଞ୍ଚିତ ରହିଥାନ୍ତି ।

୭.ଏକ ରିସର୍ଚ୍ଚ ଅନୁସାରେ ମହିଳାଙ୍କ ର ପିରିୟଡ୍ସ ହେବାର ୧୧ ଦିନ ପରେ ଲଗାତାର ୫ ଦିନ ଶାରୀରିକ ସମ୍ବନ୍ଧ ରଖିବା ଦ୍ବାରା ଜଣେ ମହିଳା ମା ହୋଇଥାନ୍ତି ।ତେଣୁ ଆପଣ ଏହାକୁ ଅନୁସରଣ କରିବା ଉଚିତ ।

୮.ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ ।କାରଣ ଏହା ଶରୀରର ପ୍ରଜନନ ପ୍ରକିୟା କୁ ହ୍ରାସ କରିଥାଏ ।

୯.ଗର୍ଭବତୀ ହେବାକୁ ଚାହୁଁଥିଲି ଏହାର ୩ ମାସ ଆଗରୁ ଗର୍ଭ ରୋଧକ ବଟିକା ଖାଇବା ବନ୍ଦ କରିବା ଆବଶ୍ୟକ ।

ତେବେ ଯଦି ଆପଣ ମା ହେବାକୁ ଚାହୁଁଛନ୍ତି ତେବେ ସ୍ତ୍ରୀ ଙ୍କର ମାସିକ ଋତୁସ୍ରାବ ହେବାର ୧୧ ଦିନ ଠାରୁ ୫ ଦିନ ପର୍ଯ୍ୟନ୍ତ ସହବାସ କରନ୍ତୁ ଏବଂ ଉପରକ୍ତ ଅଭ୍ୟାସ ଗୁଡିକ ଠାରୁ ଦୂରେଇ ରୁହନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।